ରଜ ପାଇଁ ସଜେଇ ହେଉଛି ମା’ ଉଗ୍ରତାରା ପୀଠ

ନିରାକାରପୁର,୯।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନୂଆଗଡ ପଞ୍ଚାୟତ ମୂଳୀଝର ହାତୀଆ ପାହାଡ଼ ପାଦ ଦେଶରେ ଅବସ୍ଥିତ ଓଡ଼ିଶା ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ପୀଠରେ ଚଳିତବର୍ଷ ରଜ ମହୋତ୍ସବ ପର୍ବ ପାଳନ କରାଯିବ। ଏଥିପାଇଁ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ସଫା କରାଯିବା ସହିତ ରଙ୍ଗ ଦିଆଯାଉଥିବା ଦେଖିବାକୁ ମିଳିଛି। ଏଠାରେ ସାତ ଦିନ ଧରି ରଜ ମହୋତ୍ସବ ପାଳିତ ହେଉଥିବାବେଳେ ଦୀର୍ଘ ମାସେ ଧରି ଏଠାରେ ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଇଥାଏ। କୃଷି ଭିତ୍ତିକ ସାମଗ୍ରୀ, ବିଭିନ୍ନ କାଠ ଓ ପଥର ସାମଗ୍ରୀ, ଏପରିକି ବିଭିନ୍ନ ଘର କରଣା ସାମଗ୍ରୀ ବିକ୍ରି ହୋଇଥାଏ। ବହୁ ଦୂରାନ୍ତରୁ ଏଠାକୁ ବେପାରୀମାନେ ଆସିଥାନ୍ତି। ସେହିପରି ଯାତ୍ରା ମହୋତ୍ସବ ଦେଖିବାକୁ ଜିଲା ସମେତ ଜିଲା ବାହାରୁ ଲୋକଙ୍କ ସମାଗମ ହୋଇଥାଏ। କୋଭିଡ୍‌ କଟକଣା ଯୋଗୁ ୨ବର୍ଷ ହେବ ରଜ ମହୋତ୍ସବ ବନ୍ଦ ରହିଥିଲା। ଚଳିତ ବର୍ଷ କଟକଣା କୋହଳ ହେବା ପରେ ଏହି ମହୋତ୍ସବରେ ବହୁ ଲୋକଙ୍କ ସମାଗମ ହେବ ବୋଲି ପୂଜକ ମନୋରଞ୍ଜନ ସାମନ୍ତରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ...

ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ...

ଅଜଣା ରୋଗରେ ଛାତ୍ର ଆକ୍ରାନ୍ତ

ପାପଡାହାଣ୍ଡି,୨୮।୨(ଡି.ଏନ.ଏ.) – ଅଜଣା ରୋଗରେ ଆକ୍ରାନ୍ତ ହୋଇ ଜଣେ ଛାତ୍ରଙ୍କ ହାତ ଗୋଡ କାମ କରୁନି। ଛାତ୍ର ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ...

ଗାଡ଼ିପାସ୍‌ କାମ ଦେଲାନି, ବାଲେଶ୍ୱର ଫେରିଗଲେ ୨ଜଣ

ବରଗଡ଼ ଅଫିସ୍‌/ଅତାବିରା, ୨୦ା୪:  ବରଗଡ଼ ଜିଲା ଅତାବିରା ବ୍ଲକ ଦୁଲମପୁରରୁ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଦିଆଯାଇଥିବା ଗାଡ଼ିପାସ୍‌ରେ ଲକ୍‌ ଡାଉନ କଟକଣା ଉଲ୍ଲଂଘନ ଘଟଣାକୁ ନେଇ...

ହାତୀ ଉପଦ୍ରବ ଥମୁନି, ବନବିଭାଗ ଅସହାୟ

ଭଞ୍ଜନଗର,୨୯ା୧୦(ଡି.ଏନ.ଏ.): ଭଞ୍ଜନଗର ଉତ୍ତା ଓ ଦକ୍ଷିଣ ବନଖଣ୍ଡର ହାତୀ କରିଡ଼ରଗୁଡ଼ିକ ବିଭିନ୍ନ କାରଣ ଯୋଗୁ ନଷ୍ଟ ହେବାକୁ ବସିଛି। ଏହି କାରଣରୁ ହତୀପଲ ଜଙ୍ଗଲରୁ ବାହାରି...

ଅନୁଗୋଳ ଜିଲାରେ ୭୨.୮୧ ପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୨।୫- ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଅନୁଗୋଳ ଜିଲାରେ ମୋଟ୍‌ ୭୨.୮୧ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତେବେ ପୂର୍ବବର୍ଷ ଅପେକ୍ଷା ପାସ୍‌ ହାର...

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ନିର୍ଦ୍ଦେଶକଙ୍କ ଦରମା ପ୍ରସଙ୍ଗ : ପଦକ୍ଷେପ କ’ଣ ନେଇଛ ଜଣାଅ: ହାଇକୋର୍ଟ

କଟକ ଅଫିସ,୪ା୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ ଚଞ୍ଚକତା କରି ନିଜ ବେତନ ବାବଦରେ ପ୍ରାପ୍ୟଠାରୁ ୩୦ ଲକ୍ଷରୁ...

ହନିମୁନ୍‌ରେ ଯାଇ କୁଆଲାଲମ୍ପୁର ବିମାନବନ୍ଦରରେ ଫସିଲେ ଦମ୍ପତି: ଫେରିବା ପାଇଁ ସରକାରଙ୍କୁ ନିବେଦନ

ନବରଙ୍ଗପୁର,୧୯ା୩(ବି.ପ୍ର.): କରୋନା ଭାଇରସ୍‌ ରୋକିବା ପାଇଁ ସବୁଆଡ଼େ କଟକଣା ଲାଗୁ ହୋଇଛି। ଏଥିପାଇଁ ସ୍କୁଲ, କଲେଜ, ମଲ୍‌ ଆଦିକୁ ସାମୟିକ ବନ୍ଦ କରାଯାଇଥିବା ବେଳେ ଅଧିକାଂଶ...

Advertisement
Archives

Model This Week