ଅଦିନିଆ ବର୍ଷା ଉଜାଡିଲା ମକାଚାଷୀଙ୍କ ସ୍ବପ୍ନ

କୋକସରା, ୨।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅଦିନିଆ ବର୍ଷା ଉଜାଡିଦେଲା ଚାଷୀଙ୍କ ସ୍ବପ୍ନ। ବର୍ଷାରେ ଶହଶହ ଏକର ଧାନ ଫସଲ କ୍ଷତିହୋଇ ଗଜା ହୋଇଯିବାରୁ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଚାଷୀ। ହେଲେ ବ୍ଲକର ମକା ଚାଷୀ ବି ଏଥିରୁ ବାଦ୍‌ ପଡିନାହାନ୍ତି। ଅଦିନିଆ ବର୍ଷା ଯୋଗୁ ଶତାଧିକ ଏକର ଚାଷ ଜମିର ମକା ବି ନଷ୍ଟ ହୋଇଯାଇଛି। ସତେ ଯେମିତି ଚାଷୀ ପିଛା ଗୋଡାଇଛି ସମସ୍ୟା। ଧାରକରଜ କରି ଚାଷୀମାନେ ଶହଶହ ଏକର ଚାଷ ଜମିରେ ମକା ଚାଷ କରିଥିଲେ। ଆଶାବାନ୍ଧି ଥିଲେ, ଏଥିରୁ ଦ୍ୱି ପଇସା ପାଇ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବେ। ହେଲେ ଶେଷରେ ଲଘୁଚାପ ଜନିତ ବର୍ଷା ଦାଉ ସାଜିଲା। ମଣ୍ଡି ବ୍ୟବସ୍ଥା ନ ଥିବାରୁ ଦଲାଲ ହିଁ ଏକମାତ୍ର ଭରସା। କୋକସରା ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତରେ ଜଳସେଚନ ଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଜଳ ସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଧାନ ଚାଷ କରି ମରୁଡି ସମ୍ମୁଖିନ ହୋଇ ହତାଶ ହେବାରୁ ଶେଷରେ ମକା ଚାଷକୁ ଆପଣାଇ ମକା ଚାଷ କରିଛନ୍ତି। ହେଲେ ଗତ କିଛି ଦିନ ତଳର ଅଦିନିଆ ବର୍ଷା ମକା ଚାଷକୁ ମଧ୍ୟ ନଷ୍ଟ କରି ଦେଇଛି। ବର୍ଷା ପାଣି ଯୋଗୁ ମକାଗୁଡିକ କଳାପଡି ନଷ୍ଟ ହୋଇଛି। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୋକସରା ବ୍ଲକରେ ଚଳିତ ବର୍ଷ ୫୭୬ ହେକ୍ଟର ଜମିରେ ମକା ଚାଷ କରାଯାଇଛି। ସେଥିମଧ୍ୟରୁ କୋତୋମୁଣ୍ଡା, ସାନପୋଡାଗୁଡା, ଭଏଁସାଲପଡା, କୁଲେରଗୁଡା, ଡାଲଗୁମା ଆଦି ଗ୍ରାମର ଚାଷୀମାନେ ମକା ଅମଳ କରି ମଞ୍ଜି ଛଡେଇବା ପାଇଁ ଖୋଲା ଆକାଶ ତଳେ ରଖିଥିଲେ। ହେଲେ ଲଘୁଚାପଜନିତ ବର୍ଷା ଭିଜି ମକାକୁ ନଷ୍ଟ କରିଦେଇଛି। କିଭଳି ମକା ବିକ୍ରି କରିବେ ସେ ନେଇ ଏବେ ଚିନ୍ତାରେ ଚାଷୀ। ବ୍ଲକର ମକା ଚାଷୀଙ୍କ ପାଇଁ ମକା ସୁଖାଇବା ପାଇଁ କୌଣସି ଫଡର ବ୍ୟବସ୍ଥା ନ ଥିବା ଓ ମଣ୍ଡିର ବ୍ୟବସ୍ଥା ନ ଥିବାରୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ମକା ମଣ୍ଡି ପାଇଁ ଚାଷୀମାନେ ବିଭିନ୍ନ ସମୟରେ ଦାବି କରୁଥିଲେ ହେଁ ସରକାରଙ୍କ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରୁ ନ ଥିବାରୁ ଚାଷୀମାନେ ହତାଶ ହୋଇ କିଏ ବିଜୁ ଏକ୍ସପ୍ରେସ ୱେରେ ତମ୍ବୁ ପକାଇ ଦଲାଲଙ୍କୁ ଅପେକ୍ଷା କରୁଛନ୍ତି ତ କିଏ ନିଜ ବିଲରେ ଖୋଲା ଆକାଶ ତଳେ ରଖି ବିକ୍ରି କରିବା ପାଇଁ ଅନାଇ ବସିଛନ୍ତି। ସେହିପରି ଡାଲଗୁମା ପଞ୍ଚାୟତ ୩୦ ଚାଷୀ ପ୍ରାୟ ୩୦ ଏକର ଜମିରେ ମକା ଚାଷ କରିଥିଲେ। ହେଲେ ଲଘୁଜନିତ ଲଗାଣ ବର୍ଷା ଓ ପବନରେ ମକା ସବୁ ତଳେ ପଡି ଗଜା ହୋଇ ନଷ୍ଟ ହୋଇ ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡିଛି। କିଏ ଘରୋଇ ଋଣ କରିଛି ତ କିଏ ସରକାରୀ, ବେସରକାରୀ ସଂସ୍ଥା ଠାରୁ ଋଣ କରିଛି। ଏପରି ସ୍ଥଳେ ମକା ବିକ୍ରି ଯିବା ଅସମ୍ଭବ ହୋଇପଡିଛି। ଏବେ ଚାଷୀ ମୁଣ୍ଡରେ ହାତମାରି ଜଗି ରହି ସରକାରୀ ସହାୟତା ଅପେକ୍ଷାକୁ ଜଗି ବସିଛି। ଏନେଇ କୋକସରା ବ୍ଲକ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀଙ୍କୁ ପଚାରିବାରୁ କାଁଭାଁ ଚାଷୀଙ୍କ ମକା ଚାଷରେ ଫଙ୍ଗସ ହୋଇ କଳାପଡି ଯାଇଛି। ହେଲେ ବିଶେଷକ୍ଷତି ହୋଇ ନ ଥିବାବେଳେ ମକା ଚାଷ ଇନସୁରେବୁଲ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri