୭ ଜିଲାରେ ବର୍ଷାଭାବ, ସ୍ଥିତି ସାଂଘାତିକ

ଭୁବନେଶ୍ୱର,୯।୮(ଅନିଲ ଦାସ): ଗତ ଜୁଲାଇ ୩୦ ତାରିଖ ଲଘୁଚାପ ବର୍ଷାରେ କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟର ଅନେକ ଜିଲାର ଚାଷୀ ଏବେ ବର୍ଷାକୁ ଚାତକ ପରି ଚାହିଁ ରହିଛନ୍ତି। ଅଗଷ୍ଟ ଅଧାମାସ ବିତିବାକୁ ବସିଲାଣି, ବିଲରେ ଧାନତଳି ରୁଆ ହୋଇପାରିଲା ନାହିଁ। ବର୍ଷ ସାରା ଖୋରାକ ଯୋଗାଡ଼ ହେବ କି ନାହିଁ ସେହି ଆଶଙ୍କା ଏବେ ଚାଷୀ ମନକୁ ଆନ୍ଦୋଳିତ କରୁଛି। ମହାନଦୀ ଓ ଶାଖାନଦୀରେ ପାଣି ଉଛୁଳୁ ଥିବାବେଳେ ଏହାର ଆଖପାଖ ବିଲ ଶୁଖିଲା ପଡ଼ିଛି।
ଆସନ୍ତା ୨୦ ତାରିଖ ଯାଏ ରାଜ୍ୟକୁ କୌଣସି ବଡ଼ ବର୍ଷାର ସୂଚନା ନ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି। ଚାଷ କେମିତି ହେବ ସେ ଚିନ୍ତା ଚାଷୀଙ୍କୁ ଘାରିଛି। ପାଣିପାଗ ବିଭାଗ ହିସାବ କହୁଛି, ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ଅଗଷ୍ଟ ୮ ଯାଏ ରାଜ୍ୟରେ ସ୍ବାଭାବିକ ଭାବେ ୬୫୬.୮ ମିଲିମିଟର ବର୍ଷା ହେବାକୁ ଥିବାବେଳେ ୬୪୪.୯ ମିଲିମିଟର ବର୍ଷା ହୋଇଛି। ବାସ୍ତବ କ୍ଷେତ୍ରରେ ରାଜ୍ୟର ଅନେକ ବ୍ଲକ ଏବେ ଭୟଙ୍କର ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି।
ରାଜ୍ୟର ୭ ଜିଲାର ଚାଷୀ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୭ ଜିଲାରେ ଏବେ ବି ନିଅଣ୍ଟିଆ ବର୍ଷା ହୋଇଛି। ନବରଙ୍ଗପୁର ଜିଲାରେ ଜୁନ୍‌ ପହିଲାରୁ ଅଗଷ୍ଟ ୮ ମଧ୍ୟରେ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୩୧, ଗଞ୍ଜାମରେ ୩୨, କଳାହାଣ୍ଡିରେ ୨୭, ପୁରୀରେ ୨୪, ଯାଜପୁରରେ ୨୧ ଏବଂ ଖୋର୍ଦ୍ଧା ଜିଲାରେ ସ୍ବାଭାବିକଠାରୁ ୨୧ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ନବରଙ୍ଗପୁର ଜିଲାର ୧୦ ବ୍ଲକ, ଗଞ୍ଜାମର ୨୨ ବ୍ଲକ ଏବଂ କେନ୍ଦ୍ରାପଡ଼ାର ୯ ବ୍ଲକ ଗଭୀର ଭାବେ ପ୍ରଭାବିତ ହୋଇଛି। କେନାଲ ପାଣିରେ କିଛି ବ୍ଲକର ଅଳ୍ପ କେତେକ ଜମିରେ ଚାଷ କାର୍ଯ୍ୟ ହେଉଥିବା ବେଳେ ଅଧିକାଂଶ ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ଗରଦପୁର, ମହାକାଳପଡ଼ା, ମାର୍ଶାଘାଇ ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ନବରଙ୍ଗପୁର ବ୍ଲକର ପାପଡ଼ାହାଣ୍ଡି, ଚନ୍ଦାହାଣ୍ଡି, ଉମରକୋଟ, ଡାବୁଗଁା, ତେନ୍ତୁଳୁଖୁଣ୍ଟି ଏବଂ ଗଞ୍ଜାମ ଜିଲାର ୭ରୁ ୮ଟି ବ୍ଲକରେ ବର୍ଷାଭାବରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ପଟେ ବର୍ଷା ଦାଉ ସାଜିଥିବା ବେଳେ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବ୍ଲକରେ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟିହୋଇଛି। ରାଜ୍ୟରେ ମୋଟ ୩୦ ପ୍ରତିଶତ ଚାଷ ଜମିକୁ ଜଳସେଚନ କରାଯାଇଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଚାଷୀ ବାବୁଲି ଲେଙ୍କା କହିଛନ୍ତି, ଭଗବାନ ଆମ ଉପରେ ଦାଉ ସାଧିଛନ୍ତି। ଅନ୍ୟ ଜିଲାରେ ବର୍ଷା ହେଉଥିବା ବେଳେ ଆମ ଜିଲାରେ ବର୍ଷା ନାହିଁ। ଚାଷ ପାଇଁ କେନାଲ ପାଣି ମଧ୍ୟ ନାହିଁ। ନଦୀରେ ପାଣି ଚାଲିଯାଉଛି। ଜମିରେ ମୁନ୍ଦାଏ ପାଣି ନାହିଁ। ନଦୀରେ ଯଦି କଲଭର୍ଟ କିମ୍ବା ସାଇଫନ ଭଳି କିଛି ବ୍ୟବସ୍ଥା କରାଯାଇଥାଆନ୍ତା ତେବେ ଜମିରେ ପାଣି ମାଡ଼ି ଚାଷ ହୋଇଥାଆନ୍ତା। ଚଳିତ ବର୍ଷ ଧାନ ହେବ କି ନାହିଁ ତାହା କହିହେବ ନାହିଁ। ସମୟ ଗଡ଼ିଗଲାଣି। ତଳି ନାଲି ପଡ଼ି ଆସିଲାଣି। ଭଗବାନଙ୍କୁ ଭରସା କରିବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ।
ଅନ୍ୟପକ୍ଷରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର କେତେକ ଜିଲାରେ ଅନେକ କ୍ଷୟକ୍ଷତି ହୋଇଛି। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି)ଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ରାଜ୍ୟର ୨୪ ଜିଲାର ୨୫୩ ବ୍ଲକର ୧୧୯୭୩ ଗଁା ଓ ୨୬ଟି ପୌରାଞ୍ଚଳର ୧୦୧ଟି ୱାର୍ଡର ୬ ଲକ୍ଷ ୨୪ ହଜାର ୫୬୭ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ଷା ଓ ବନ୍ୟା ଯୋଗୁ ୨୮୯୩ କଚାଘର ଭାଙ୍ଗି ଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri