Posted inଖେଳ

ରାଜସ୍ଥାନ ରୟାଲ୍ସର ପ୍ରଥମ ବିଜୟ, ଚେନ୍ନାଇର ଦ୍ୱିତୀୟ ପରାଜୟ

ଗୁଆହାଟୀ, ୩୦।୩: ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ ପରେ ଓ୍ବାନିନ୍ଦୁ ହସରଙ୍ଗାଙ୍କ ପ୍ରଭାବୀ ବୋଲିଂ ସହାୟତାରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରବିବାର ଅନୁଷ୍ଠିତ ରୋମାଞ୍ଚକ ମ୍ୟାଚରେ ଏହି ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ କରିଥିଲା।

ଜବାବରେ ଋତୁରାଜ ଓ ଜାଡେଜାଙ୍କ ଉଦ୍ୟମ ସତ୍ତ୍ୱେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୧୭୬ ରନ କରି ପାରିଥିଲା। ଗାଏକ୍ୱାଡ୍‌ ସର୍ବାଧିକ ୬୩ ରନ କରିଥିବାବେଳେ ଜାଡେଜା ୩୨ ରନରେ ଅପରାଜିତ ରହିଥିଲେ। ମହେନ୍ଦ୍ର ସିଂ ଧୋନୀ ୧୧ ବଲ୍‌ରୁ ୧୬ ରନକରି ଆଉଟ ହେବାସହ ଚେନ୍ନାଇ ବିଜୟ ମଳିନ ପଡ଼ି ଯାଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ହସରଙ୍ଗା ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୩ ମ୍ୟାଚରୁ ଏହାଥିଲା ରାଜସ୍ଥାନର ପ୍ରଥମ ବିଜୟ। ଅନ୍ୟପକ୍ଷରେ ଚେନ୍ନାଇ ଦଳ ୩ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଖୋଲା ଧମକ: ଖାର୍ଗ ଉପରେ ଆକ୍ରମଣ ପରେ ତାତିଲା ଇରାନ

ତେହରାନ,୧୪।୩: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକାର ସେନା ଇରାନର ଖାର୍ଗ ଦ୍ୱୀପରେ ପ୍ରବଳ ବୋମା…

ଯୁଦ୍ଧ ଭିତରେ କିମ୍‌ଙ୍କ ଏଣ୍ଟ୍ରି! ଭୟଙ୍କର ମିସାଇଲା ଆଟାକ୍‌, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୧୪।୩: ଗୋଟିଏ ପଟେ, ମଧ୍ୟପ୍ରାଚ୍ୟରେ ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଜଡିତ ବିବାଦ ଏକ ଭୟଙ୍କର ମୋଡ଼ ନେଇଛି। ଏହି ସମୟରେ, ଏସିଆର ଅନ୍ୟ ଏକ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

କୁଆଡ଼େ ଗଲେ ଦାଶରଥି: ବିଜେଡି ଛାଡ଼ିବେନି ଶପଥ କଲେ ୨ ପ୍ରାର୍ଥୀ

ଭୁବନେଶ୍ୱର,୧୪ା୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ପାଇଁ ମଝିରେ ମାତ୍ର ୨ ଦିନ ରହିଲା। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ…

ମୋଜତବାଙ୍କୁ ଧରାଇଦେଲେ ୧୦ ନିୟୁତ ଡଲାର: ପୁରସ୍କାର ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୧୪ା୩:ଇରାନ୍‌ର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନେଇ ଓ ଇସ୍‌ଲାମିକ୍‌ ରିଭୋଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି)ର ବରିଷ୍ଠ ନେତାମାନଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ସୂଚନାଦାତାଙ୍କୁ ଆମେରିକା…

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri