ସପ୍ତରଙ୍ଗ ରହସ୍ୟ

ବାହାରେ ବୁଲିବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ବୁଲିବା ନିମନ୍ତେ ଭଲ ଖରାପ ଲାଗିବା ପାଇଁ ସମୟ ଉପରେ ନିର୍ଭର କରିଥାଏ। ଯଦି ବର୍ଷା ଅଳ୍ପ ଅଳ୍ପ ହେଉଥିବା ସମୟରେ ସୂର୍ଯ୍ୟର କିରଣ ପଡ଼ିଥିବ, ତାହେଲେ ଆମକୁ ଆହୁରି ଭଲ ଲାଗେ। କାରଣ ଆମେ ଯଦି ଉପରକୁ ଅନାଇବା, ତେବେ ଆକାଶରେ ବିଭିନ୍ନ ରଙ୍ଗରେ ରଞ୍ଜିତ ହୋଇଥିବା ଅର୍ଦ୍ଧଗୋଲାକାର ପରିପାଟୀ ଦେଖାଯାଏ। ଆମେ ତାକୁ ଦେଖି ବହୁତ ଖୁସି ହେଉ। ଏହାକୁ ଆମେ ଇନ୍ଦ୍ରଧନୁ ବୋଲି କହିଥାଉ। କିନ୍ତୁ ଆମେ ଜାଣି ନ ଥାଉ, ଏଇଟା କିପରି ତିଆରି ହେଲା।
ଆମେ ଏକ ପ୍ରିଜମ୍‌ ସାହାଯ୍ୟରେ ଏଭଳି ରଙ୍ଗ ସୃଷ୍ଟି କରିପାରିବା। ଏକ ଟର୍ଚ୍ଚର ଆଲୋକକୁ ପ୍ରିଜମ୍‌ ଭିତରେ ପ୍ରବେଶ କରାଇଲେ ସେହି ଆଲୋକ ପ୍ରତିସରଣ ହୋଇ ପରଦାରେ ଆମକୁ ବିଭିନ୍ନ ରଙ୍ଗ ଦେଖାଯାଏ। କିନ୍ତୁ ଏହା କାହିଁକି ହୋଇଥାଏ? ପ୍ରିଜମ୍‌ରେ ଯେତେବେଳେ ଆଲୋକର ପ୍ରତିସରଣ ହୋଇଥାଏ, ସେଇ ସମୟରେ ଅଲଗା ଅଲଗା ରଙ୍ଗର ଆଲୋକର ଅଲଗା ଅଲଗା ତରଙ୍ଗ ଦୈର୍ଘ୍ୟ ଥିବାରୁ ସେହି ରଶ୍ମିର ପ୍ରତିସରଣ ବା ବଙ୍କେଇବା ଅଲଗା ପ୍ରକାର ହୋଇଥାଏ। ଯଦି ଆମେ ତରଙ୍ଗ ଦୈର୍ଘ୍ୟ ବିଷୟରେ କହିବା, ତେବେ ଲାଲ ରଙ୍ଗର ଇଲେକ୍‌ଟ୍ରୋମ୍ୟାଗ୍‌ନେଟିକ୍‌ ତରଙ୍ଗର ତରଙ୍ଗ ଦୈର୍ଘ୍ୟ ବହୁତ ଅଧିକ ହୋଇଥାଏ, ଯେଉଁଠି ୬୨୦ ରୁ ୭୫୦ ନାନୋମିଟର ହୋଇଥାଏ। ନାରଙ୍ଗୀ ରଙ୍ଗର ତରଙ୍ଗ ଦୈର୍ଘ୍ୟ ୫୯୦ ଓ ୬୨୦ ନାନୋମିଟର, ହଳଦିଆ ୫୭୦ ଓ ୫୯୦ ନାନୋମିଟର, ସବୁଜ ରଙ୍ଗର ଦୈର୍ଘ୍ୟ ୪୯୫-୫୭୦ ନାନୋମିଟର, ନୀଳ ରଙ୍ଗର ତରଙ୍ଗର ଦୈର୍ଘ୍ୟ ୪୫୦ରୁ ୪୯୫ ନାନୋମିଟର, ଘନନୀଳ ଆଲୋକ ତରଙ୍ଗର ୪୨୦ ରୁ ୪୪୦ ନାନୋମିଟର ଏବଂ ବାଇଗଣୀ ଆଲୋକର ତରଙ୍ଗ ଦୈର୍ଘ୍ୟ ୩୮୦ ରୁ ୪୫୦ ନାନୋମିଟର ହୋଇଥାଏ। ଏହି ସାତଟି ରଙ୍ଗକୁ ବିଜ୍ଞାନ ଭାଷାରେ ସଂକ୍ଷେପରେ ‘ବା-ଘ-ନୀ-ସ-ହ-ନା-ଲା’ ବୋଲି କହିଥାଉ। କିନ୍ତୁ ଏଠାରେ କଳା ଓ ଧଳାରଙ୍ଗକୁ ରଙ୍ଗ ତାଲିକାରେ ଗଣତି କରାଯାଇ ନାହିଁ। କାରଣ, କଳା ଓ ଧଳାରଙ୍ଗର କୌଣସି ନିର୍ଦ୍ଦିଷ୍ଟ ତରଙ୍ଗ ଦୈର୍ଘ୍ୟ ନାହିଁ। ଆମେ ସପ୍ତରଙ୍ଗକୁ ମିଶ୍ରଣ କଲେ ଧଳା ରଙ୍ଗ ଉପତ୍ନ୍ନ ହୁଏ। କଳା ରଙ୍ଗ ନାହିଁ। ଯେଉଁ ରଙ୍ଗର ତରଙ୍ଗର ଦୈର୍ଘ୍ୟ ଯେତେ ବେଶି ହୁଏ, ତା’ର ପ୍ରତିସରଣ ପରେ ସେତେ ବଙ୍କେଇବା କମ୍‌ ହୋଇଥାଏ। ବାଇଗଣୀ, ନାଲିରଙ୍ଗର ବଙ୍କେଇବା ବେଶି ହୋଇଥାଏ। ଯେତେବେଳେ ଏହିସବୁ ରଙ୍ଗଗୁଡ଼ିକ ପ୍ରିଜମ୍‌ରୁ ବାହାରନ୍ତି, ସବୁ ରଙ୍ଗ ଅଲଗା ଅଲଗା ହୋଇଯାଆନ୍ତି। ଏହି ଘଟଣାକୁ ଆମେ ‘ଆଲୋକର ପ୍ରକୀର୍ଣ୍ଣନ’ ବୋଲି କହୁ।
ଇନ୍ଦ୍ରଧନୁରେ ମଧ୍ୟ ‘ବା-ଘ-ନୀ-ସ-ହ-ନା-ଲା’ ସାତଟି ରଙ୍ଗ ଆସେ। ବର୍ଷା ସମୟରେ ବାୟୁମଣ୍ଡଳରେ ବହୁତ ଛୋଟ ଛୋଟ ପାଣିର ବୁନ୍ଦା ରହିଥାଆନ୍ତି। ଏହି ପାଣି ବୁନ୍ଦାରେ ଆଲୋକର ପ୍ରତିସରଣ ହୁଏ। ଆଲୋକ ଆପତିତ ହୋଇ ପାଣି ବୁନ୍ଦା ଭିତରକୁ ପ୍ରବେଶ କଲା ବେଳେ ପ୍ରତିସରଣ ଘଟିଥାଏ। ତେଣୁ ଧଳା ରଙ୍ଗର ଆଲୋକ ଆସି ପାଣି ବୁନ୍ଦା ଭିତରେ ପ୍ରବେଶ କରିବା ପରେ ଅଲଗା ଅଲଗା ରଙ୍ଗର ବିଭାଜନ ହୋଇଥାଏ। ବିଭିନ୍ନ ରଙ୍ଗର ଆଲୋକର ସମୁଦାୟ ଭିତିରି ପ୍ରତିଫଳନ (ଟି.ଆଇ.ଆର୍‌.) ହୋଇଥାଏ। ଆଲୋକ ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ ବେଳେବେଳେ ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ପ୍ରତିଫଳନ (ଟି.ଆଇ.ଆର୍‌.) ହୋଇଥାଏ, ଯାହାକୁ ସମୁଦାୟ ଭିତିରି ପ୍ରତିଫଳନ ମଧ୍ୟ କହନ୍ତି। ସମୁଦାୟ ଭିତିରି ପ୍ରତିଫଳନ ପରେ ସେହି ରଙ୍ଗଗୁଡ଼ିକ ଜଳବିନ୍ଦୁରୁ ବାହାରକୁ ବାହାରିବା ସମୟରେ ଆଉ ଥରେ ପ୍ରତିସରଣ ହୁଏ। ସବୁ ରଙ୍ଗ ଏହି ପ୍ରକ୍ରିୟାକୁ ପାଳନ କରନ୍ତିି ଏବଂ ଲାଲ ଓ ବାଇଗଣି ଆଲୋକ ମଧ୍ୟରେ ରହିଥାଆନ୍ତି। ତେଣୁ ଇନ୍ଦ୍ରଧନୁ ରଙ୍ଗ ବିରଙ୍ଗ ଦେଖାଏ।

ଭୀଷ୍ମଦେବ ବାଗ
-ପଦାର୍ଥ ବିଜ୍ଞାନ ଶିକ୍ଷକ, ସୁନ୍ଦରଗଡ଼
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri