ରଜ ପ୍ଲାନିଂ…

ଆଉ ମାତ୍ର ଦିନକର ଅପେକ୍ଷା ପରେ ଆରମ୍ଭ ହେବ ରଜ ମଉଜ। ଏଥର କୋଭିଡ୍‌ କଟକଣା ବି ଆଉ ନାହିଁ। ତେଣୁ ଜୋର୍‌ସୋରରେ ଚାଲିଛି ରଜ ପ୍ରସ୍ତୁତି। କିଏ ମାର୍କେଟ୍‌କୁ ଆସିଥିବା ଭଳିକି ଭଳି ଡ୍ରେସ୍‌ କିଣୁଛନ୍ତି ତ କିଏ ଫିଲ୍ମ ଦେଖିବା, ବୁଲାବୁଲି କରିବାକୁ ନେଇ ଅଛନ୍ତି ବେଶ୍‌ ଏକ୍ସାଇଟେଡ୍‌। ଆଉ ପୁଣି କିଏ ସଜବାଜ ହୋଇ ପୋଡ଼ପିଠା, ରଜପାନ ଖାଇ ଦୋଳିରେ ଝୁଲିବା ସାଙ୍ଗକୁ ଭଳିକି ଭଳି ଫଟୋ ଉଠାଇବାକୁ ଚାହିଁ ରହିଛନ୍ତି। ଏଥର ରଜକୁ ନେଇ କ’ଣ ରହିଛି ଏମାନଙ୍କର ପ୍ଲାନିଂ…

ପାରମ୍ପରିକ ଢଙ୍ଗରେ ପାଳିବି ରଜ
ପ୍ରଣତି ମିଶ୍ର (କେନ୍ଦୁଝର)- ଜିଲାର ଅନ୍ୟତମ ପ୍ରମୁଖ ପର୍ବ ହେଉଛି ରଜ ପର୍ବ। ଏହି ପର୍ବ ତିନି ଦିନ ଧରି ପାଳନ ହୋଇଥାଏ। କିନ୍ତୁ ଏହା ପୂର୍ବ ପ୍ରସ୍ତୁତି କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥାଏ। ପିଠାପଣା ସାଙ୍ଗକୁ ଦୋଳିଖେଳ ଜମିଥାଏ। ଘରକୁ କୁଣିଆ ଆସନ୍ତି ଓ ସମସ୍ତେ ମିଶି ପାଳନ କରିଥାଉ। କିନ୍ତୁ କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ରଜରେ ଦୋଳି ଖେଳିବା ଓ ବୁଲିବା ସୁଯୋଗ ମିଳି ନ ଥିଲା। ହେଲେ ଏଥର ସେ କଟକଣା ନ ଥିବାରୁ ଧୁମ୍‌ଧାମରେ ପାରମ୍ପରିକ ଭାବେ ରଜ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହେଉଛୁ। ବିଭିନ୍ନ ସ୍ଥାନ, ବଜାର, ପ୍ରଦର୍ଶନୀ ଆଦି ବୁଲିବା ସହ ବିଶେଷକରି ଆମ ଅଞ୍ଚଳରେ କାଠରେ ପ୍ରସ୍ତୁତ ହେଉଥିବା ଅନେକ ପ୍ରକାର ଦୋଳିଖେଳର ମଜା ନେବୁ। ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଜ ମହୋତ୍ସବ ଦେଖିବାକୁ ଯିବୁ।
ରଜରେ ହେବ ଫିଲ୍ମଦେଖା
ସୁଜିତ୍‌ ପରିଡ଼ା (କଟକ)- ରଜପର୍ବରେ ସ୍ପେଶାଲ ପାନଖିଆର ଏକ ଭିନ୍ନ ଆନନ୍ଦ ଅଛି। ତା’ଛଡ଼ା ଏହି ତିନି ଦିନରେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନ ବୁଲାବୁଲି କରିବାକୁ ଖୁସି ଲାଗେ। ତେବେ ରଜକୁ ଆହୁରି ଖାସ୍‌ କରେ ହଲ୍‌ରେ ଫିଲ୍ମଦେଖା। ରଜରେ ହଲ୍‌ ଫୁଲ୍‌ ରହୁଥିବାରୁ ଏବେଠୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ କରିସାରିଛି। ଶେଷ ରଜ ଦିନ ପୁରୀ ଯିବାକୁ
ଯୋଜନା କରିଛି।
ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବୁ
ଆଶୁତୋଷ ବାରିକ୍‌ (କର୍ମଜୀବୀ, ପିପିଲି)-
ରଜ କହିଲେ କେବଳ ଝିଅମାନଙ୍କର ସଜବାଜ ନୁହଁ, ଆମେ ବି ରଜକୁ ଧୁମ୍‌ଧାମ୍‌ରେ ପାଳନ କରୁ। ରଜରେ ଘରେ ବହୁତ ପ୍ରକାର ପିଠାପଣା ହୁଏ। ମାମାଙ୍କ ହାତତିଆରି ପୋଡ଼ପିଠାର ସ୍ବାଦ ସବୁଠୁ ନିଆରା। ମୁଁ ରଜ ପାଇଁ ଆଗୁଆ କାମରୁ ଛୁଟି ନେଇ ଆସେ। ରଜରେ ସାଙ୍ଗସାଥୀମାନେ ଘରକୁ ଆସିଲେ ସମସ୍ତେ ପିଠାମିଠା ଖାଇ ବୁଲିଯିବାର ପ୍ଲାନିଂ କରୁ। ପ୍ରଥମେ ପାନଖିଆରୁ ମୋ ରଜ ଆରମ୍ଭ ହୁଏ। ସାଙ୍ଗମାନେ ମିଶି ଦୋଳି ଖେଳୁ। ପୁଅମାନଙ୍କର ଦୋଳି ଖେଳିବାର ନିଆରା ମଜା। ସେଥିରେ ଫଟୋ ଶୁଟ୍‌ କରି ପରସ୍ପରକୁ ଚିଡ଼ାଉ। ତା’ପରେ ସାରେ ସବୁ ସାଙ୍ଗ ମିଶି ଲଙ୍ଗ୍‌ ଡ୍ରାଇଭରେ ଯାଉ। ଏଥର ବି ପାଗ ଭଲ ରହିଲେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାର ପ୍ଲାନିଂ ଅଛି।
କବାଡ଼ି ଖେଳର ମଜା ନିଆରା
ସିଦ୍ଧେଶ୍ୱର ସାହୁ (କେନ୍ଦୁଝର)- କୋଭିଡ୍‌ କଟକଣା ଉଠିଲା। ଏଣୁ ଚଳିତବର୍ଷ ରଜ ଧୁମଧାମରେ ପାଳନ କରିବାକୁ ନେଇ ବିଭିନ୍ନ ପ୍ରକାରର ପ୍ଲାନିଂ କରିଛି। ରଜରେ ଦୋଳି ଖେଳ ସହ ତାସ୍‌ ପାଲି, କବାଡି ଆଦି ଖେଳ ବି ହେବ। ବିଭିନ୍ନ ସ୍ଥାନରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ। ତେଣୁ ପୂର୍ବ ବର୍ଷଗୁଡିକ ଭଳି ଏଥର ବି ବିଭିନ୍ନ ସ୍ଥାନ ବୁଲି ଦୋଳି ଉତ୍ସବ ଦେଖିବି।
କଲୋନୀରେ ଏକାଠି
ଭୋଜି କରିବୁ
ଶୁଭସ୍ମିତା ମହାପାତ୍ର (ଲଳିତେଶ୍ୱର ନଗର, ଯାଜପୁର)-
ଓଡ଼ିଶାର ଗଣପର୍ବ ଆମ ରଜପର୍ବ। ଏହି ପର୍ବକୁ କିଛି ନିଆରା ଢଙ୍ଗରେ ପାଳନ କରାଯାଏ ଆମ କଲୋନୀରେ। ସଜବାଜରୁ ଆରମ୍ଭ କରି ଶେଷ ରଜଯାଏଁ ଆନନ୍ଦ ଉଲ୍ଲାସର ଆସର ଜମିଥାଏ। ଶିଶୁଠାରୁ ବୃଦ୍ଧାଯାଏଁ ସଭିଏଁ ଗୋଟିଏ ଜାଗାରେ ଏକାଠି ହୋଇ ପରସ୍ପରକୁ ସଜ କରାଉ ଏବଂ ନାଚଗୀତର କାର୍ଯ୍ୟକ୍ରମ ମଧ୍ୟ କରିଥାଉ। ଗୀତର ତାଳେତାଳେ ସଭିଁଙ୍କ ପାଦ ଝୁମି ଉଠେ। ସମସ୍ତେ ଭୋଜି କରି ଏକାଠି ବସି ଖାଇଥାଉ। ସାଙ୍ଗସାଥୀଠାରୁ କଲୋନୀର ସମସ୍ତେ ଶାଢ଼ି ପିନ୍ଧି ଫଟୋ ଉଠାଉ। ରଜପାନ ଖାଇ ଦୋଳି ଖେଳି ଖୁସି ମନାଉ। ଯେହେତୁ ଗତ ଦୁଇ ବର୍ଷ ଏକାଠି ଏସବୁ କରି ପାରି ନ ଥିଲୁ, ତେଣୁ ଏଥର ରଜକୁ ବେଶ୍‌ ମଜାଦାର ଢଙ୍ଗରେ ପାଲିବାକୁ ନେଇ ଉତ୍ସାହିତ ଅଛୁ।
ରଜ ଶପିଂର ଚାର୍ମ ଅଲଗା
ବିଶ୍ୱଜିତା ମହାନ୍ତ (କଟକ)- ଏମିତିରେ ଶପିଂ ମୋର ଏକ ନିଶା। କିଛି ପର୍ବପର୍ବାଣି ଥାଉ କି ନ ଥାଉ, ମଝିରେ ମଝିରେ ନୂଆ ଡ୍ରେସ୍‌ କିଣିଥାଏ। ହେଲେ ରଜ ଶପିଂର ଚାର୍ମ କିନ୍ତୁ ଅଲଗା। କାରଣ ଏ ସମୟରେ ମାର୍କେଟ୍‌କୁ ବିଭିନ୍ନ ନୂଆ ନୂଆ
କଲେକ୍ସନ ଆସିଥାଏ। ତେଣୁ ତିନି ଦିନ ରଜ ପାଇଁ ବୁଲି ବୁଲି ଲାଟେଷ୍ଟ କଲେକ୍ସନ ବାଛିଥାଏ। ପୂର୍ବ ଦୁଇ ବର୍ଷ କରୋନା ପାଇଁ ଭଲ ଭାବେ ମାର୍କେଟିଂ କରି ପାରି ନ ଥିବାରୁ ଏଥର ବେଶ୍‌ କିଛି ଦିନ ପୂର୍ବରୁ ମାର୍କେଟିଂ ଚାଲିଛି। ତା’ଛଡ଼ା ଏଥର ରଜରେ ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବା ଏବଂ ଓ୍ବାଟର ପାର୍କ ଯିବାର ପ୍ଲାନିଂ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri