ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍‌ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧିପାଇ ରାଜଘାଟ ଗେଜ୍‌ଠାରେ ବିପଦସଙ୍କେତ ୧୦.୩୬ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା। ଶନିବାର ରାତି ୮ଟା ସୁଦ୍ଧା ଜଳସ୍ତର ୧୦.୪୮ ମିଟର ରହିଛି। ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତ କୁହ୍ଲା ଗ୍ରାମର ମହେଶ୍ୱର ପିଳା(୨୨) ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ ତାଙ୍କ ମା’ ଓ ଅନ୍ୟ ଜଣେ ଭାଇଙ୍କ ସହ ବାଲିଆପାଳ ଜାମକୁଣ୍ଡାରୁ ଘରକୁ ଫେରୁଥିବା ବେଳେ ପନ୍ତେଇ ବ୍ରିଜ ତଳେ ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି l ଖବରପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଛି।
ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ଶତାଧିକ ଗାଁର ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ଦୁର୍ବିଷହ ଜୀବନ ଭୋଗୁଛନ୍ତି। ବହୁ ତଳିଆ ଅଞ୍ଚଳରେ ବନ୍ୟାପାଣିର ସ୍ରୋତ ଛୁଟୁଥିବାରୁ ଗାଁଗୁଡ଼ିକ ବିଚ୍ଛିନ୍ନ ହୋଇଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡଙ୍ଗା ଏକମାତ୍ର ସାହା ହୋଇ ଅପରପକ୍ଷରେ ଭୋଗରାଇ ବ୍ଲକରେ ବ୍ରିଟିଶ ଅମଳରେ ନିର୍ମିତ ଖାଳଯୋଡ଼ିର ସ୍ଲୁଇସ୍‌ ଗେଟ୍‌ ଗୁରୁତର ପ୍ରଭାବିତ ହୋଇଛି ବନ୍ୟାସ୍ରୋତ ମାଡ଼ରେ ଏହାର ୩ଟି ଗେଟ୍‌ ଭାଙ୍ଗିଯାଇଛି। ଫଳରେ ଭୋଗରାଇ ଉପକୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ସୁବାସିନୀ ଜେନାଙ୍କ ସହିତ ଅତିରିକ୍ତ ଜିଲାପାଳ ରାଜସ୍ବ ବିଭାଗର ହେମନ୍ତ ସିଂ, ଉପଜିଲାପାଳ ସୁଧାକର ନାୟକ, ସର୍ବୋଚ୍ଚ ଯନ୍ତ୍ରୀ ମୁକୁଳ ବେରା, ଜିଲା ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକଙ୍କ ସହିତ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ, ୪ ବ୍ଲକର ବିଡିଓ ଏବଂ ତହସିଲଦାର ବନ୍ୟା ମୁକାବିଲା ନିମନ୍ତେ ତତ୍ପର ହେବା ସହିତ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri