ବର୍ଷା ଜଳ ପରିଚାଳନା ଉଦ୍‌ବେଗଜନକ

ଯାଜପୁର ଅଫିସ,୨୩ା୬: ଯାଜପୁର ଜିଲା ସୁକିନ୍ଦାର ବିଭିନ୍ନ ଖଣି ପରିସରରୁ ବୋହି ଯାଉଥିବା ବର୍ଷା ପାଣି ପରିଚାଳନା ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ର ପରାମର୍ଶ ଉପରେ ମଧ୍ୟ ଏହି ଖଣି କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ପ୍ରଦାନ କରିନାହାନ୍ତି। ଫଳରେ ବର୍ଷା ଋତୁରେ ଖଣି ଅଞ୍ଚଳବାସୀଙ୍କ ଏକମାତ୍ର ଜୀବନରେଖା ଭାବେ ପରିଚିତ ଡମଶାଳା ନାଳା ସହ ବିଭିନ୍ନ ଝରଣା ଓ ପୋଖରୀ ଜଳ ଅଧିକ ପ୍ରଦୂଷିତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ଏନେଇ ଚଳିତ ମାସ ପ୍ରଥମ ସପ୍ତାହରେ ଅନେକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି ବାଲେଶ୍ୱର ଆଲଏଜ ଖଣି କମ୍ପାନୀ ପରିସରରୁ ନିର୍ଗତ ପାଣିରେ ପ୍ରଦୂଷଣ ଅଧିକ ରହିଥିବା ଦର୍ଶାଇ ଏସ୍‌ପିସିବି ପକ୍ଷରୁ ଜବାବ ତଲବ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରନତ୍ଗର୍ଭା ସୁକିନ୍ଦା ଖଣି ଅଞ୍ଚଳରେ ବୋହି ଯାଉଥିବା ବର୍ଷା ପାଣିର ଉପଯୁକ୍ତ ପରିଚାଳନା ପାଇଁ ୨୦୧୪ ଏପ୍ରିଲରେ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୧୪ ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ହାଇକୋର୍ଟ ରାୟକୁ ନେଇ ଆଇବିଏମ୍‌, ଏସ୍‌ପିସିବି ଓ ଯାଜପୁର ରୋଡ ମାଇନ୍ସ ବିଭାଗୀୟ ଅଧିକାରୀମାନେ ଏକ ଯୁଗ୍ମ ତଦନ୍ତ କରିଥିଲେ। ସେହି ତଦନ୍ତରେ ଇଡ୍‌କଲର ତଳରଙ୍ଗୀ କ୍ରୋମାଇଟ ମାଇନ୍ସ, ଇମ୍ଫାର ସୁକିନ୍ଦା କ୍ରୋମାଇଟ ମାଇନ୍ସ ଓ ମହାଗିରି କ୍ରୋମାଇଟ ମାଇନ୍ସ, ଓଏମ୍‌ସିର ସାଉଥ କାଳିଆପାଣି କ୍ରୋମାଇଟ ମାଇନ୍ସ ଓ ସୁକୁରଙ୍ଗି କ୍ରୋମାଇଟ ମାଇନ୍ସ, ଆଇଡିସି ମାଇନ୍ସ ପ୍ରଭୃତି ଖଣି ଦ୍ୱାରା ବୋହି ଯାଉଥିବା ବର୍ଷାପାଣିର ଉପଯୁକ୍ତ ପରିଚାଳନା ଆଦୌ ହେଉ ନ ଥିବା ତଦନ୍ତରେ ଜଣାପଡିଥିଲା। ମାଇନିଂ ପ୍ଲାନର ବିଭିନ୍ନ ସର୍ତ୍ତଗୁଡିକୁ କୌଣସି ମାଇନ୍ସ ମାନୁ ନ ଥିବା ସେତେବେଳେ ଦେଖିବାକୁ ମିଳିଥିଲା। ଖଣି ପରିସରରେ ନିର୍ମାଣ ହୋଇଥିବା ଡମ୍ପ, ଚେକ୍‌ ଡ୍ୟାମ ଓ ଗାର୍ଲେଣ୍ଡ ଡ୍ରେନ୍‌ର ପରିଚାଳନା ସନ୍ତୋଷଜନକ ନ ଥିଲା। ଜଳ ବିଶୋଧନାଗାର ଦ୍ୱାରା ଡମଶାଳା ନାଳାକୁ ପାଣି ଛଡାଯାଉଥିଲେ ହେଁ ଟ୍ରକ ପାର୍କିଂ ନେଇ ବର୍ଜ୍ୟପାଣି ଓଭରଫ୍ଲୋ ହେଉଥିଲା। ଏହି ତଦନ୍ତ ରିପୋର୍ଟ ପାଇବାପରେ ଏସ୍‌ପିସିବି ପକ୍ଷରୁ ପତ୍ରସଂଖ୍ୟା ୧୬୫୩୮/୧୬ା୧୦ା୨୦୧୫ରେ ସମସ୍ତ କାର୍ଯ୍ୟକ୍ଷମ ଖଣିରେ ବର୍ଷା ମାସ ପୂର୍ବରୁ ଉନ୍ନତମାନର ଜଳ ବିଶୋଧନାଗାର(ଇଟିପି) ଓ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ଏସ୍‌ପିସିବି ପକ୍ଷରୁ ଏହି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ଆସୁଛି। ଗତ ମେ ମାସରେ ହୋଇଥିବା ତଦନ୍ତରେ କେତେକ ଖଣିସଂସ୍ଥା ଏହି ନିର୍ଦ୍ଦେଶକୁ ପାଳନ କରିଥିବାବେଳେ ବାଲେଶ୍ୱର ଆଲଏଜର ଇଟିପି କାର୍ଯ୍ୟକ୍ଷମ ନ ଥିଲା। ଏସ୍‌ପିସିବିର ମାନଦଣ୍ଡ ଅନୁସାରେ ଏହି ଖଣି କମ୍ପାନୀରୁ ନିର୍ଗତ ପାଣିରେ ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ମିଳିଥିଲା; ଯଦ୍ଦ୍ବାରା ଡମଶାଳା ନାଳା ପ୍ରଦୂଷିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏହାସହ ହାଇକୋର୍ଟର ରାୟ ଉପରେ ମଧ୍ୟ ବାଲେଶ୍ୱର ଆଲଏଜ ବେଖାତିର ମନୋଭାବ ପୋଷଣ କରିଛି। ଏହିକ୍ରମରେ ବର୍ଷାମାସ ଆସିଯାଇଥିବାରୁ ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଭୂତଳ ଜଳ ମଧ୍ୟ ଏଥିଯୋଗୁ ବହୁ ପରିମାଣରେ ପ୍ରଭାବିତ ହୋଇଛି।

ଉଲ୍ଲେଖଯୋଗ୍ୟ, ଷ୍ଟେଟ ଏନ୍‌ଭାରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ଏସ୍‌ଇଆଇଏଏ)ର ଅଧ୍ୟକ୍ଷ ଏସ.ସି. ମହାନ୍ତି ପୂର୍ବରୁ ଏନେଇ ତାଗିଦ କରିଥିଲେ ହେଁ ଉକ୍ତ ଖଣି କମ୍ପାନୀ ତାହାକୁ ବେଖାତିର କରିଛି। ଫଳରେ ଯାଜପୁର ଜିଲାର କମର୍ଦ୍ଦା, ମଶସାହି, ହାତୀସାହି, ସରୁଆବିଲ, ଗୁରୁଜଙ୍ଗ, ଓସ୍ତପାଳ, କୁଚିଡାବାଙ୍କ, କୁସୁମଘୁଟ, କଳରଙ୍ଗୀ ଓ ରାମସୋଲ ଏବଂ ଢେଙ୍କାନାଳ ଜିଲା ଭୁବନ ବ୍ଲକର କୃଷ୍ଣପୁର, ଓଡ଼ିଶ, ବାରୁଆ, ମଠଖୋକସା, ବାଲିଝାଟି ପ୍ରମୁଖ ଗ୍ରାମର ପ୍ରାୟ ୧୦ ହଜାର ଲୋକ ଜଳ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଏହାବାଦ୍‌ ଖଣବନ୍ଧ ଲୁହାପଥର ଖଣିରେ ବର୍ଷାପାଣିର ଉପଯୁକ୍ତ ପରିଚାଳନା ହୋଇ ନ ଥିବା ଏସ୍‌ପିସିବି ଦର୍ଶାଇଛି। ତେଣୁ ଖଣି ପରିସରରେ ଆବଶ୍ୟକ ଚେକ୍‌ ଡ୍ୟାମ, ପୋଖରୀ, ଇଟିପି ଆଦି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ଖଣି ପରିଚାଳକଙ୍କୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ୧୫ ଦିନରେ ଥରେ ଖଣି ଅଞ୍ଚଳରୁ ନିର୍ଗମ ପାଣି ନମୁନା ପରୀକ୍ଷା କରାଯାଉଛି। ତେବେ ବାଲେଶ୍ୱର ଆଲଏଜ ଖଣିର ପାଣି ମାପଦଣ୍ଡ ଅନୁସାରେ ଠିକ୍‌ ନ ଥିଲା। ତେଣୁ ସେହି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri