Posted inଖେଳ

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି। ମାତ୍ର ଲିଗ୍‌ ଆରମ୍ଭ ପୂର୍ବରୁ ତାରକା ଖେଳାଳି ସୁରେଶ ରାଇନାଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି। ଏଥିପାଇଁ ରାଇନା ବ୍ୟକ୍ତିଗତ କାରଣ ଥିବା ଦର୍ଶାଇଥିଲେ ହେଁ ଏପରି ନିଷ୍ପତ୍ତି ଯୋଗୁ ସିଏସକେରେ ରାଇନାଙ୍କ କ୍ୟାରିୟର ଶେଷ ହୋଇପାରେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ସିଏସକେ ଟିମ୍‌ ଦୁବାଇରେ ଅବସ୍ଥାନ କରୁଛି। ଦୁଇ ମୁଖ୍ୟ ଖେଳାଳି ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡଙ୍କୁ ମିଶାଇ ଦଳର ୧୩ ସଦସ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ରାଇନାଙ୍କ ଆଇପିଏଲରୁ ଓହରିବାର ଏହା ଏକ କାରଣ ହୋଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ କ୍ୱାରାଣ୍ଟାଇନ୍‌ ସମୟରେ ୩୨ ବର୍ଷୀୟ ରାଇନାଙ୍କ ବ୍ୟବହାରରେ ଟିମ୍‌ ମ୍ୟାନେଜମେଣ୍ଟ ଖୁସି ନ ଥିବା ଜଣାଯାଇଛି। ଯାହାକି ସିଏସକେ ମାଲିକ ତଥା ପୂର୍ବତନ ବିସିସିଆଇ ସଭାପତି ଏନ. ଶ୍ରୀନିବାସନଙ୍କୁ କ୍ରୋଧାନ୍ବିତ କରିଥିଲା। ସିଏସକେର କୋଚ୍‌, ଅଧିନାୟକ ଓ ମ୍ୟାନେଜରଙ୍କ ପାଇଁ ସ୍ବତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଥିଲା। ଫ୍ରାଞ୍ଚାଇଜ୍‌ ରହୁଥିବା ହାଟେଲରେ ରାଇନାଙ୍କୁ ମଧ୍ୟ ଏକ ରୁମ୍‌ ଦିଆ ଯାଇଥିଲା। ମାତ୍ର ସେହି ରୁମ୍‌ରେ ବାଲକୋନି ନ ଥିଲା। ଏଥିରେ ରାଇନା ସନ୍ତୁଷ୍ଟ ନ ଥିଲେ। ମାତ୍ର ଭାରତ ଫେରିଯିବା ପାଇଁ ନିଷ୍ପତ୍ତି ନେବାପାଇଁ ଏହା ପର୍ଯ୍ୟାପ୍ତ କାରଣ ହୋଇ ନ ପାରେ। ଏହା ବ୍ୟତିରେକେ ଆଉ କିଛି କାରଣ ଥାଇପାରେ ବୋଲି ରିପୋର୍ଟରେ ପ୍ରକାଶ କରିଛି। ଏପରିକି ରାଇନା ଜୈବ-ସୁରକ୍ଷିତ ନିୟମ ଭଙ୍ଗ କରିଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଏପରି ସ୍ଥିତିରେ ରାଇନା କେବଳ ଚଳିତ ସିଜନରୁ ଓହରିଛନ୍ତି ତା’ ନୁହେଁ ୨୦୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆଗାମୀ ସିଜନରେ ମଧ୍ୟ ସିଏସକେ ଦଳରେ ସ୍ଥାନ ପାଇବା ସମ୍ଭାବନା କମ୍‌। ଜଣେ ଅବସରପ୍ରାପ୍ତ ଖେଳାଳି ସିଧାସଳଖ ସିଏସକେ ଦଳରେ ସ୍ଥାନ ନେବା ନଜିର ନାହିଁ। ତେଣୁ ସମ୍ଭବତଃ ରାଇନା ନିଲାମ ମାଧ୍ୟମରେ ଆଗାମୀ ସିଜନରେ କୌଣସି ଦଳକୁ ଯାଇପାରନ୍ତି। ସେ ଚଳିତ ସିଜନରେ ଦଳ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିଲେ ହେଁ ତାଙ୍କ ବଦଳ ଖେଳାଳି ପାଇଁ ଅନୁରୋଧ କରାଯାଇନାହିଁ। ଅପ୍ୟପକ୍ଷରେ ଋତୁରାଜ ଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଏହି ଫ୍ରାଞ୍ଚାଇଜ୍‌ ଆଶାବାଦୀ ଅଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ କୋଚ୍‌ ଷ୍ଟିଫେନ୍‌ ଫ୍ଲେମିଂ ଋତୁରାଜଙ୍କୁ ନେଇ ରଣନୀତି ପ୍ରସ୍ତୁତ କରୁଥିବା ଉକ୍ତ ରିପୋର୍ଟରୁ ପ୍ରକାଶ। ରାଇନା ୧୬୪ ମ୍ୟାଚରୁ ସିଏସ୍‌କେ ପକ୍ଷରୁ ସର୍ବାଧିକ ୪୫୨୭ ରନ ସ୍କୋର କରିଛନ୍ତି। ଆଇପିଏଲ ଇତିହାସରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ବିରାଟ କୋହଲି(୫୪୧୨)ଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri