ବର୍ଷା ଜଳ ପରିଚାଳନା ଉଦ୍‌ବେଗଜନକ

ଯାଜପୁର ଅଫିସ,୨୩ା୬: ଯାଜପୁର ଜିଲା ସୁକିନ୍ଦାର ବିଭିନ୍ନ ଖଣି ପରିସରରୁ ବୋହି ଯାଉଥିବା ବର୍ଷା ପାଣି ପରିଚାଳନା ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ର ପରାମର୍ଶ ଉପରେ ମଧ୍ୟ ଏହି ଖଣି କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ପ୍ରଦାନ କରିନାହାନ୍ତି। ଫଳରେ ବର୍ଷା ଋତୁରେ ଖଣି ଅଞ୍ଚଳବାସୀଙ୍କ ଏକମାତ୍ର ଜୀବନରେଖା ଭାବେ ପରିଚିତ ଡମଶାଳା ନାଳା ସହ ବିଭିନ୍ନ ଝରଣା ଓ ପୋଖରୀ ଜଳ ଅଧିକ ପ୍ରଦୂଷିତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ଏନେଇ ଚଳିତ ମାସ ପ୍ରଥମ ସପ୍ତାହରେ ଅନେକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥାପି ବାଲେଶ୍ୱର ଆଲଏଜ ଖଣି କମ୍ପାନୀ ପରିସରରୁ ନିର୍ଗତ ପାଣିରେ ପ୍ରଦୂଷଣ ଅଧିକ ରହିଥିବା ଦର୍ଶାଇ ଏସ୍‌ପିସିବି ପକ୍ଷରୁ ଜବାବ ତଲବ କରାଯିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରନତ୍ଗର୍ଭା ସୁକିନ୍ଦା ଖଣି ଅଞ୍ଚଳରେ ବୋହି ଯାଉଥିବା ବର୍ଷା ପାଣିର ଉପଯୁକ୍ତ ପରିଚାଳନା ପାଇଁ ୨୦୧୪ ଏପ୍ରିଲରେ ହାଇକୋର୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ୨୦୧୪ ଡିସେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ ହାଇକୋର୍ଟ ରାୟକୁ ନେଇ ଆଇବିଏମ୍‌, ଏସ୍‌ପିସିବି ଓ ଯାଜପୁର ରୋଡ ମାଇନ୍ସ ବିଭାଗୀୟ ଅଧିକାରୀମାନେ ଏକ ଯୁଗ୍ମ ତଦନ୍ତ କରିଥିଲେ। ସେହି ତଦନ୍ତରେ ଇଡ୍‌କଲର ତଳରଙ୍ଗୀ କ୍ରୋମାଇଟ ମାଇନ୍ସ, ଇମ୍ଫାର ସୁକିନ୍ଦା କ୍ରୋମାଇଟ ମାଇନ୍ସ ଓ ମହାଗିରି କ୍ରୋମାଇଟ ମାଇନ୍ସ, ଓଏମ୍‌ସିର ସାଉଥ କାଳିଆପାଣି କ୍ରୋମାଇଟ ମାଇନ୍ସ ଓ ସୁକୁରଙ୍ଗି କ୍ରୋମାଇଟ ମାଇନ୍ସ, ଆଇଡିସି ମାଇନ୍ସ ପ୍ରଭୃତି ଖଣି ଦ୍ୱାରା ବୋହି ଯାଉଥିବା ବର୍ଷାପାଣିର ଉପଯୁକ୍ତ ପରିଚାଳନା ଆଦୌ ହେଉ ନ ଥିବା ତଦନ୍ତରେ ଜଣାପଡିଥିଲା। ମାଇନିଂ ପ୍ଲାନର ବିଭିନ୍ନ ସର୍ତ୍ତଗୁଡିକୁ କୌଣସି ମାଇନ୍ସ ମାନୁ ନ ଥିବା ସେତେବେଳେ ଦେଖିବାକୁ ମିଳିଥିଲା। ଖଣି ପରିସରରେ ନିର୍ମାଣ ହୋଇଥିବା ଡମ୍ପ, ଚେକ୍‌ ଡ୍ୟାମ ଓ ଗାର୍ଲେଣ୍ଡ ଡ୍ରେନ୍‌ର ପରିଚାଳନା ସନ୍ତୋଷଜନକ ନ ଥିଲା। ଜଳ ବିଶୋଧନାଗାର ଦ୍ୱାରା ଡମଶାଳା ନାଳାକୁ ପାଣି ଛଡାଯାଉଥିଲେ ହେଁ ଟ୍ରକ ପାର୍କିଂ ନେଇ ବର୍ଜ୍ୟପାଣି ଓଭରଫ୍ଲୋ ହେଉଥିଲା। ଏହି ତଦନ୍ତ ରିପୋର୍ଟ ପାଇବାପରେ ଏସ୍‌ପିସିବି ପକ୍ଷରୁ ପତ୍ରସଂଖ୍ୟା ୧୬୫୩୮/୧୬ା୧୦ା୨୦୧୫ରେ ସମସ୍ତ କାର୍ଯ୍ୟକ୍ଷମ ଖଣିରେ ବର୍ଷା ମାସ ପୂର୍ବରୁ ଉନ୍ନତମାନର ଜଳ ବିଶୋଧନାଗାର(ଇଟିପି) ଓ ଅନ୍‌ଲାଇନ ୱାଟର କ୍ବାଲିଟି ମନିଟରିଂ ସିଷ୍ଟମ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ଏସ୍‌ପିସିବି ପକ୍ଷରୁ ଏହି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇ ଆସୁଛି। ଗତ ମେ ମାସରେ ହୋଇଥିବା ତଦନ୍ତରେ କେତେକ ଖଣିସଂସ୍ଥା ଏହି ନିର୍ଦ୍ଦେଶକୁ ପାଳନ କରିଥିବାବେଳେ ବାଲେଶ୍ୱର ଆଲଏଜର ଇଟିପି କାର୍ଯ୍ୟକ୍ଷମ ନ ଥିଲା। ଏସ୍‌ପିସିବିର ମାନଦଣ୍ଡ ଅନୁସାରେ ଏହି ଖଣି କମ୍ପାନୀରୁ ନିର୍ଗତ ପାଣିରେ ବିଭିନ୍ନ ବିଷାକ୍ତ ରାସାୟନିକ ପଦାର୍ଥ ମିଳିଥିଲା; ଯଦ୍ଦ୍ବାରା ଡମଶାଳା ନାଳା ପ୍ରଦୂଷିତ ହେଉଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏହାସହ ହାଇକୋର୍ଟର ରାୟ ଉପରେ ମଧ୍ୟ ବାଲେଶ୍ୱର ଆଲଏଜ ବେଖାତିର ମନୋଭାବ ପୋଷଣ କରିଛି। ଏହିକ୍ରମରେ ବର୍ଷାମାସ ଆସିଯାଇଥିବାରୁ ଖଣି ଅଞ୍ଚଳ ନିକେଲ ମିଶ୍ରିତ ବିଷାକ୍ତ ପାଣିରେ କବଳିତ ହୋଇଛି। ଭୂତଳ ଜଳ ମଧ୍ୟ ଏଥିଯୋଗୁ ବହୁ ପରିମାଣରେ ପ୍ରଭାବିତ ହୋଇଛି।

ଉଲ୍ଲେଖଯୋଗ୍ୟ, ଷ୍ଟେଟ ଏନ୍‌ଭାରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ଏସ୍‌ଇଆଇଏଏ)ର ଅଧ୍ୟକ୍ଷ ଏସ.ସି. ମହାନ୍ତି ପୂର୍ବରୁ ଏନେଇ ତାଗିଦ କରିଥିଲେ ହେଁ ଉକ୍ତ ଖଣି କମ୍ପାନୀ ତାହାକୁ ବେଖାତିର କରିଛି। ଫଳରେ ଯାଜପୁର ଜିଲାର କମର୍ଦ୍ଦା, ମଶସାହି, ହାତୀସାହି, ସରୁଆବିଲ, ଗୁରୁଜଙ୍ଗ, ଓସ୍ତପାଳ, କୁଚିଡାବାଙ୍କ, କୁସୁମଘୁଟ, କଳରଙ୍ଗୀ ଓ ରାମସୋଲ ଏବଂ ଢେଙ୍କାନାଳ ଜିଲା ଭୁବନ ବ୍ଲକର କୃଷ୍ଣପୁର, ଓଡ଼ିଶ, ବାରୁଆ, ମଠଖୋକସା, ବାଲିଝାଟି ପ୍ରମୁଖ ଗ୍ରାମର ପ୍ରାୟ ୧୦ ହଜାର ଲୋକ ଜଳ ପ୍ରଦୂଷଣରେ ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଏହାବାଦ୍‌ ଖଣବନ୍ଧ ଲୁହାପଥର ଖଣିରେ ବର୍ଷାପାଣିର ଉପଯୁକ୍ତ ପରିଚାଳନା ହୋଇ ନ ଥିବା ଏସ୍‌ପିସିବି ଦର୍ଶାଇଛି। ତେଣୁ ଖଣି ପରିସରରେ ଆବଶ୍ୟକ ଚେକ୍‌ ଡ୍ୟାମ, ପୋଖରୀ, ଇଟିପି ଆଦି ଉପଯୁକ୍ତ ଭାବେ ପରିଚାଳନା କରିବାକୁ ଖଣି ପରିଚାଳକଙ୍କୁ ନିର୍ଦ୍ଦେଶ ହୋଇଛି। ଏ ସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରତି ୧୫ ଦିନରେ ଥରେ ଖଣି ଅଞ୍ଚଳରୁ ନିର୍ଗମ ପାଣି ନମୁନା ପରୀକ୍ଷା କରାଯାଉଛି। ତେବେ ବାଲେଶ୍ୱର ଆଲଏଜ ଖଣିର ପାଣି ମାପଦଣ୍ଡ ଅନୁସାରେ ଠିକ୍‌ ନ ଥିଲା। ତେଣୁ ସେହି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri