ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ ସଭାପତିତ୍ୱ କରିଥିଲେ। ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରେଳବାଇ କ୍ଷେତ୍ରରେ ରହିଥିବା ବିଭିନ୍ନ ମୌଳିକ ଆବଶ୍ୟକତା ସମ୍ପର୍କରେ ଜଣାଇ ଜିଲାର ଦାବି ରଖିଥିଲେ। ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଲାଗି ରେଳ ଲାଇନ ଆରପଟେ ଥିବା ଶାନ୍ତିନଗର, ଖିଙ୍ଗା ଓ ବଡଖିଙ୍ଗା ଗ୍ରାମକୁ ଯାତାୟାତ ନେଇ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାରେ ଫୁଟପାଥ ସହ ଏକ ଓଭର ବ୍ରିଜ ନଚେତ୍‌ ଭୂତଳ ରାସ୍ତା ନିର୍ମାଣ ପାଇଁ ଲୋକେ ବିଧାୟକଙ୍କୁ ଜଣାଇଥିଲେ। ଷ୍ଟାଣ୍ଡିଂ କମିଟି ବୈଠରେ ବିଧାୟକ ପାଣିଗ୍ରାହୀ ଲୋକଙ୍କ ଏହି ଦାବିକୁ ଉପସ୍ଥାପନ କରିଥିଲେ। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀବାସୀଙ୍କ ଯୋଗାଯୋଗ କ୍ଷେତ୍ରରେ ରେଳ ସୁବିଧା ଏକ ମାତ୍ର ଲାଇଫ ଲାଇନ। ଏଠାକାର ଅଞ୍ଚଳବାସୀ ଶିକ୍ଷା, ସାସ୍ଥ୍ୟ, ମେଡିକାଲ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ହାଇଦ୍ରାବାଦ ଉପରେ ନିର୍ଭର କରିଥାନ୍ତି। ତେଣୁ ଗୁଣୁପୁରଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ବିଶାଖାପାଟଣାରେ ହଲ୍ଟ ନ କରାଇ ତାହାକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଇବା ପାଇଁ ବିଧାୟକ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇଛନ୍ତି। ସେହିଭଳି ଭଦ୍ରକଠାରୁ ପାଲାସା ଆସୁଥିବା ଡିଏମୟୁ ଟ୍ରେନକୁ ରାତିରେ ପଲାସାରେ ରହଣି ନ କରାଇ ତାହାକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଚଳାଚଳ କରାଇବାକୁ ସେ ଦାବି ଜଣାଇଛନ୍ତି ।

ଅନ୍ୟପକ୍ଷରେ ପାରଳା ମହାରାଜା ତଥା ନବାଉତ୍କଳର ନିର୍ମାତା ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ରହିଥିବା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଏକପ୍ରତ୍ତିମୂର୍ତ୍ତି ରେଳଷ୍ଟେସନଠାରେ ସ୍ଥାପନ ପାଇଁ ବିଧାୟକ ଆଲୋଚନା େବେଳ ପ୍ରସ୍ତାବ ରଖିଥିଲେ। ସବୁ ଦାବିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନେବେ ବୋଲି ଲୋକସଭା ଏମ୍‌ପି ତଥା କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଏମ୍‌ପି ଦମଦାର ଅଗ୍ରୱାଲ, ଏମ୍‌ପି ତାରିକ ଅନୟାର, ଏମ୍‌ପି ସଂଗୀତା ସିଂଦେଓ, ଏମ୍‌ପି ଶତାବ୍ଦୀ ରାୟ ଓ ଅନ୍ୟମନେ ଉପସ୍ଥିତ ଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri