ପିଲାଙ୍କୁ ଗଢ଼ନ୍ତୁ ଏମିତି

ପିଲାଙ୍କୁ ଲାଳନପାଳନ କରି ଭଲ ମଣିଷ କରିବାକୁ ହେଲେ ଛୋଟବେଳରୁ ହିଁ ସବୁ ଦିଗକୁ ଦୃଷ୍ଟି ଦେବାକୁ ହେବ। ତେବେ ଏନେଇ ଜାଣି ରଖନ୍ତୁ କିଛି ଟିପ୍ସ।

ପିଲାଙ୍କୁ ଆପଣ ଜନ୍ମ ଦେଇଛନ୍ତି ସତ କିନ୍ତୁ ସେମାନଙ୍କୁ ନିଜ ସମ୍ପତ୍ତି ଭାବି ନିଜ ଇଚ୍ଛାକୁ ଲଦିବାକୁ ଚେଷ୍ଟା କରନ୍ତୁ ନାହିଁ। ବରଂ ସେମାନଙ୍କ ସ୍ବପ୍ନକୁ ସମର୍ଥନ କରି ଖୁସିରେ ଜୀବନ ବିତାନ୍ତୁ।
ବେଳେବେଳେ ଅଭିଭାବକମାନେ ନିଜେ ପୂରା କରିପାରି ନ ଥିବା ସ୍ବପ୍ନକୁ ପିଲାଙ୍କ ମାଧ୍ୟମରେ ପୂରା କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏପରି ନ କରି ପିଲାମାନେ କ’ଣ କରିବାକୁ ଚାହୁଁଛନ୍ତି ସେକଥା ବୁଝିବାକୁ ଚେଷ୍ଟା କରନ୍ତୁ। ସେମାନଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ସବୁ ପ୍ରକାରର ସହଯୋଗ କରନ୍ତୁ।
ଛୋଟବେଳରୁ ପିଲାମାନେ ଯେ ସବୁ ଶିଖି ଯିବେ ସେକଥା ଅଭିଭାବକମାନେ ଭାବିବା ଠିକ୍‌ ନୁହେଁ। ଶିଖିବାର ଏକ ନିର୍ଦ୍ଦିଷ୍ଟ ବୟସ ଥାଏ। ତେଣୁ ପିଲାଙ୍କୁ ଛୋଟ ବୟସରେ ସବୁ କରିବା ପାଇଁ ଚାପ ପକାନ୍ତୁ ନାହିଁ।
ପିଲା ଛୋଟବେଳରୁ ଯେଉଁ ପରିବେଶରେ ବଡ ହୁଏ ସେହି ଅନୁସାରେ ତା’ର ଭବିଷ୍ୟତ ଗଢିହୁଏ। ତେଣୁ ପିଲାଙ୍କୁ ଛୋଟବେଳେ ଏକ ସୁନ୍ଦର ହସଖୁସିଭରା ପରିବେଶରେ ବଢିବାକୁ ଦିଅନ୍ତୁ।
ପିଲାଙ୍କ ସହ ସାଙ୍ଗ ଭଳି ମିଶନ୍ତୁ। ଅଭିଭାବକମାନେ ପିଲାଙ୍କ ସହ ସାଙ୍ଗ ଭଳି ବ୍ୟବହାର କଲେ ସେମାନେ ବାହାର ପିଲାଙ୍କ ସହ କମ୍‌ ମିଶିବେ। ପିଲାମାନେ ବି ଅଭିଭାବକଙ୍କ ସହ ନିଜର ସାଙ୍ଗ ଭଳି ହୃଦୟର ସବୁ କଥା ଶେୟାର କରିପାରିବେ। ତେଣୁ ଏକ ସମୟରେ ପିଲାଙ୍କୁ ବାପା ମା’ଙ୍କର ସ୍ନେହ ମିଳିବା ସହିତ ପିଲାମାନେ କୌଣସି ଭୁଲ୍‌ କାମ କରିବା ପୂର୍ବରୁ ତାଙ୍କୁ ଠିକ୍‌ ରାସ୍ତାକୁ ଆଣିବାର ସୁଯୋଗ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri