ଆସିଛି ରଜ

କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି ପାଳିବାକୁ ଭୁଲନ୍ତି ନାହିଁ ଗୃହିଣୀମାନେ। ଯେଉଁଠି ଥିଲେ ବି ପୂରା ଓଡ଼ିଆଣୀ ଢଙ୍ଗରେ ପର୍ବ ପାଳିବାକୁ ସମସ୍ତଙ୍କର ସ୍ବତନ୍ତ୍ର ପ୍ରସ୍ତୁତି…

କୁଆଁରୀ ଝିଅ ତଥା ନାରୀ ଓ ପ୍ରକୃତି ଉପାସନାର ପର୍ବ ରଜ। ତେଣୁ ସମସ୍ତଙ୍କ ପାଇଁ ଖୁସିମଜା ଆଉ ବିଶ୍ରାମର ଅବସର। ଘରେ ଘରେ ପିଠାପଣା, ବୁଲାବୁଲି, ମଜାମସ୍ତିର ପରିବେଶ। ସେଥିପାଇଁ ତ ଏକାଠିହୋଇ ଏହି ପର୍ବକୁ ପାଳିବା ନିମନ୍ତେ ସମସ୍ତେ ଚାହିଁ ରହିଥାନ୍ତି। ଆଉ ଏଥର କଟକଣା ନ ଥିବାରୁ ସ୍ବତନ୍ତ୍ର ଢଙ୍ଗରେ ରଜ ଉତ୍ସବର ମଜା ନେବାକୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ଯେଉଁଠି ଥିଲେ ବି ଓଡ଼ିଆଙ୍କର ଏହି ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି ଓଡ଼ିଆଣୀମାନେ।
କଟକଣା ନ ଥିବାରୁ ଏଥର ରଜ ଉତ୍ସବ ପାଇଁ ଗାଁ ଅଭିମୁଖୀ ହୋଇଛନ୍ତି ସମସ୍ତେ। କିନ୍ତୁ ବିଭିନ୍ନ କାରଣରୁ ଘରକୁ ଆସିବାକୁ କେତେଜଣ ସୁବିଧା ପାଇନାହାନ୍ତି। ତେଣୁ ସେମାନେ ବାହାରେ ରହି ବି ରଜ ପର୍ବକୁ ଧୁମଧାମରେ ପାଳନ କରିବା ପାଇଁ ଯୋଜନା କରିଛନ୍ତି।

ଏମାନେ କ’ଣ କରନ୍ତି

ଏକାଠି ଭୋଜି କରୁ
ଯେଉଁଠି ଥିଲେ ବି ରଜକୁ ଭୁଲିବା ସମ୍ଭବ ନୁହେଁ। ଛୁଟି ନାହିଁ ବୋଲି ଆମେ ଗାଁକୁ ଯାଇପାରୁନାହୁଁ। ତେଣୁ ଏଇଠି ଆମେ ରଜକୁ ବିଶେଷଭାବେ ଖିଆପିଆ କରି ପାଳନ କରୁ। ଓଡ଼ିଆ ବନ୍ଧୁମାନେ ସମସ୍ତେ ଏକାଠି ମିଶି ଜଣଙ୍କ ଘରେ ସ୍ବତନ୍ତ୍ରଭାବେ ରଜ ଉତ୍ସବର ଆୟୋଜନ କରିଥାଉ। ପୂରା ଓଡ଼ିଆ ଶୈଳୀର ବିଭିନ୍ନ ଖାଦ୍ୟ ଆଉ ପିଠା ତିଆରି କରାହୁଏ। ସମଗ୍ର ପରିବାର ସହ ସମସ୍ତେ ମିଶି ରଜରେ ଏମିତି ମଜା କରୁ। ତେବେ ଗାଁ ଆମ୍ବତୋଟାରେ ପିଲାବେଳ ଭଳି ଗଛରେ ରଜ ଦୋଳିକୁ ବହୁତ ମିସ୍‌ କରୁ।
-ଦେବଦର୍ଶିନୀ ସାମନ୍ତରାୟ, ସାଇଣ୍ଟିଷ୍ଟ, ଆଇଆଇଟି,
ମାଡ୍ରାସ, ଚେନ୍ନାଇ
ସମସ୍ତେ ମିଶି ପାଳନ କରୁ
ଆମେ ତ ଓଡ଼ିଆ ଲୋକ। ଯେଉଁଠି ରହିଲେ ବି ରଜ ପାଳନ କରିବୁ। ରଜରେ ସବୁବର୍ଷ ତ ଗାଁକୁ ଯାଇହୁଏନି, କିନ୍ତୁ ଯେଉଁଠି ଥିଲେ ବି ରଜରେ ଘରେ ବିଭିନ୍ନ ପ୍ରକାର ପିଠା ଓ ମିଠା ତିଆରି କରେ। ରଜ ପାଇଁ ଆମେ ସମସ୍ତେ ନୂଆ ଡ୍ରେସ୍‌ ପିନ୍ଧୁ। ପାଖ ମନ୍ଦିରକୁ ଯାଇ ମାଆଙ୍କ ଦର୍ଶନ କରୁ। ଏଠି ପାଖରେ ଥିବା ସବୁ ଓଡ଼ିଆ କଥା ହୋଇ ଜଣଙ୍କ ଘରେ ଭୋଜି କରିବା ପାଇଁ ସ୍ଥିର କରିଥାଉ। ବେଳେବେଳେ ୩ଦିନ ଯାକ ଭୋଜି କରୁ। କିନ୍ତୁ ରଜପାନ ଆଉ ରଜଦୋଳିକୁ ସବୁଥର ଆୟୋଜନ କରିପାରୁନାହୁଁ। କିନ୍ତୁ ଘରେ ପିଲାଙ୍କ ଖୁସି ପାଇଁ କିଣା ପ୍ଲାଷ୍ଟିକ୍‌ ଦୋଳି ଲଗାଇ ଦେଇଥାଉ। ହେଲେ ରଜ ୩ଦିନ ଯାକ ଖୁବ୍‌ ଏନ୍‌ଜଏ କରୁ।
-ବୈଶାଳୀ ଶତପଥୀ,
ଗୃହିଣୀ, ଇନ୍ଦୋର, ମଧ୍ୟପ୍ରଦେଶ
ଘରେ ଦୋଳି ଲଗାଏ
ରଜରେ ମୋର ଗାଁ କଥା ବହୁତ ମନେପଡ଼େ। କିନ୍ତୁ ସବୁଥର ଗାଁକୁ ଯାଇପାରେନି। ସେଥିପାଇଁ ଏଠି ଆମେରିକାରେ ବି ମୁଁ ରଜ ପାଳନ କରେ। ଘରେ ପିଲାଙ୍କ ପାଇଁ ପ୍ଲାଷ୍ଟିକ୍‌ ଦୋଳି ଲଗାଏ। ଆଉ ବିଭିନ୍ନ ପ୍ରକାର ପିଠା ତିଆରି କରେ। ରଜ ୩ ଦିନ ଭିତରେ ଏଠି ରହୁଥିବା ଆମ ଓଡ଼ିଆ ବନ୍ଧୁମାନଙ୍କୁ ଘରକୁ ନିମନ୍ତ୍ରଣ କରି ଖାଇବାକୁ ଦିଏ। କରୋନା ପୂର୍ବରୁ ଆମେ ସମସ୍ତେ ଏକାଠିହୋଇ ଏକ ସ୍ଥାନରେ ରଜ ପାଇଁ ସ୍ବତନ୍ତ୍ର ଆୟୋଜନ କରୁଥିଲୁ। କିନ୍ତୁ ଏ ବର୍ଷ ସେଭଳି କୌଣସି ଯୋଜନା ନ ଥିବାରୁ ଘରେ ରଜ ପାଳନ କରିବୁ ବୋଲି ସମସ୍ତେ ସ୍ଥିର କରିଛୁ। ମଜା କଥା ହେଉଛି ଆମ ଓଡିଆଙ୍କ ପୂଜା ପର୍ବ ପ୍ରତି ଏଠିକାର କିଛି ଲୋକ ବି ଆଗ୍ରହ ଦେଖାଉଛନ୍ତି।
-ତୃଷ୍ଣା ଦେବଗୋସ୍ବାମୀ, ଗୃହିଣୀ, କାଲିଫର୍ନିଆ, ଆମେରିକା
ସବୁ ବିଧି ପାଳନ କରୁ
ଏଠି ତ ରଜ ପାଇଁ ଖୁବ୍‌ ମଜା ହୁଏ। ରାଜସ୍ଥାନର ଜୟପୁର ଆଇଆଇଟିରେ ଆମେ ପଢୁଥିବା ସବୁ ଓଡ଼ିଆ ଝିଅ ମିଶି ରଜ ପାଇଁ ଏକାଠି ଭୋଜିକରୁ। ଗୋଟିଏ ସ୍ଥାନରେ ଛୋଟ ଦୋଳି ଲଗାଇ କିଛି ସମୟ ଝୁଲିଥାଉ। ଗାଁ ରଜକୁ ମନେପକାଇ ସମସ୍ତେ ଅଳତା ଲଗାଉ ଆଉ ନୂଆ ଡ୍ରେସ୍‌ ପିନ୍ଧି ଖୁବ୍‌ ମଜା କରୁ। କିନ୍ତୁ ରଜରେ ଆମ ସହିତ ଏଠାକାର ସାଙ୍ଗମାନେ ବି ମିଶି ଓଡ଼ିଆ ଖାଦ୍ୟ ଓ ପିଠା ଖାଇ ଖୁସି ହୁଅନ୍ତି। ଅବଶ୍ୟ ଗାଁରେ ତିଆରି ହେଉଥିବା ପୋଡପିଥା ଆମେ ଖାଇପାରୁ ନାହିଁ। ତେବେ ରଜରେ ସମସ୍ତେ ଏକାଠିହୋଇ ମଜା କରିବା ପାଇଁ ଆମେ ସୁଯୋଗ ପାଇଥାଉ।
ଅର୍ପିତା ପ୍ରିୟଦର୍ଶିନୀ ସାମଲ
ଆଇଆଇଟି, ଯୋଧପୁର, ରାଜସ୍ଥାନ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri