ଆଗକୁ ବର୍ଷା: ଉପକୂଳବାସୀଙ୍କ ବଢ଼ୁଛି ଚିନ୍ତା

ପଟ୍ଟାମୁଣ୍ଡାଇ,୩ା୬(ସ୍ବ.ପ୍ର.): ଜୁନ ମାସ ଦ୍ୱିତୀୟ ସପ୍ତାହରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍‌ ଆକଳନ କରିବା ପରେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ସଦା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟ ସାମନା କରିଥିବା ଅଞ୍ଚଳବାସୀଙ୍କ ଭୟ ସଦାସର୍ବଦା ଲାଗି ରହୁଛି। ତଟକ୍ଷୟ ଯୋଗୁ ସମୁଦ୍ର ପାଣି ଗ୍ରାମ ମଧ୍ୟକୁ ପଶି ଆସିବା ସମ୍ଭାବନା ଯୋଗୁ ଭୟ ଦେଖାଦେଇଛି। ରାଜନଗର ବ୍ଲକର ପେଣ୍ଠସ୍ଥିତ ଜିଓ ଟ୍ୟୁବୱାଲ ସୁରକ୍ଷିତ ନ ଥିବା ବେଳେ ପଟ୍ଟାମୁଣ୍ଡାଇ ନରନପୁର ଲୁଣା ତଟବନ୍ଧର ଆବଶ୍ୟକ ମରାମତି ହୋଇନାହିଁ। ସମୁଦ୍ର ତଟଠାରୁ ୧୦ କିମି ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରାଗଲେ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲାକୁ ସୁରକ୍ଷିତ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଛି।
ସାମାଜିକ କର୍ମୀ ସବେଶ୍ୱର ସେଠୀ କୁହନ୍ତି, ପ୍ରତିବର୍ଷ ବନ୍ୟାରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୧୪ଟି ପଞ୍ଚାୟତ ପ୍ରଭାବିତ ହେଉଛି। ନଦୀବନ୍ଧ ନ ଥିବାରୁ ଏହି ଅଞ୍ଚଳ ବନ୍ୟା ଜଳ ଘେରରେ ରହୁଛି। ବନ୍ୟା ପରି ସାମୁଦ୍ରିକ ଝଡ଼ର ଆଶଙ୍କା ଅଛି। ତେବେ ତଟବନ୍ଧ ଓ ଘେରିବନ୍ଧ ମରାମତି ଅଦ୍ୟାବଧି ସରିନାହିଁ। ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳରେ ତଟବନ୍ଧ ଓ ଘେରିବନ୍ଧ ନିର୍ମାଣ କାର୍ଯ୍ୟ କୋଟିକୋଟି ଟଙ୍କା ବ୍ୟୟରେ ହେଉଛି। ଡାମରପୁର ଘେରିବନ୍ଧ, ନୀଳକଣ୍ଠପୁର ଘେରିବନ୍ଧ, ପାଳପାଟଣା ପଥର ପ୍ୟାକିଂ କାର୍ଯ୍ୟ ଅଦ୍ୟବଧି ସରିନାହଁି। ପାଳପାଟଣା ପଥର ପ୍ୟାକିଂ ଓ ଉତିକଣ ଘେରିବନ୍ଧ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁ ପଥରଗୁଡିକ ଖସିଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଜିଲାରେ ୪୮ କିମି ସମୁଦ୍ର ତଟ ଅଛି। ଏହି ତଟାଞ୍ଚଳର ୫୬ ପ୍ରତିଶତ ଅଞ୍ଚଳରେ ଦ୍ରୁତ ତଟକ୍ଷୟ ହେଉଥିବା ସର୍ଭେ ରିପୋର୍ଟ ଦର୍ଶାଉଛି। ଏହାର ସ୍ଥାୟୀ ନିରାକରଣ ହେଉ ନ ଥିବାରୁ ବର୍ଷାଋତୁ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଭୟର କାରଣ ସାଜିଛି। ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ କୁମ୍ଭୀର ଉପଦ୍ରବ ଏବେ ଆତଙ୍କଜନକ ବାତାବରଣ ସୃଷ୍ଟି କରିଛି। ଗତ ମାସକ ମଧ୍ୟରେ ଦୁଇଟି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ସୋମବାର ଜଣେ ନାବାଳକ କୁମ୍ଭୀର ସହ ୧୦ ମିନିଟ୍‌ ସଂଘର୍ଷ କରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଆଗାମୀ ବର୍ଷା ଋତୁରେ ଏପରି ଘଟଣା ବହୁବାର ହେବା ପୂର୍ବରୁ ଜିଲା ପ୍ରଶାସନ ଓ ବନ ବିଭାଗ କର୍ତ୍ତୃପକ୍ଷ ସତର୍କ ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସାମାଜିକ କର୍ମୀ ବନ ମଣ୍ଡଳ କହିଛନ୍ତି, ହେନ୍ତାଳ ବଣ ଜୁଆର ମାଡରୁ ରକ୍ଷା କରୁଥିବା ଯୋଗୁ ତଟକ୍ଷୟକୁ ରୋକାଯାଇ ପାରୁଛି। ୧୯୯୯ ମସିହା ମହାବାତ୍ୟା ସମୟରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ଜୁଆର ଉତ୍ତାଳ ତରଙ୍ଗ ଓ ଜିଲା ମଧ୍ୟକୁ ପ୍ରବେଶ କରୁଥିବା ସମୁଦ୍ର ପାଣିକୁ ରୋକିବାରେ ସକ୍ଷମ ହୋଇଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ ଧନଜୀବନ ନଷ୍ଟ ହୋଇ ନ ଥିଲା। ତେବେ ୧୯୬୦ ମସିହାରୁ ତଟବର୍ତ୍ତୀ ଅଞ୍ଚଳରେ ବସତି ସ୍ଥାପନ ଫଳରେ ଭିତରକନିକାର ବହୁ ହେନ୍ତାଳବଣ ଜବରଦଖଲକୁ ଚାଲିଯାଇଛି। ଏଠାରେ ଥିବା ହେନ୍ତାଳ ବଣକୁ କାଟି ଚିଙ୍ଗୁଡି ଘେରି ଆଦି ନିର୍ମାଣ ଫଳରେ ତଟକ୍ଷୟ ଦ୍ରୁତ ବେଗରେ ବଢ଼ି ଚାଲିଛି। ଏପରିକି ଏହାଯୋଗୁ ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ରାଜସ୍ବ ମାନଚିତ୍ରରୁ ହଜି ଯାଇଛି। ସମୁଦ୍ର ତଟଠାରୁ ୧୦ କିମି ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରା ଗଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାବାସୀଙ୍କ ଧନ ଜୀବନ ରକ୍ଷା ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri