Categories: ଖେଳ

ଟସ୍‌ ଜିତି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

କୋଲକାତା,୧୧।୫: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଉଥିବା ଆଇପିଏଲର ୫୬ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚ୍‌ ଉଭୟ ଦଳଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଷଷ୍ଠ ସ୍ଥାନରେ ରହିଛି କୋଲକାତା। ରନ୍‌ ହାରରେ ରାଜସ୍ଥାନ ଆଗରେ ରହିଥିବା ବେଳେ କୋଲକାତା ଏହି ମ୍ୟାଚ ଜିତି ନିଜ ସ୍ଥାନକୁ ସୁରକ୍ଷିତ କରିବାକୁ ଉଦ୍ୟମ କରିବ। ଏଭଳି ପରିସ୍ଥିତିରେ ଉଭୟ ଦଳ ପାଇଁ ଏହି ମ୍ୟାଚ ଜିତିବାର ଆବଶ୍ୟକ ରହିଛି। ଅନ୍ୟପକ୍ଷେ ଏହି ମ୍ୟାଚ୍‌ରେ କିଏ ବାଜି ମାରିବ ଦେଖିବା ବାକି ରହିଛି।

କୋଲକାତା: ରହମାନୁଲ୍ଲା ଗୁରୁବାଜ (ଉଇକେଟ ପିକରେ), ଜେସନ ରଏ, ଭେଙ୍କଟେଶ ଆୟର, ନୀତୀଶ ରାଣା (ଅଧିନାୟକ), ଆଣ୍ଡ୍ରେ ରସେଲ, ରିଙ୍କୁ ସିଂ, ସୁନୀଲ ନାରିନ, ଶାରଦୁଲ ଠାକୁର, ଅନୁକୁଲ ରୟ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ

ରାଜସ୍ଥାନ: ଯଶସ୍ବ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ଜୋ ରୁଟ, ଧ୍ରୁଭ ଜୁରେଲ, ଶିମ୍ରନ ହେଟମିୟର, ରବିଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, କେଏମ ଆସିଫ, ୟୁଜଭେନ୍ଦ୍ର ଚହଲ

Share