Posted inଖେଳ

ପାକିସ୍ତାନକୁ ସେମି ଫାଇନାଲରେ ପହଞ୍ଚାଇପାରେ ବର୍ଷା, ବାବରଙ୍କ ପାଇଁ ବେଙ୍ଗାଲୁରୁରୁ ଖୁସି ଖବର…

ବେଙ୍ଗାଲୁରୁ,୬।୧୧ : ପାକିସ୍ତାନ ଦଳ ପାଇଁ ବିଶ୍ୱକପ ୨୦୨୩ର ସେମିଫାଇନାଲରେ ପ୍ରବେଶ କରିବା ଏପର୍ଯ୍ୟନ୍ତ ସହଜ ହୋଇ ନାହିଁ। ବାବର ଆଜାମଙ୍କ ନେତୃତ୍ୱରେ ଦଳ ଏପର୍ଯ୍ୟନ୍ତ ଖେଳାଯାଇଥିବା ୮ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିବାରେ ସକ୍ଷମ ହୋଇଛି। ପାକିସ୍ତାନ ଦଳ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଅପରପକ୍ଷରେ ନ୍ୟୁଜିଲାଣ୍ଡରେ ୮ ଟି ମ୍ୟାଚରେ ୮ପଏଣ୍ଟ ହାସଲ କରିଛି। କିନ୍ତୁ ନେଟ ରନ ହାର ଯୋଗୁ କିୱି ଦଳ ପାକିସ୍ତାନଠାରୁ ଆଗରେ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ନଭେମ୍ବର ୯ ରେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡକୁ ଶେଷ ମ୍ୟାଚ ଖେଳିବାକୁ ପଡ଼ିବ। ୧୧ ନଭେମ୍ବରରେ ପାକିସ୍ତାନ ଦଳ ଇଂଲଣ୍ଡ ସହିତ ମୁହାଁମୁହିଁ ହେବ। ଏହି ସମୟରେ ବେଙ୍ଗାଲୁରୁରୁ ପାକିସ୍ତାନ ପାଇଁ ଏକ ଖୁସି ଖବର ଆସିଛି।

ଆକ୍ୟୁ ପାଣିପାଗ ଅନୁଯାୟୀ, ନଭେମ୍ବର ୯ ରେ ବେଙ୍ଗାଲୁରୁରେ ୭୪ପ୍ରତିଶତ ବର୍ଷା ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଯଦି ମ୍ୟାଚ ବାତିଲ ହୁଏ ତେବେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ପଏଣ୍ଟ ପାଇବେ। ଏହାପୂର୍ବରୁ ବର୍ଷା ଯୋଗୁ ଏହୀ ଷ୍ଟାଡିୟମରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଶେଷ ହୋଇପାରି ନ ଥିଲା। କିନ୍ତୁ ଉଭୟ ଇନିଂସରେ ୨୦ ଓଭର ଖେଳାଯାଇଥିଲା। ଏହି କାରଣରୁ, ଡକୱର୍ଥ-ଲୁଇସ ନିୟମ ବ୍ୟବହାର କରି ପାକିସ୍ତାନ ଦଳ ୨୧ ରନରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। କିୱି ଦଳ ପାଇଁ ଏହା ଏକ ବଡ ଝଟକା ଥିଲା। କାରଣ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦଳ ୪୦୧ ରନ ସ୍କୋର କରିଥିଲା।

 

ଯଦି ବର୍ଷା ଯୋଗୁ ନ୍ୟୁଜିଲାଣ୍ଡର ମ୍ୟାଚ ବାତିଲ ହୁଏ, ତେବେ ୯ଟି ମ୍ୟାଚରୁ ଦଳ ମାତ୍ର ୯ ପଏଣ୍ଟ ପାଇବ। ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଦଳ ଇଂଲଣ୍ଡକୁ ପରାସ୍ତ କରେ, ତେବେ ଏହା ୧୦ ପଏଣ୍ଟ ସହ କିୱି ଦଳଠାରୁ ଆଗରେ ରହିବ। ଆଫଗାନିସ୍ତାନ ମଧ୍ୟ ୭ ଟି ମ୍ୟାଚରେ ୮ ପଏଣ୍ଟ ପାଇଛି । କିନ୍ତୁ ତାଙ୍କର ଅବଶିଷ୍ଟ ୨ ଟି ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଛି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ଦଳର ରାସ୍ତା ସହଜ ନୁହେଁ। ତଥାପି, ଯଦି ବିଶ୍ୱକପ ୨୦୨୩ ବିଷୟରେ କହିବା, ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୩ ପୂର୍ବତନ ଚାମ୍ପିୟନ ଇଂଲଣ୍ଡ, ଶ୍ରୀଲଙ୍କା ଏବଂ ପାକିସ୍ତାନକୁ ପରାସ୍ତ କରିଛି ।

୨୦୧୧ ମସିହାରେ ହୋଇଥିବା ଏକଦିବସୀୟ ବିଶ୍ୱକପରେ ପାକିସ୍ତାନ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲା। ୨୦୧୫ ଏବଂ ୨୦୧୯ରେ ପାକିସ୍ତାନର ପ୍ରଦର୍ଶନ କିଛି ବିଶେଷ ନ ଥିଲା। ଏଭଳି ପରିସ୍ଥିତିରେ ବାବର ଆଜମ ଏବଂ ତାଙ୍କ ଟିମ ଗତ ଦୁଇ ଥରର ଖରାପ ପ୍ରଦର୍ଶନ ଛାଡି ସେମିଫାଇନାଲରେ ପ୍ରବେଶ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପୁଣିଥରେ ଦେଶରେ ଲକଡାଉନ୍‌ ଲାଗୁ କରିପାରନ୍ତି’, ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ପରେ ଏମିତି କହିଲେ…

ନୂଆଦିଲ୍ଲୀ,୨୭।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାର ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ପଶ୍ଚିମ ବର୍ଦ୍ଧମାନରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ପେଟ୍ରୋଲ-ଡିଜେଲ ଶସ୍ତା କଲେ ସରକାର, ହ୍ରାସ ହେଲା ଉତ୍ପାଦ ଶୁଳ୍କ, ଜାଣନ୍ତୁ ପ୍ରତି ଲିଟର କେତେ…

ନୂଆଦିଲ୍ଲୀ,୨୭ା୩: ଆମେରିକା-ଇରାନ ଯୁଦ୍ଧ ଯୋଗୁ ଦେଶବ୍ୟାପୀ ଇନ୍ଧନ ମୂଲ୍ୟ ବୃଦ୍ଧିର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉଭୟ ଉପରେ ଅତିରିକ୍ତ ଉତ୍ପାଦ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri