୨୨ରୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହୋଇଯାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛି । ୧୩ ତାରିଖରୁ ରାଜ୍ୟରୁ କ୍ରମଶଃ ଶୀତ ଚାଲିଯିବ ବୋଲି ସେ କହିଛନ୍ତି ।
ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ସମ୍ଭାବ୍ୟ ଟ୍ରଫ ପ୍ରଭାବରେ ଆସନ୍ତା ୨୧ ତାରିଖରୁ ରାଜ୍ୟରେ ପାଗ ପୂରା ବଦଳିବ । ସାରା ରାଜ୍ୟରେ ମେଘୁଆ ପାଗ ରହିବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୨୨ ତାରିଖରୁ ତିନି ଦିନ ଯାଏ ପ୍ରବଳ ବର୍ଷା ହେବ । ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହେବାକୁ ଆଉ କିଛି ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି ।