ଆସିଛି ରଜ

ଭୁବନେଶ୍ୱର,୧୪।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ଗଣପର୍ବ ‘ରଜ’ ପାଇଁ ରାଜଧାନୀ ଉତ୍ସବ ମୁଖରିତ। ଏଥିପାଇଁ ସମସ୍ତଙ୍କ ମନରେ ଉଲ୍ଲାସ ଓ ଉତ୍ସାହ ଭରିଯାଇଛି। ସବୁଠି ପୋଡ଼ପିଠା, ପାନଭଙ୍ଗା ପ୍ରସ୍ତୁତି ସାଙ୍ଗକୁ ଦୋଳି ଲାଗିସରିଲାଣି। ଗୁରୁବାର ଝିଅବୋହୂମାନେ ରଜ ସଜବାଜ ବେଶ୍‌ ଉତ୍ସାହର ସହିତ ପାଳନ କରିଛନ୍ତି। ଶୁକ୍ରବାର ପ୍ରଥମ ରଜ। ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଳନ ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରାଯାଇଛି। ଭୁବନେଶ୍ୱର ପାନ୍ଥନିବାସରେ ରଜ ସଜବାଜ ପାଇଁ ବ୍ୟବସ୍ଥା ହୋଇଛି। ବିଭିନ୍ନ ଶପିଂମଲ୍‌ ସାମ୍ନାରେ ଦୋଳି, ରାସ୍ତା ପାର୍ଶ୍ୱରେ ପିଠା ଷ୍ଟଲ, ରଜ ପାନ ଷ୍ଟଲ୍‌ ଦେଖିବାକୁ ମିଳୁଛି। ପାତ୍ରପଡ଼ା, ନୟାପଲ୍ଲୀ, ଶହୀଦନଗର ଭଳି ଅନେକ ସ୍ଥାନରେ ଦୋଳି ଲଗାଯାଇଛି। ରାଜଧାନୀରେ ରଜ ପାଇଁ ଆୟୋଜନ ନେଇ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା।
ରାଜ୍ୟ ସଂଗ୍ରହାଳୟରେ ରଜ ମଉଜ
ରଜ ପାଇଁ ରାଜ୍ୟ ସଂଗ୍ରହାଳୟର ଉଦ୍ୟାନ ପରିସରରେ ଆୟୋଜନ ହୋଇଛି ଆକର୍ଷଣୀୟ କାର୍ଯ୍ୟକ୍ରମ ‘କୁମାରୀ କନ୍ୟା’। ମହିଳାଙ୍କ ପାଇଁ ରଜଦୋଳି, ପୁରୁଷଙ୍କ ପାଇଁ ତାସ୍‌ ଓ ଲୁଡୁ ଖେଳର ବ୍ୟବସ୍ଥା କରାଯାଇଛି। ପିଠା, ପାନ ଓ ଖାଦ୍ୟ ସାମଗ୍ରୀର ବିଭିନ୍ନ ପସରା ସହ ପରିବେଶକୁ ଉତ୍ସବମୁଖର କରିବା ପାଇଁ ଘୋଡ଼ାନାଚ ଓ ପାନର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ରଜ ଉତ୍ସବ ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟ ଓ ନିଉ ବ୍ରିଜ ଇଣ୍ଡିଆ ସହଯୋଗରେ ଏକ ପ୍ରଦର୍ଶନୀ ‘ବଏ ଡ୍ୟାନ୍ସର’ ଅନୁଷ୍ଠିତ ହେଉଛି। ଏଥିସହ ଗୋଟିପୁଅ ନୃତ୍ୟ ମଧ୍ୟ ଉନ୍ମୁକ୍ତ ଉଦ୍ୟାନରେ ପ୍ରଦର୍ଶନ ହେବ। ଏହା ଅପରାହ୍ନ ୪ଟା ୩୦ରେ ଆରମ୍ଭ ହେବ। ଗୋଟିପୁଅ ନୃତ୍ୟର ଚମତ୍କାର ଅଭିବ୍ୟକ୍ତି ହେଉଛି ବନ୍ଧନୃତ୍ୟ।
ବିଶେଷକରି ଲୋକକଳା, ଲୋକ ମହୋତ୍ସବ ଓ ଗୋଟିପୁଅ ଭଳି ପାରମ୍ପରିକ ବ୍ୟବସ୍ଥାରେ ରାଜ୍ୟ ସଂଗ୍ରହାଳୟରେ ଲୋକେ ରଜ ମଉଜ କରିବେ।
ନୟାପଲ୍ଲୀ ରଜ ମହୋତ୍ସବ
ନୟାପଲ୍ଲୀ କଳିଙ୍ଗ କ୍ରୀଡ଼ା ବିକାଶ ପରିଷଦ ପକ୍ଷରୁ ନୟାପଲ୍ଲୀ ରଜ ମହୋତ୍ସବ-୨୦୨୪ ଗୁରୁବାରଠାରୁ ଆରମ୍ଭ ହୋଇଯାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ଏହା ଚାଲିବ। ବିଭିନ୍ନ ପ୍ରକାର ଦୋଳି ପଡ଼ିଥିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟ ପସରା, ପାନ ଷ୍ଟଲର ଆୟୋଜନ କରାଯାଇଛି। ଛୋଟ ପିଲାଙ୍କ ମଧ୍ୟରେ ରଜରେ ଖେଳାଯାଉଥିବା ବିଭିନ୍ନ ଖେଳକୁ ନେଇ ପ୍ରତିଯୋଗିତା ଆୟୋଜନ ହେଉଛି। ପ୍ରଥମ ଦିନରେ ଅତିଥି ଭାବେ ମୀରା ପରିଡ଼ା ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି।
ଶହୀଦନଗରରେ ୫ଦିନିଆ ରଜ
ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ମହୋତ୍ସବ ଧୁମଧାମ୍‌ରେ ପାଳନ କରାଯାଉଛି। ବୁଧବାରଠାରୁ ୫ଦିନିଆ ରଜ ଉତ୍ସବ ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ସମିତି ପକ୍ଷରୁ ୨୫ଟି ବିଭିନ୍ନ ପ୍ରକାର ପାରମ୍ପରିକ, ନିରାମିଷ ଓ ଆମିଷ ଖାଦ୍ୟଷ୍ଟଲର ବ୍ୟବସ୍ଥା କରାଯାଇଛି। ପିଠା, ମିଠା, ପାନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀକୁ ନେଇ ମଧ୍ୟ ଷ୍ଟଲ ପଡ଼ିଛି। ରଜକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୋଳି, ସେଲ୍‌ଫି ଜୋନ୍‌, ମୀନାବଜାର, ଖେଳ ସରଞ୍ଜାମ ଆୟୋଜନ ହୋଇଛି। ସାରେ ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରୁଛନ୍ତି।

ରଜ ପାଇଁ ମୁଁ ଖୁବ୍‌ ଉତ୍ସାହିତ। ସଜବାଜ ସବୁ ସରିଲାଣି। ମୁଁ ଓ ମୋ’ ସାଙ୍ଗମାନେ ମିଶିକି ମେହେନ୍ଦୀ ଲଗାଇ ସାରିଲୁଣି। ନିକଟସ୍ଥ ଏକ ସ୍ଥାନରେ ରଜଦୋଳି ଲଗାଯାଇଛି। ସମସ୍ତେ ସାଙ୍ଗ ହୋଇ ସେଠାକୁ ଖେଳିବାକୁ ଯିବୁ। ସେହିପରି ପିଠା, ପାନ ଖାଇ ରଜକୁ ଭଲ ଭାବେ ପାଳନ କରିବୁ।
– ବନିତାରାଣୀ ପଣ୍ଡା

ଥର ରଜ ପାଳନ କରିବାକୁ ମୁଁ ଚାହିଁବସିଛି। ପ୍ରାୟ ଓଡ଼ିଆ ପର୍ବରେ ଆମେ ଘରେ ସମସ୍ତେ ଏକତ୍ରିତ ହେଉ, ସେ ମଜା ଆଉ କେଉଁଠି ନାହିଁ। ତାସ୍‌, ଲୁଡୋ ସବୁ ପ୍ରକାର ଖେଳର ଆୟୋଜନ କରାଯାଏ। ଏଥର ମଉଜର ସହ ରଜ ପାଳନ କରିବାକୁ ଆଗୁଆ ଯୋଜନା ସରିଛି।
– ଜୟଶ୍ରୀ ରାଉତ

ଏବେ ରଜ ପାଇଁ ଏତେ ଆଉ ଆଗ୍ରହ ନାହିଁ, ଯାହା ପିଲାବେଳେ ଥିଲା। ଗୋଟିଏ ଦୋଳିରେ ଖେଳିବାକୁ ମାରପିଟ, ପିଠା ଖାଇବାକୁ ଆଗ୍ରହ, ଅଳତା ଲଗାଇବା, ସଜ ହେବା ସବୁକିଛି ଥିଲା ନିଆରା। କିନ୍ତୁ ସମୟ ବଦଳିବା ସହ ସାଙ୍ଗମାନେ କିଏ କେଉଁଠି ରହିଲେ। ଘରେ ମଧ୍ୟ ଆଗ ଭଳି ରଜ ପାଳନ ହେଉନି। ଏବେ ଯେମିତି ସେମିତି ପାଳନ କରିଦେବା କଥା।
– ନିହାରିକା ମହାନ୍ତି

ପାନ୍ଥନିବାସରେ ରଜ ମହୋତ୍ସବ

ଭୁବନେଶ୍ୱରସ୍ଥିତ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ(ଓଟିଡିସି) ମୁଖ୍ୟାଳୟରେ ଗୁରୁବାର ଗଣପର୍ବ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହିଳା ଓ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡ଼ିଆ ସୁସ୍ବାଦୁ ଖାଦ୍ୟ, ପିଠାପଣାକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ କରାଯାଉଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ତିନିଦିନିଆ ଉତ୍ସବର ଏକ ଅଂଶ ଭାବେ ଓଟିଡିସିର ସମସ୍ତ ଆତିଥ୍ୟ ୟୁନିଟଗୁଡିକରେ ରଜର ସ୍ବତନ୍ତ୍ର ସୁସ୍ବାଦୁ ଖାଦ୍ୟ ଏବଂ ମିଠା ବିକ୍ରୟକୁ ସୁନିଶ୍ଚିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ପାନ୍ଥନିବାସରେ ପାରମ୍ପରିକ ରଜଦୋଳି ଏବଂ ମହିଳାଙ୍କ ହାତକୁ ମାଗଣାରେ ମେହେନ୍ଦିରେ ସଜାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଉତ୍ସବକୁ ମହନୀୟ କରିବା ତଥା ରଜର ସୁସ୍ବାଦୁ ପିଠା ଓ ମିଠା ବିକ୍ରୟ ପାଇଁ ତିନୋଟି ‘ପିଠା ଅନ୍‌ ହୁଇଲ’ ଭ୍ୟାନ୍‌ ଉଦ୍‌ଘାଟିତ ହୋଇଛି। ମାଷ୍ଟରକ୍ୟାଣ୍ଟିନ, କିଟ୍‌ ସ୍କୋୟାର, ଆଇଟିଆର୍‌- ଖଣ୍ଡଗିରିରେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ ଘଟିକା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଭ୍ୟାନଗୁଡ଼ିକ ଉପଲବ୍ଧ ହେବ। ଏହି ଭ୍ୟାନଗୁଡ଼ିକ ରଜପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ପ୍ରଦାନ କରିବ। ‘ପିଠା ଅନ୍‌ ହୁଇଲ’ ମଧ୍ୟ ସମ୍ବଲପୁରରେ ଉପଲବ୍ଧ ହେବ। ସିଲଭରସିଟି ବୋଟ କ୍ଲବ, ଆଇଏସ୍‌ବିଟି କାଫେ ଏବଂ ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତୋରାଁରେ ଜୁନ୍‌ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ରଜ ପିଠା କାଉଣ୍ଟର ସ୍ଥାପନ କରାଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିଗମର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ମହାପ୍ରବନ୍ଧକ ଡ. ଲଲାଟେନ୍ଦୁ ସାହୁ, ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ କାର୍ଯ୍ୟକାରୀ ସଭାପତି ବେଣୁଧର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri