ସଂସଦରେ ଓଡ଼ିଶା ସମସ୍ୟା ଉଠାଅ

ଭୁବନେଶ୍ୱର,୧୭।୭(ବ୍ୟୁରୋ): କିଛିଦିନ ହେଲା ଭାଜପାର କେତେକ ନିଷ୍ପତ୍ତି ଏବଂ ଅନେକ କିଛି ରାଜନୈତିକ ଘଟଣାକ୍ରମ ସହ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଆଦି କଥାକୁ ନେଇ ବିଜେଡି ସହ ରାଜ୍ୟ ମୁଖ୍ୟ ବିରୋଧୀ ଦଳ ସମ୍ପର୍କ ବାବଦରେ ଭିନ୍ନ ପ୍ରକାର ଆଲୋଚନା ହୁଏ। ତେବେ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀଙ୍କ ଆଭିମୁଖ୍ୟ ଓଡ଼ିଶା ସରକାରଙ୍କ ପ୍ରତି ଯେଭଳି ରହୁଛି ତାହା ମଧ୍ୟରେ ଅନେକ ସମୟରେ ବିଭିନ୍ନ ମହଲରେ ଚର୍ଚ୍ଚା ଏବଂ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଉଛି। ହେଲେ ରାଷ୍ଟ୍ରପତି ନିର୍ବାଚନ ଠିକ୍‌ ପୂର୍ବରୁ ଓଡ଼ିଶାର ବିଭିନ୍ନ ସମସ୍ୟା ନେଇ ବିଜେଡି ଏମ୍‌ପିମାନଙ୍କୁ ଯେଭଳି ମୁଖ୍ୟମନ୍ତ୍ରୀ ପାର୍ଲାମେଣ୍ଟରେ ଉଠାଇବା ଲାଗି କହିଛନ୍ତି, ତାହା ରାଜନୈତିକ ମୋଡ଼ ଓଡ଼ିଶାରେ କିଛି ମାତ୍ରାରେ ବଦଳିବ ବୋଲି ଆଶା କରାଯାଉଛି। ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ସଂସଦରେ ଜୋର୍‌ଦାର କରିବାକୁ ନବୀନ ଖୋଲାଖୋଲି ଏମ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ଝିଅ ଦ୍ରୌପଦୀ ମୁର୍ମୁ ଆମ ଦେଶର ସର୍ବୋଚ୍ଚ ପଦବୀକୁ ମନୋନୀତ ହୋଇଛନ୍ତି। ଏହା ବାସ୍ତବରେ ଆମ ରାଜ୍ୟ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଓଡ଼ିଶାବାସୀ ଏବଂ ବିଜେଡି ତରଫରୁ ୧୮ ଜୁଲାଇରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ପ୍ରାର୍ଥତ୍ତ୍ୱକୁ ଆମର ପୂର୍ଣ୍ଣ ସମର୍ଥନ ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବିଜେଡିର ସମସ୍ତ ଲୋକ ସଭା ଏବଂ ରାଜ୍ୟ ସଭା ଏମ୍‌ପିଙ୍କୁ କହିଛନ୍ତି।
ଭର୍ଚୁଆଲରେ ଅନୁଷ୍ଠିତ ବୈଠକରେ ଦଳୀୟ ଏମ୍‌ପିମାନଙ୍କୁ ସ୍ବାଗତ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଗତ ମେ ୩୦ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ସାକ୍ଷାତ ସମୟରେ ସେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାସହ ସମସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛି। ସମ୍ପୃକ୍ତ ମନ୍ତ୍ରଣାଳୟ ସହିତ ସମସ୍ତ ବିଚାରାଧୀନ ପ୍ରସଙ୍ଗଗୁଡିକ ଗ୍ରହଣ କରିବାକୁ କହିଛି ଯାହାଦ୍ୱାରା ଏଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମାଧାନ ହୋଇପାରିବ।
ସେ ପ୍ରଧାନମନ୍ତ୍ରୀଙ୍କୁ ୨୦୨୧-୨୨ ଖରିଫ ଋତୁ ପାଇଁ ରାଜ୍ୟରୁ ୫ ଲକ୍ଷ ମେଟ୍ରିକ ଟନ୍‌ ବଳକା ଭିଟାମିନ୍‌ଯୁକ୍ତ ଉଷୁନା ଚାଉଳ ଉଠାଇବା, ୫୮% ଗ୍ରେଡ୍‌ରୁ କମ୍‌ ମାନର ଲୁହାପଥର ଏବଂ ପେଲେଟ ଉପରେ ରପ୍ତାନି ଶୁଳ୍କ ପ୍ରତ୍ୟାହାର, ଫନୀ ପ୍ରଭାବିତ ପରିବାର ପାଇଁ ୧.୮୪ ଲକ୍ଷ ପିଏମ୍‌ଏୱାଇ (ଗ୍ରାମୀଣ) (ସ୍ବତନ୍ତ୍ର ଘର) ମଞ୍ଜୁର କରିବା ଏବଂ ଆୱାସ + ଯୋଜନା ଜରିଆରେ ୫.୦୯ ଲକ୍ଷ ତଥ୍ୟ ଆର୍‌ଏଚ୍‌ ପୋର୍ଟାଲରୁ ପିଡବ୍ଲ୍ୟୁଏଲ୍‌କୁ ସ୍ଥାନାନ୍ତର କରିବାକୁ କହିଛି। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ୨୦୨୨-୨୩ ପରଠାରୁ ଡିଏମ୍‌ଏଫ୍‌ ଟ୍ରଷ୍ଟକୁ ଆୟକର ଶୁଳ୍ପ ଛାଡ଼ ପାଇଁ ଚିଠି ଲେଖିଛି। ଉପରୋକ୍ତ ସମସ୍ତ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଏବେ ଆଗେଇନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କୁ କହିଛନ୍ତି।
ପୁଣି ଆହୁରି କହିଛନ୍ତି, ରାଜ୍ୟରେ ବିଚାରାଧୀନ ରେଳ ପ୍ରକଳ୍ପକୁ ତ୍ୱରାନ୍ବିତ କରିବା, ଆମ କୃଷକଙ୍କ ସ୍ବାର୍ଥ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସ୍ବାମୀନାଥନ୍‌ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା, ଉଭୟ ବିଧାନସଭା ଏବଂ ପାର୍ଲାମେଣ୍ଟରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ଓଡ଼ିଶା ବିଧାନ ପରିଷଦର ଗଠନ, ଆମର ଦାବି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଅଷ୍ଟମ ସୂଚୀରେ ‘ହୋ’ ଭାଷାକୁ ଅନ୍ତର୍ଭୂକ୍ତ କରାଯିବା ସହିତ ଏହି ପ୍ରସଙ୍ଗକୁ ସଂସଦରେ ଜୋର୍‌ଦାର ଉପସ୍ଥାପନ କରିବା ଆବଶ୍ୟକ। ରେଳପଥ, ବ୍ୟାଙ୍କିଙ୍ଗ୍‌, ଟେଲି ସାନ୍ଧ୍ରତା, କୋଇଲା ରୟାଲଟି ଦେୟ, ସ୍ବଚ୍ଛ ଶକ୍ତି ସେସ୍‌ ଏବଂ ଉପକୂଳ ରାଜପଥ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଅବହେଳିତ। ତେଣୁ ଓଡ଼ିଶାର ସ୍ବାର୍ଥକୁ ନେଇ ଉପରୋକ୍ତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍‌ଦାର ଉଠାଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri