ରେନିଡେ ମେକ୍‌ଅପ୍‌

ଯୁବତୀ ହୁଅନ୍ତୁ ଅବା ମହିଳା, କାହାକୁ ବିନା ମେକ୍‌ଅପ୍‌ରେ ଦେଖିବା ମୁସ୍କିଲ୍‌। ମେକ୍‌ଅପ୍‌ ବିନା ଯେମିତି ସେମାନଙ୍କ ପର୍ସନାଲିଟିରେ ଆଞ୍ଚ ଆସିଥାଏ। ତେବେ ବର୍ଷାଦିନେ ପାଣି ସଂସ୍ପର୍ଶରେ ଆସି ମେକ୍‌ଅପ୍‌ ଧୋଇଯାଉଥିବାରୁ ଅନେକଙ୍କର ଚିନ୍ତା ବଢ଼ିଯାଇଥାଏ। ଏମିତିରେ କେଉଁଭଳି ମେକ୍‌ଅପ୍‌ ନେଲେ ବର୍ଷାଦିନେ ତାହା ଶୀଘ୍ର ଖରାପ ହେବ ନାହିଁ ଜାଣିରଖନ୍ତୁ…

ଓ୍ବାଟରପ୍ରୁଫ୍‌ ଫାଉଣ୍ଡେଶନ ଏଦିନ ପାଇଁ ସବୁଠୁ ଭଲ ଅପ୍ସନ। କ୍ରିମ୍‌ ଫାଉଣ୍ଡେଶନ୍‌ ନ ଲଗାଇ ଜେଲ୍‌ ବେସ୍‌ ଫାଉଣ୍ଡେଶନ ଲଗାନ୍ତୁ। ମନେରଖନ୍ତୁ ଏଦିନେ ଫାଉଣ୍ଡେଶନ୍‌ ମୋଟା ଲେୟାରରେ ଆଦୌ ନ ଲଗାଇ ପତଳା କରି ଲଗାନ୍ତୁ ଏବଂ ୩ ମିନିଟ୍‌ ଶୁଖିବାକୁ ଛାଡ଼ି ଦିଅନ୍ତୁ।
ବର୍ଷାଦିନେ ନିଜ ଆଇ ମେକ୍‌ଅପ୍‌କୁ ଲାଇଟ୍‌ ଏବଂ ବୋଲ୍ଡ ରଖିବାକୁ ଚେଷ୍ଟା କରନ୍ତୁ। ଲାଭେଣ୍ଡର, କୋରାଲ ପିଙ୍କ୍‌ ଭଳି ଆଇସ୍ୟାଡୋ ବ୍ୟବହାର କରନ୍ତୁ। ଏହା ଝାଳ ଲାଗି ବୋଳି ହେଲେ ବି ମେକ୍‌ଅପ୍‌ ଖରାପ ଲାଗି ନ ଥାଏ। ଓ୍ବାଟରପ୍ରୁଫ୍‌ କାଜଲ୍‌, ଲାଇନର୍‌ ଏବଂ ମସ୍କରା ବ୍ୟବହାର କରନ୍ତୁ। ଆଖିର ମେକ୍‌ଅପ୍‌ ଠିକ୍‌ ରହିଲେ ମଧ୍ୟ ମୁହଁ ଆକର୍ଷଣୀୟ ଲାଗିଥାଏ।
ସେହିପରି ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ ମେଲ୍ଟ ପ୍ରୁଫ୍‌ ଲିପ୍‌ଷ୍ଟିକ୍‌ ଲଗାନ୍ତୁ। ଲିପ୍‌ ଗ୍ଲସ୍‌ ଆଦୌ ଲଗାନ୍ତୁ ନାହିଁ। ଟିଣ୍ଟେଡ୍‌ ଲିପ୍‌ ବାମ୍‌, ମ୍ୟାଟ୍‌ କିମ୍ବା ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କଲେ ତାହା ବର୍ଷାପାଣି ସଂସ୍ପର୍ଶରେ ଆସିଲେ ମଧ୍ୟ ଶୀଘ୍ର ଧୋଇ ନ ଥାଏ।
ଯଦି ହଠାତ୍‌ ବର୍ଷା ପାଣିରେ ଭିଜି ମେକ୍‌ଅପ୍‌ ଅଧା ଅଧା ଛାଡ଼ି ପ୍ୟାଚେସ୍‌ ଭଳି ଲାଗୁଥାଏ, ତେବେ ଓ୍ବେଟ୍‌ ଓ୍ବାଇପ୍‌ରେ ପୋଛି ବିବି କ୍ରିମ୍‌ ଲଗାଇ ପାରିବେ।
ସିମ୍ପଲ୍‌ ହେୟାର ଷ୍ଟାଇଲ୍‌ କରନ୍ତୁ। ନଚେତ୍‌ କମ୍ପ୍ଲିକେଟେଡ୍‌ ହେୟାର ଷ୍ଟାଇଲ୍‌ରେ ବର୍ଷା ପାଣି ପଡ଼ିଲେ ଦୀର୍ଘ ସମୟ ନ ଶୁଖି କେଶ ଖରାପ ହେବା ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେୟାର କଟ୍‌ ଫ୍ୟାଶନ୍‌

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ବର୍ତ୍ତମାନ ହେୟାର କଟିଂ ପ୍ରତି ମହିଳାମାନେ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି । ହେଲେ ହେୟାରକଟିଂ ସମୟରେ କେତୋଟି ସାମନ୍ୟ...

ପୂର୍ବଜନ୍ମର କର୍ମ ଆଧାରରେ ବ୍ୟକ୍ତିକୁ ମିଳିଥାଏ ଏହି ୬ ଜିନିଷ: ଆପଣଙ୍କ ପାଖରେ ଅଛି ତ…

ଭାରତର ମହାନ ରାଜନୀତିଜ୍ଞ ତଥା ଅର୍ଥଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ତନ୍ମଧ୍ୟରୁ ଗୋଟିଏ ହେଲା ପୂର୍ବଜନ୍ମର କର୍ମ...

ଅଧାକପ୍‌ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…

ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ...

ସ୍ମାର୍ଟ ଓ୍ବିଣ୍ଡୋ

ଘର ଭିତରକୁ ପବନ ଯାତାୟାତ ପାଇଁ ଘରେ ଝରକା ଲଗାଯାଇଥାଏ। ହେଲେ ଖରାଦିନେ ଉତପ୍ତ ବାୟୁ ଏହା ଭିତର ଦେଇ ଘରକୁ ଆସିଥାଏ। ନିକଟରେ ୟୁନିଭର୍ସିଟି...

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୬ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ। ସେ ନିଜର ନୀତିଶାସ୍ତ୍ରରେ ଜୀବନ ସହ ଜଡ଼ିତ ଅନେକ ସମସ୍ୟାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି।...

ପତଞ୍ଜଳି ଯୋଗପୀଠରେ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପତଞ୍ଜଳି ଯୋଗପୀଠ ହରିଦ୍ୱାର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛିା ପତଞ୍ଜଳି ସ୍ବେଚ୍ଛାସ୍ବେବୀଙ୍କ ସହଯୋଗ ସହିତ ସାରା ଦେଶରେ ପାଖାପାଖି ୫୦୦...

ତ୍ୱଚା ପାଇଁ ଗୁଡ଼

ଗୁଡ଼ ଖାଇବା ନା କେବଳ ସ୍ବାସ୍ଥ୍ୟ ପକ୍ଷେ ହିତକର ବରଂ ଏହା ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ବେଶ୍‌ ଉପକାରୀ। ତେଣୁ ସୌନ୍ଦର୍ଯ୍ୟ ଉପଚାର ଲାଗି...

ପୃଥିବୀରେ ଏହି ୩ ଟି ଜିନିଷ ସବୁଠୁ ମୂଲ୍ୟବାନ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ...

Advertisement
Archives

Model This Week