Posted inଖେଳ

ଏହି କ୍ରିକେଟର୍‌ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ: ଭାଇ ପରେ ପରେ ଚାଲିଗଲେ ବାପା

ଗାନ୍ଧୀନଗର,୯।୫: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକରିଆଙ୍କ ବାପା କରୋନାରେ ମୃତ୍ୟୁବରଣ କରିଛନ୍ତି। ଚେତନଙ୍କ ବାପା କିଛି ଦିନ ହେବ ଭବନଗରରେ କରୋନା ସହ ଲଢେଇ କରୁଥିଲେ। ଆଇପିଏଲ ୨୦୨୧ର ସ୍ଥଗିତାଦେଶ ପରେ ଚେତନ ଗୁଜରାଟର ଭବନଗରରେ ପହଞ୍ଚିଥିଲେ। ଚେତନ ଆଇପିଏଲର ୨୦୨୧ରେ ସିଜିନରେ ଉପାର୍ଜିତ ଅର୍ଥ ତାଙ୍କ ପିତାଙ୍କ ଚିକିତ୍ସାରେ ବିନିଯୋଗ କରିଥିଲେ। ତଥାପି ତାଙ୍କ ବାପାଙ୍କୁ ସେ ବଞ୍ଚାଇ ପାରି ନାହାନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସେ ଡେବ୍ୟୁ କରିଥିଲେ। ଚେତନ ସକରିଆର ବେସ ପ୍ରାଇସ ଥିଲା ୨୦ ଲକ୍ଷ ଟଙ୍କା । କିନ୍ତୁ ରାଜସ୍ଥାନ ତାଙ୍କୁ ୧.୨ କୋଟି ଟଙ୍କାରେ କିଣିଛି। ସେ ଚଳିତ ସିଜନରେ ୭ଟି ମ୍ୟାଚରେ ୭ଟି ଉଇକେଟ ନେଇଥିଲେ, ସେଥିରେ ଏମଏସ ଧେନୀ, ସୁରେଶ ରାଇନା, କେ.ଏଲ ରାହୁଲଙ୍କ ଉଇକେଟ୍‌ ଅନ୍ୟତମ। ଆଇପିଏଲରେ ପୁଅ ସ୍ଥାନ ପାଇବାପରେ ଏକ ସାକ୍ଷାତକାରରେ ଚେତନଙ୍କ ମା’ କହିଥିଲେ ଯେ ତାଙ୍କ ପୁଅ ସଂଘର୍ଷ କରି ଏହି ସ୍ଥିତିରେ ପହଞ୍ଚିଛି।
ଆଇପିଏଲ ଲିଗ ପୂର୍ବରୁ ଚେତନ ସକରିଆ କହିଥିଲେ, ମୋ ଭାଇ ରାହୁଲ ଜାନୁଆରୀରେ ଆତ୍ମହତ୍ୟା କରିଥିଲେ। ମୁଁ ସେତେବେଳେ ଟି -୨୦ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିଲି। ମୁଁ ଘରକୁ ମଧ୍ୟ ଫେରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବାର ମୁଁ ଜାଣିଲି। ଟୁର୍ନାମେଣ୍ଟ ଭିତରେ ଯେତେବେଳେ ବି ମୁଁ ମୋର ପରିବାର ସଦସ୍ୟଙ୍କୁ ରାହୁଲ(ସାନ ଭାଇ)ଙ୍କ ସହ କଥା ହେବାକୁ କହିଥିଲି, ସେ ବାହାନା କରି ଏହାକୁ ଏଡାଇ ଦେଇଥିଲେ। ଆଜି ମୁଁ ତାଙ୍କୁ ଅଧିକ ମିସ କରୁଛି। ଯଦି ସେ ଆଜି ବଞ୍ଚିଥାନ୍ତେ ତେବେ ସେ ମୋ ଅପେକ୍ଷା ଅଧିକ ଖୁସି ହୋଇଥାନ୍ତେ।
ଚେତନ କହିଥିଲେ ଯେ ତାଙ୍କ ପିତା ଏକ ଟ୍ରକ ଚଳାଉଥିଲେ ଏବଂ ସମସ୍ତ ଅସୁବିଧା ଅତିକ୍ରମ କରିବା ପରେ ସେ ଏଠାରେ ପହଞ୍ଚିଥିଲେ। ସେ କହିଛନ୍ତି, ଏପରି ଏକ ସମୟ ଥିଲା ଯେତେବେଳେ ମୋ ବାପା ଟ୍ରକ ଡ୍ରାଇଭର ଥିଲେ, ପରେ ସେ ଅଟୋ ଚଳାଇବା ଆରମ୍ଭ କରିଥିଲେ। ଏହିପରି ଖେଳିବାକୁ ପର୍ଯ୍ୟାପ୍ତ ଜିନିଷ ନଥିଲା, ତେବେ ଅନ୍ୟ ଖେଳାଳିମାନେ ମୋତେ ସାହାଯ୍ୟ କଲେ। ପରିବାରକୁ ଆର୍ଥିକ ସହାୟତା କରିବା ପାଇଁ ତାଙ୍କୁ ଏକ ଷ୍ଟେସନାରୀ ଦୋକାନରେ କାମ କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri