ଭୁବନେଶ୍ୱର,୯।୮(ଅନିଲ ଦାସ): ଗତ ଜୁଲାଇ ୩୦ ତାରିଖ ଲଘୁଚାପ ବର୍ଷାରେ କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟର ଅନେକ ଜିଲାର ଚାଷୀ ଏବେ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ଅଗଷ୍ଟ ଅଧାମାସ ବିତିବାକୁ ବସିଲାଣି, ବିଲରେ ଧାନତଳି ରୁଆ ହୋଇପାରିଲା ନାହିଁ। ବର୍ଷ ସାରା ଖୋରାକ ଯୋଗାଡ଼ ହେବ କି ନାହିଁ ସେହି ଆଶଙ୍କା ଏବେ ଚାଷୀ ମନକୁ ଆନ୍ଦୋଳିତ କରୁଛି। ମହାନଦୀ ଓ ଶାଖାନଦୀରେ ପାଣି ଉଛୁଳୁ ଥିବାବେଳେ ଏହାର ଆଖପାଖ ବିଲ ଶୁଖିଲା ପଡ଼ିଛି।
ଆସନ୍ତା ୨୦ ତାରିଖ ଯାଏ ରାଜ୍ୟକୁ କୌଣସି ବଡ଼ ବର୍ଷାର ସୂଚନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କେମିତି ହେବ ସେ ଚିନ୍ତା ଚାଷୀଙ୍କୁ ଘାରିଛି। ପାଣିପାଗ ବିଭାଗ ହିସାବ କହୁଛି, ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍ ପହିଲାରୁ ଅଗଷ୍ଟ ୮ ଯାଏ ରାଜ୍ୟରେ ସ୍ବାଭାବିକ ଭାବେ ୬୫୬.୮ ମିଲିମିଟର ବର୍ଷା ହେବାକୁ ଥିବାବେଳେ ୬୪୪.୯ ମିଲିମିଟର ବର୍ଷା ହୋଇଛି। ବାସ୍ତବ କ୍ଷେତ୍ରରେ ରାଜ୍ୟର ଅନେକ ବ୍ଲକ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି।
ରାଜ୍ୟର ୭ ଜିଲାର ଚାଷୀ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭ ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ହୋଇଛି। ନବରଙ୍ଗପୁର ଜିଲାରେ ଜୁନ୍ ପହିଲାରୁ ଅଗଷ୍ଟ ୮ ମଧ୍ୟରେ ୪୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୩୧, ଗଞ୍ଜାମରେ ୩୨, କଳାହାଣ୍ଡିରେ ୨୭, ପୁରୀରେ ୨୪, ଯାଜପୁରରେ ୨୧ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୧ ପ୍ରତିଶତ କମ୍ ବର୍ଷା ହୋଇଛି। ତେବେ ନବରଙ୍ଗପୁର ଜିଲାର ୧୦ ବ୍ଲକ, ଗଞ୍ଜାମର ୨୨ ବ୍ଲକ ଏବଂ କେନ୍ଦ୍ରାପଡ଼ାର ୯ ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛି। କେନାଲ ପାଣିରେ କିଛି ବ୍ଲକର ଅଳ୍ପ କେତେକ ଜମିରେ ଚାଷ କାର୍ଯ୍ୟ ହେଉଥିବା ବେଳେ ଅଧିକାଂଶ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନବରଙ୍ଗପୁର ବ୍ଲକର ପାପଡ଼ାହାଣ୍ଡି, ଚନ୍ଦାହାଣ୍ଡି, ଉମରକୋଟ, ଡାବୁଗଁା, ତେନ୍ତୁଳୁଖୁଣ୍ଟି ଏବଂ ଗଞ୍ଜାମ ଜିଲାର ୭ରୁ ୮ଟି ବ୍ଲକରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ପଟେ ବର୍ଷା ଦାଉ ସାଜିଥିବା ବେଳେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବ୍ଲକରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଛି। ରାଜ୍ୟରେ ମୋଟ ୩୦ ପ୍ରତିଶତ ଚାଷ ଜମିକୁ ଜଳସେଚନ କରାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀ ବାବୁଲି ଲେଙ୍କା କହିଛନ୍ତି, ଭଗବାନ ଆମ ଉପରେ ଦାଉ ସାଧିଛନ୍ତି। ଅନ୍ୟ ଜିଲାରେ ବର୍ଷା ହେଉଥିବା ବେଳେ ଆମ ଜିଲାରେ ବର୍ଷା ନାହିଁ। ଚାଷ ପାଇଁ କେନାଲ ପାଣି ମଧ୍ୟ ନାହିଁ। ନଦୀରେ ପାଣି ଚାଲିଯାଉଛି। ଜମିରେ ମୁନ୍ଦାଏ ପାଣି ନାହିଁ। ନଦୀରେ ଯଦି କଲଭର୍ଟ କିମ୍ବା ସାଇଫନ ଭଳି କିଛି ବ୍ୟବସ୍ଥା କରାଯାଇଥାଆନ୍ତା ତେବେ ଜମିରେ ପାଣି ମାଡ଼ି ଚାଷ ହୋଇଥାଆନ୍ତା। ଚଳିତ ବର୍ଷ ଧାନ ହେବ କି ନାହିଁ ତାହା କହିହେବ ନାହିଁ। ସମୟ ଗଡ଼ିଗଲାଣି। ତଳି ନାଲି ପଡ଼ି ଆସିଲାଣି। ଭଗବାନଙ୍କୁ ଭରସା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।
ଅନ୍ୟପକ୍ଷରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର କେତେକ ଜିଲାରେ ଅନେକ କ୍ଷୟକ୍ଷତି ହୋଇଛି। ସ୍ବତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟର ୨୪ ଜିଲାର ୨୫୩ ବ୍ଲକର ୧୧୯୭୩ ଗଁା ଓ ୨୬ଟି ପୌରାଞ୍ଚଳର ୧୦୧ଟି ୱାର୍ଡର ୬ ଲକ୍ଷ ୨୪ ହଜାର ୫୬୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ଷା ଓ ବନ୍ୟା ଯୋଗୁ ୨୮୯୩ କଚାଘର ଭାଙ୍ଗି ଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପରିବେଶବିତ୍ ମତ ଦେଉଛନ୍ତି।
ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ
ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...
ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ
ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...
ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...
ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...
ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ
ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...
ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି
ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...
ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ
ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...
ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...
Archives


