ବର୍ଷା ବିତ୍ପାତ: ଫୁଲୁଛି ନଦୀ

ଭୁବନେଶ୍ୱର,୨୧ା୮(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ବର୍ଷା ବିପତ୍ାତ ସୃଷ୍ଟି କରିଛି। ଫଳରେ ରାଜ୍ୟର ଅଧିକାଂଶ ନଦୀ ଫୁଲିବାରେ ଲାଗିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ କେତେକ ଜିଲାରେ ରାସ୍ତାଘାଟ ଧୋଇ ନେବା ସହିତ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ଆଉ କେତେକ ସ୍ଥାନରେ କଚ୍ଚାଘର ଭାଙ୍ଗିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୟୂରଭଞ୍ଜ ଜିଲାରେ ନଦୀରେ ଭାସି ଯାଇ ଜଣେ ମୃତ ଓ ଜଣେ ନିଖୋଜ ଥିବା ଜଣାପଡ଼ିଛି। କେତେକ ତଳିଆ ଅଞ୍ଚଳ ବୁଡିରହିଛି।
ରାଜ୍ୟର ୧୦ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁରରେ ସର୍ବାଧିକ ୧୩୦.୬ ମିଲିମିଟର ବର୍ଷା ହୋଇଥିବା ବେଳେ କଟକ ୧୧୭.୨, ଯାଜପୁର ୧୧୧.୮, କୋରାପୁଟ ୧୦୦.୮, କେନ୍ଦ୍ରାପଡ଼ା ୧୦୦.୨, ମାଲକାନଗିରି ୯୮.୫, କଳାହାଣ୍ଡି ୮୮.୭, ଢେଙ୍କାନାଳ ୮୭, ଜଗତ୍‌ସିଂହପୁର ୮୬.୩ ଏବଂ ଭଦ୍ରକ ଜିଲାରେ ୮୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ୨୦ଟି ଜିଲାରେ ମଧ୍ୟ ୭୦ରୁ ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଗଜପତି ଜିଲାରେ ୧୪.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ହାରାହାରି ୫୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯଦି ବ୍ଲକଗୁଡ଼ିକୁ ହିସାବକୁ ନିଆଯାଏ ତେବେ ରାଜ୍ୟର ୫ଟି
ବର୍ଷା ବିତ୍ପାତ:…
ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି। କଟକ ଜିଲା ସାଲେପୁର ବ୍ଲକରେ ସବର୍ର୍ାଧିକ ୩୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକରେ ୨୯୭.୫ ମିଲିମିଟର ବର୍ଷା ହୋଇଛି। ସେହିପରି କଳାହାଣ୍ଡି ଜିଲାର ଥୁଆମୁଳରାମପୁର ବ୍ଲକରେ ୨୨୯.୪ ମିଲିମିଟର ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡିରେ ୨୮୦ ଏବଂ ନବରଙ୍ଗପୁର ବ୍ଲକରେ ୨୪୩ ମିଲିମିଟର ବଷର୍ର୍ା ରେକର୍ଡ କରାଯାଇଛି। ସେହିପରି ୪୭ ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୮୫ ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଗୁରୁବାର ଭିଡିଓକନ୍‌ଫରେନ୍ସରେ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ ରାଜ୍ୟର ବର୍ଷା ଓ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ରାଜ୍ୟର କେତେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ବର୍ତ୍ତମାନ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।
ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ଗୁରୁବାର ସକାଳୁ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବାଲେଶ୍ୱର ଜିଲାରେ ଥିବା ଜଳକା ନଦୀ ବସ୍ତା ବ୍ଲକର ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାର କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ୩ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିଛି। ଏ ସବୁ ଅଞ୍ଚଳରୁ ପାଣିପମ୍ପ ଜରିଆରେ ଜଳ ନିଷ୍କାସନ କରାଯାଇଛି। ସେହିପରି ଆଳି ବ୍ଲକର ମାନପୁର-ଗୋବିନ୍ଦପୁର ଗ୍ରାମ୍ୟ ରାସ୍ତାର କେତେକ ସ୍ଥାନ ବର୍ଷା ଜଳରେ ବୁଡି ରହିଛି। ସିଂହା ପଞ୍ଚାୟତର ବରୋଳିଆ ଗ୍ରାମ ଓ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗ୍ରାମର ପଞ୍ଚାୟତ ରାସ୍ତା ବର୍ଷାପାଣିରେ ବୁଡି ରହିଛି। ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଛି। ଫଳରେ କାଲିମେଳା ବ୍ଲକର କଙ୍ଗାରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଏହି ଜିଲାର ଅନେକ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଛି। ମୟୂରଭଞ୍ଜ ଜିଲାରେ ବର୍ଷା ଯୋଗୁ ଦୁଇଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଜାତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ବଣ୍ଟନ କରାଯାଇଛି। ବୁଧବାର ସନ୍ଧ୍ୟାରେ ଜମ୍ଭିରା ନଦୀର ଗୋଲମୁହାଁ ଘାଟରେ ନଦୀ ପାର ହେବା ସମୟରେ ଗଣଗୁହଳି ଗ୍ରାମର ଦୁଇଜଣ ବ୍ୟକ୍ତି ବୁଦ୍ଧେଶ୍ୱର ମାଝି ଓ ବିରାମ ମାରାଣ୍ଡିଙ୍କ ଭାସିଯାଇ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲାର ଧର୍ମଗଡ଼ ବ୍ଲକାର ବଡ଼ ବାସୁଳ ଠାରେ ହଲେର ଯୋର ୩ଫୁଟ୍‌ ଉପରେ ପ୍ରବାହିତ ହେଉଛି। ଫଳରେ ଜୁନାଗଡ଼ ଓ ଧର୍ମଗଡ଼ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ହାତୀନଦୀର ବିରିପୁର ଓ ମାଟିଖାଲ ଠାରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବାରୁ ତହସିଲଦାର ଓ ବିଡିଓ ଏହା ଉପରେ ନଜର ରଖିଛନ୍ତି। ସେହିପରି ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମାତ୍ର ସେଠାରେ ବନ୍ୟା ପରିସ୍ଥିତିର ଆଶଙ୍କା ନାହିଁ। କନ୍ଧମାଳ ଜିଲାରେ ବୃଷ୍ଟିପାତ ଯୋଗୁ ୩ଟି ବାସଗୃହ କ୍ଷତି ହୋଇଛି। ସ୍ଥାନୀୟ ପ୍ରଶାସନ ଦ୍ୱାରା ଆକଳନ ଚାଲୁରହିଛି। କୋରାପୁଟ ଜିଲାର କୁନ୍ଦ୍ରା ବ୍ଲକର ଘେରିଗୁଡା ଠାରେ ରାସ୍ତା ବିଚ୍ଛିନ୍ନ ହୋଇଥିଲା। ଗୁରୁବାର ସେଠାରେ ଗମନାଗମନ ସ୍ବାଭାବିକ ହୋଇଛି। ସେହିପରି ବୌଦ୍ଧ ଜିଲା ବୌଦ୍ଧ ବିଜ୍ଞାପିତ ଅଞ୍ଚଳରେ ଏକ ଗ୍ରାମ ମହାନଦୀରେ ପାଣି ଆସିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାରେ ଜନସାଧାରଣଙ୍କ ଯାତାୟାତ ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲାର ରାଜୁଆ ଓ ଦୟାନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜଟଣୀ ବ୍ଲକର କିଛି ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇଛି। ବର୍ଷା ଯୋଗୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri