ଫାଟକ ସମ୍ମୁଖରେ ଲହଡ଼ି ମାରୁଛି ବର୍ଷାଜଳ

ରସୁଲପୁର,୭ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖରେ ବର୍ଷାଜଳ ଲହଡ଼ି ଭାଙ୍ଗୁଛି। ସାମାନ୍ୟ ବର୍ଷାରେ ବିଦ୍ୟାଳୟ ସମ୍ମୁଖରେ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସୁଥିବା ପରୀକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ସରକାରୀ ବିଦ୍ୟାଳୟଟି ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ବିଦ୍ୟାଳୟ ରୂପାନ୍ତର ପରିସରଭୁକ୍ତ ହୋଇଛି। ଏହି ଯୋଜନା ଜରିଆରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ କରାଯିବା ସହ ବିଦ୍ୟାଳୟକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ଆଳରେ ବିଦ୍ୟାଳୟରେ ପ୍ରାୟ ୧ କୋଟି ଟଙ୍କା ଶୈଖିକ ପରିବେଶ ଓ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣରେ ବନିଯୋଗ କରାଯାଇଛି। ମାତ୍ର ଉକ୍ତ ଅର୍ଥର ଠିକ୍‌ ବିନିଯୋଗ ହୋଇ ନ ଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଥିସହ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ଓ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବ୍ଲକ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ଢିଲାପଣ ଯୋଗୁ ଏଭଳି ପରିସ୍ଥିତି ହୋଇଛି ବୋଲି କୁହାଯାଉଛି। ତେବେ ନିର୍ମାଣ ବେଳେ ଏହି ବିଦ୍ୟାଳୟରେ ହେଉଥିବା ଉନ୍ନୟନ କାର୍ଯ୍ୟ ନିମ୍ନମାନର ହେଉଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଉଠାଇଥିଲେ। ମାତ୍ର ତାହାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଇଥିଲା। ଉଭୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ଯୋଗୁ ବିଦ୍ୟାଳୟ ଫାଟକ ସମ୍ମୁଖରେ ପାଣି ଜମିବା ଭଳି ସ୍ଥିତି ଉପୁଜିଲା। ଏଠାରେ ଉପୁଜିଥିବା ସ୍ଥିତି ବିଦ୍ୟାଳୟ ପରିସରରେ ହୋଇଥିବା ସମସ୍ତ ଉନ୍ନୟନ ଗୁଣବତ୍ତାର ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ସୋନାଲି ଧଳଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ବ୍ଲକରେ ସେ ଯୋଗଦେବା ପୂର୍ବରୁ ଏହି ବିଦ୍ୟାଳୟ କାର୍ଯ୍ୟ ହୋଇସାରିଥିଲା। ତେବେ କାମରେ କେଉଁଠି କ’ଣ ତ୍ରୁଟି ହୋଇଛି ତା’ର ସ୍ଥିତି ପରଖିବା ସହ ସେଥିରେ ସୁଧାର ଆଣିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି, ୨୩।୧୧(ଡି.ଏନ୍‌.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ...

ବୋହି ନେବାକୁ ବସିଥିଲେ ମନ୍ଦିରର ହୁଣ୍ଡି

ପାତ୍ରପୁର,୧ା୧୧(ଡି.ଏନ.ଏ): ଜରଡ଼ା ଥାନା ତୁରୁବୁଡି ପଞ୍ଚାୟତ ନୂଆଗଡଠାରେ ଥିବା କୁରେଇଶୁଣିଙ୍କ ହୁଣ୍ଡି ସୋମବାର ରାତିରେ ଚୋରମାନେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି। ମଙ୍ଗଳବାର ପୀଠରୁ...

ସିଏଏକୁ ସମର୍ଥନ କରି ଭାଜପାର ଶୋଭାଯାତ୍ରା

ରାୟଗଡ଼ା ଅଫିସ,୩୧।୧: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ କରି ରାୟଗଡ଼ା ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ...

ମାଓବାଦୀ ମୁକାବିଲାକୁ ଜୋରଦାର କରିବାକୁ ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଡିଆଇଜି

ଚିତ୍ରକୋଣ୍ଡା,୩୧।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳର ସମୀକ୍ଷା କରିବା ଲାଗି ଶନିବାର ବିଏସ୍‌ଏଫ୍‌ ଡିଆଇଜି ଅର୍ଜୁନ ସିଂ ରାଠୋର ହେଲିକାପ୍ଟର ଯୋଗେ ୮ନଂ ବିଏସ୍‌ଏଫ୍‌...

ଶୋଇବା ଘରେ ୩୦ରୁ ଊର୍ଦ୍ଧ୍ୱ ବିରଳ ପ୍ରଜାତିର ସାପ, ୨ଟି ଉଦ୍ଧାର

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଘଟଗାଁ ବ୍ଲକ କାଶିବେଡ଼ା ମୁଣ୍ଡା ସାହିର ଧୃବ ମୁଣ୍ଡା ଓରଫ (ପୋଟଳ)ଙ୍କ ରହିବା ଘରୁ ଶୁକ୍ରବାର ୩୦ରୁ ଊର୍ଦ୍ଧ ବିରଳ ପ୍ରଜାତିର ବିଷଧର ସାପ...

ସ୍ତ୍ରୀ, ଝିଅଙ୍କୁ ବିଷ ପିଆଇ ଜୀବନ ହାରିଲେ ସ୍ବାମୀ

ବିଜେପୁର,୨୩ା୮(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନିଆଁଚାଲ ଗାଁରେ କଳହର କରୁଣ ପରିଣତି ପାଇଁ କ୍ରଧାନ୍ବିତ ସ୍ବାମୀ ସ୍ତ୍ରୀ ଓ ଝିଅଙ୍କୁ ବିଷ ଦେବା...

ପାଣି ମୁନ୍ଦେ ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମତାପକୁ ଜଳକଷ୍ଟ ଏବେ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ପାନୀୟ ଜଳ ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି

ଉଦଳା,୬ା୫(ଡି.ଏନ୍‌.ଏ.)- ଗ୍ରୀନ ଜୋନ୍‌ରେ ଥିବା ମୟୂରଭଞ୍ଜ ଉଦଳାରେ ଦୋକାନ ବଜାର ଖୋଲାଯାଇଛି। ହେଲେ ଏଠାରେ ଅସମ୍ଭବ ଗହଳି ଦେଖିବାକୁ ମିଳୁଛି। ଗ୍ରୀନ୍‌ ଜୋନରେ ଦୋକାନ ଖୋଲିବା...

Advertisement
Archives

Model This Week