Posted inଜାତୀୟ

ରାଜସ୍ଥାନ ପ୍ରଭାରୀ ପଦ ଛାଡିଲେ ଅଜୟ ମାକେନ

ଜୟପୁର,୧୬।୧୧: ରାଜସ୍ଥାନରେ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ମଧ୍ୟରେ କଂଗ୍ରେସ ନେତା ଅଜୟ ମାକେନ ରାଜ୍ୟ ପ୍ରଭାରୀ ପଦରୁ ଇସ୍ତାଫା ଦେଇଛନ୍ତି। ମାକେନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ଚିଠି ଲେଖି ରାଜସ୍ଥାନର ପ୍ରଭାରୀ ଦାୟିତ୍ୱରେ କାମ କରିବାକୁ ମନା କରିଦେଇଛନ୍ତି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଆଉ ଜଣଙ୍କୁ ପ୍ରଭାରୀ ଦାୟିତ୍ୱ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହ ସେ ସେପ୍ଟେମ୍ବର ୨୫ରେ ଗେହଲୋଟ ଗୋଷ୍ଠୀର ବିଧାୟକଙ୍କ ବିଦ୍ରୋହ ପ୍ରସଙ୍ଗ ଉଠାଇଛନ୍ତି।
ମାକେନ ଚିଠିରେ ଲେଖିଛନ୍ତି, ଡିସେମ୍ବର ପ୍ରଥମ ସପ୍ତାହରେ ଭାରତ ଯୋଡୋ ଯାତ୍ରା ରାଜସ୍ଥାନକୁ ଆସୁଛି। ଡିସେମ୍ବର ୪ରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ରାଜସ୍ଥାନର ଜଣେ ନୂତନ ପ୍ରଭାରୀ ନିଯୁକ୍ତ କରିବା ଆବଶ୍ୟକ। ଉପନିର୍ବାଚନ ପୂର୍ବରୁ ମାକେନ ପ୍ରଭାରୀ ପଦ ଛାଡିବା କଂଗ୍ରେସର ଗୋଷ୍ଠୀ କନ୍ଦଳ ପୁଣି ପଦାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଘବଙ୍କ ଅଡୁଆ ବଢାଇ ପାରନ୍ତି କେଜରିଓ୍ବାଲ-ସିସୋଡିଆ

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (ଏଏପି)ର ଦୁଇ-ତୃତୀୟାଂଶ ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ସମେତ ଦଳ ଛାଡି ଭାଜପାରେ ଯୋଗଦେବାକୁ ଯାଉଛନ୍ତି ବୋଲି ଦାବି ହେବା…

ଟିପିସିଓଡିଏଲ୍‌ ପକ୍ଷରୁ ସେଫ୍ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର,୨୫।୪(ଅନୁରାଧା ମହାରଣା): ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଜାତୀୟ ସୁରକ୍ଷା ମାସ ୨୦୨୬ ସଫଳତାର ସହ ପାଳିତ ହୋଇଯାଇଛି। ମାର୍ଚ୍ଚ ୪ରୁ ଏପ୍ରିଲ…

ଘଣ୍ଟାଏ କାମ କଲେ ମିଳିବ ୨ଘଣ୍ଟାର ଦରମା! ନୂଆ ଲେବର କୋଡରେ ଓଭରଟାଇମ୍‌ର କଡ଼ା ନିୟମ

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଓଭରଟାଇମ କାମ କରିବା ଆଉ କ୍ଷତିରେ ଯିବନି। ବରଂ, ଏହା ରୋଜଗାରକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦିଏ! ୧ ଏପ୍ରିଲ, ୨୦୨୬ ଠାରୁ କାର୍ଯ୍ୟକାରୀ…

ଦୀର୍ଘ ୧୬ ବର୍ଷ ପରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲା +୨, ଅଞ୍ଚଳରେ ଖେଳିଗଲା ଆନନ୍ଦ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ୨୦୧୦ରେ ଖୋଲିଥିଲା। ଦୀର୍ଘ ୧୬ ବର୍ଷ ପରେ ଚଳିତ ଶିକ୍ଷାବର୍ଷଠାରୁ ଯୁକ୍ତ ୨ ପ୍ରଥମ ବର୍ଷ ବିଜ୍ଞାନ…

ହାର୍ଦ୍ଦିକଙ୍କ ଏକ୍ସ ଓ୍ବାଇଫ ନା ନୂଆ ଗର୍ଲଫ୍ରେଣ୍ଡ କିଏ ଅଧିକ ଧନୀ? ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୫।୪: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଜୀବନଶୈଳୀ ଏବଂ ସମ୍ପର୍କ ପାଇଁ ପ୍ରାୟତଃ ଶିରୋନାମାରେ ଅଛନ୍ତି। ହାର୍ଦ୍ଦିକ ବର୍ତ୍ତମାନ ଲୋକପ୍ରିୟ ମଡେଲ ମାହିକା ଶର୍ମାଙ୍କୁ ଡେଟ…

ଜଳିଗଲା ଲଙ୍କାଗଡ଼ ଜଙ୍ଗଲ, ଚାରିଆଡ଼େ ଧୂଆଁମୟ

ଭଞ୍ଜନଗର,୨୫ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କୁଲାଡ଼ ବିଟ୍‌ ଅଧୀନରେ ଥିବା ବାରୁଡ଼ା ଲଙ୍କାଗଡ଼ ପାହାଡ଼ରେ ଥିବା ଜଙ୍ଗଲ ଶୁକ୍ରବାର ରାତିରେ ଜଳିଯାଇଛି।…

ଟ୍ରମ୍ପଙ୍କୁ ଭେଟିବେ ମୋଦି, ଯୁଦ୍ଧକୁ ନେଇ ହୋଇପାରେ ବଡ଼ ଆଲୋଚନା!

ନୂଆଦିଲ୍ଲୀ,୨୫।୪: ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହେବାର ସମ୍ଭାବନା ଅଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ…

କୋହଲିଙ୍କ ବିରାଟ ଛକା ଦେଖି ଷ୍ଟାଡିୟମରେ ଏମିତି ନାଚି ଉଠିଲେ ଅନୁଷ୍କା ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୪: ଗତ ଶୁକ୍ରବାର, IPL 2026 ର ୩୪ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri