Posted inଜାତୀୟ

ରାଇସିନା ରେସ୍‌

ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ୨୦୨୨ ଜୁଲାଇ ୧୮(ସୋମବାର)ରେ ଅନୁଷ୍ଠିତ ହେଉଛି। ପାର୍ଲାମେଣ୍ଟ ହାଉସ୍‌ରେ ଉଭୟ ଗୃହର ସଦସ୍ୟମାନେ ଭୋଟ ଦେବେ। ରାଜ୍ୟଗୁଡ଼ିକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀର ବିଧାୟକମାନେ ନିଜ ନିଜ ବିଧାନସଭାରେ ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ଇଲେକ୍ଟୋରାଲ କଲେଜର ୪,୮୦୯ ସଦସ୍ୟ ଭାଗନେଇ ଭୋଟ ଦେବେ। ବିଧାୟକମାନଙ୍କ ଭୋଟ ମୂଲ୍ୟ ଭିନ୍ନ ରହିଥାଏ। ୧୯୭୧ ଜନଗଣନା ଅନୁସାରେ ଗୋଟିଏ ରାଜ୍ୟର ଜନସଂଖ୍ୟା ହରଣ ବିଧାୟକଙ୍କ ସଂଖ୍ୟା ହରଣ ୧,୦୦୦ ହେଉଛି ବିଧାୟକଙ୍କ ଭୋଟର ମୂଲ୍ୟ। ସେହି ଅନୁସାରେ ଉତ୍ତର ପ୍ରଦେଶର ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବାଧିକ ୨୦୮। ୪୦୩ ବିଧାୟକଙ୍କ ମୋଟ ଭୋଟ ମୂଲ୍ୟ ୮୩,୮୨୪। ସେହିପରି ଝାଡ଼ଖଣ୍ଡ ଓ ତାମିଲନାଡ଼ୁ ବିଧାୟକଙ୍କ ଭୋଟ ମୂଲ୍ୟ ୧୭୬। ମହାରାଷ୍ଟ୍ରରେ ୧୭୫। ବିହାରରେ ୧୭୩, ଆନ୍ଧ୍ରପ୍ରଦେଶ ୧୫୯, ମଣିପୁର ୧୮, ଗୋଆ ୧୦, ନାଗାଲାଣ୍ଡ ୯, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ୮ ଏବଂ ସିକିମ୍‌ ବିଧାୟକଙ୍କ ଭୋଟ ମୂଲ୍ୟ ସର୍ବନିମ୍ନ ୭ ସ୍ଥିର କରାଯାଇଛି। ବିଧାନସଭାଗୁଡ଼ିକରୁ ମିଳୁଥିବା ମୋଟ ଭୋଟ ମୂଲ୍ୟ ୫,୪୩,୨୦୦ ଲକ୍ଷ ହୋଇଥିବାରୁ ରାଜ୍ୟ ସଭା ଓ ଲୋକ ସଭା ସଦସ୍ୟଙ୍କ ସଂଖ୍ୟା ୭୭୬ରେ ଏହାକୁ ହରଣ କଲେ ଏମ୍‌ପିଙ୍କ ଭୋଟ ସଂଖ୍ୟା ୭୦୦ ହେବ। ଜମ୍ମୁ-କଶ୍ମୀରରେ ବିଧାନସଭା ଭଙ୍ଗ କରାଯାଇ କେନ୍ଦ୍ରୀୟ ଶାସନ ଚାଲିଥିବାରୁ ଏଥର ଏହା ୭୦୮ରୁ ୭୦୦କୁ ଖସିଆସିଛି। ସେହିପରି ମୋଟ ବିଧାୟକଙ୍କ ଭୋଟ ସଂଖ୍ୟା ୫,୪୩,୨୩୧ ରହିଛି। ଇଲେକ୍ଟୋରାଲ କଲେଜର ମୋଟ ଭୋଟ ସଂଖ୍ୟା ହେଉଛି ୧୦,୮୬,୪୩୧।

ନିର୍ବାଚନରେ ପାର୍ଲାମେଣ୍ଟର କୌଣସି ମନୋନୀତ ସଦସ୍ୟ କିମ୍ବା ବିଧାନ ପରିଷଦ ସଦସ୍ୟ ଭାଗନେଇ ନ ଥାଆନ୍ତି। ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ କ୍ରମାନ୍ବୟରେ ଭୋଟ ଦେଇପାରିବେ। ବାଲଟ ପେପରର ସ୍ତମ୍ଭ ୨ରେ ଥିବା ଶୂନ୍ୟସ୍ଥାନରେ ୧,୨,୩… ଲେଖି ମତଦାନ କରିବେ। ଏହି ପ୍ରିଫରେନ୍ସିଆଲ ବ୍ୟବସ୍ଥା ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ବ୍ୟବହୃତ ହୋଇ ନ ଥାଏ।

ଏମ୍‌ପିମାନଙ୍କୁ ସବୁଜ ଓ ବିଧାୟକଙ୍କୁ ଗୋଲାପି ରଙ୍ଗର ବାଲଟ ଦିଆଯିବ। ପ୍ରତ୍ୟେକ ବିଧାୟକ ଏବଂ ଏମ୍‌ପିଙ୍କ ଭୋଟ ମୂଲ୍ୟ ନିର୍ଦ୍ଧାରଣରେ ଏହି ପୃଥକ୍‌ ରଙ୍ଗିନ ବାଲଟ ପେପର ନିର୍ବାଚନ ଅଧିକାରୀ (ରିଟର୍ନିଂ ଅଫିସର)ଙ୍କୁ ସହାୟକ ହୋଇଥାଏ। ସେହିପରି ମତଦାନରେ ଗୋପନୀୟତା ରକ୍ଷା ପାଇଁ ନିର୍ବାଚନ କମିଶନ ଏମ୍‌ପି-ବିଧାୟକଙ୍କୁ ବାଇଗଣି କାଳି ଥିବା ସ୍ବତନ୍ତ୍ର ପେନ୍‌ ଦେବେ। ଉକ୍ତ କଲମକୁ ସେମାନେ ନିଜ ବାଲଟରେ ବ୍ୟବହାର କରିବେ।

୨୦୧୭ ଜୁଲାଇ ୧୭ରେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା। ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ନେତ୍ରୀ ମୈରା କୁମାରଙ୍କୁ ବିରୋଧୀ ପ୍ରାର୍ଥୀ କରିଥିଲେ। ଏହାର ଫଳାଫଳ ୨୦ ତାରିଖରେ ଆସିଥିଲା। ମୋଟ ୧୦,୬୯,୩୫୮ ଭୋଟ ମଧ୍ୟରୁ ରାମନାଥ ୭,୦୨,୦୪୪ ଭୋଟ ପାଇ ବିଜୟୀ ହୋଇଥିଲେ। ମୈରା କୁମାରଙ୍କୁ ୩,୬୭,୬୧୪ ଭୋଟ ମିଳିଥିଲା।

ଭାରତର ରାଷ୍ଟ୍ରପତି: କିଛି ତଥ୍ୟ

ମସିହାରେ ଭାରତ ସାଧାରଣତନ୍ତ୍ର ହେବା ପରଠାରୁ ଅଦ୍ୟାବଧି ୧୪ ଜଣ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ସମ୍ପୂର୍ଣ୍ଣ ୫ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି। କେବଳ ଡ. ରାଜେନ୍ଦ୍ର ପ୍ରସାଦ ୧୯୫୨ ପରେ ୧୯୫୭ରେ ପୁନଃ ନିର୍ବାଚିତ ହୋଇ ଦୁଇଥର ରାଷ୍ଟ୍ରପତି ହୋଇଥିଲେ।
ବାକିଥିବାବେଳେ ଦୁଇ ଜଣ ରାଷ୍ଟ୍ରପତି ଜାକିର ହୁସେନ ଓ ଫକିରୁଦ୍ଦିନ ଅଲି ଅହମ୍ମଦଙ୍କ ପରଲୋକ ହୋଇଥିଲା। ଉଭୟେ ୩ ବର୍ଷରୁ କମ୍‌ ସମୟ ରାଷ୍ଟ୍ରପତି ପଦରେ ରହିଥିଲେ।
ମେ’ ୩ରେ ଜାକିର ହୁସେନଙ୍କ ପରଲୋକ ପରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ମହମ୍ମଦ ହିଦାୟତୁଲ୍ଲା ୩୫ ଦିନ ପାଇଁ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିଥିଲେ।
ଅନ୍ୟ ୩୬ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଯିବାରୁ ନିଲମ ସଞ୍ଜୀବ ରେଡ୍ଡୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
୧୯୬୨ରେ ରାଷ୍ଟ୍ରପତି ନିର୍ବାଚିତ ହେବାରେ ଏସ୍‌. ରାଧାକ୍ରିଷ୍ଣନ୍‌ ହେଉଛନ୍ତି ପ୍ରଥମ। ପରେ ୧୯୬୭ରେ ଜାକିର ହୁସେନ ଏବଂ ୧୯୬୯ରେ ଭି.ଭି. ଗିରି ଉପରାଷ୍ଟ୍ରପତି ଥାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri