ରାଜସ୍ଥାନରେ ମାସ୍କ ପିନ୍ଧିବା ହେବ ବାଧ୍ୟତାମୂଳକ

ଜୟପୁର,୨୭ ।୧୦: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ଏବେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିବାକୁ ସରକାର ଚିନ୍ତା କରୁଛନ୍ତି । ଏଥିପାଇଁ ଏକ ନୂଆ ଆଇନ ମଧ୍ୟ ଆସିବ ବୋଲି କୁହାଯାଉଛି । ଆସନ୍ତା ବିଧାନସଭା ଅଧିବେଶନରେ ଏ ସମ୍ପର୍କରେ ଏକ ବିଧେୟକ ଆଣିବା କଥା ସରକାର ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ରାଜ୍ୟରେ କରୋନାର ପ୍ରକୋପକୁ କମ୍ କରିବାକୁ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ଚିନ୍ତା କରିଛନ୍ତି । ତେବେ ଯେଉଁ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ଆସିନାହିଁ ସେ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ୨ ଫୁଟ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା ଆଦିକୁ ଗୁରୁତ୍ୱ ଦେବାକୁ ପଡିବ । ଗେହଲଟ ଭିଡିଓ କନଫରେସିଂରେ ଅକ୍ଟୋବରରେ ମଧ୍ୟପ୍ରଦେଶରେ ଲାଗୁ କରାଯାଇଥିବା ନୋ ମାସ୍କ ନୋ ଏଣ୍ଟ୍ରିର ସଫଳତାକୁ ନେଇ କଥା ହେଉଥିବା ସମୟରେ ଏହା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri