Posted inଖେଳ

ରେଲଓ୍ବେ, ଓଡ଼ିଶା ପୋଲିସ ଚାମ୍ପିୟନ

କଟକ, (କାର୍ତ୍ତିକ ସାହୁ), ଭୁବନେଶ୍ୱର, ୬।୨ (ତପନ ସ୍ବାଇଁ): ଓଡ଼ିଶା କବାଡ଼ି ଆସୋସିଏଶନ ଆନୁକୂଲ୍ୟରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ୭୧ତମ ରାଜ୍ୟ ସିନିୟର କବାଡି ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ) ରବିବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଇଷ୍ଟକୋଷ୍ଟ ରେଲଓ୍ବେ ଓ ପୁରୁଷରେ ଓଡ଼ିଶା ପୋଲିସ ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ ରେଲଓ୍ବେ ଦଳ ୨୮-୧୩ ପଏଣ୍ଟରେ ଓଡ଼ିଶା ପୋଲିସକୁ ପରାସ୍ତ କରିଥିଲା। ଢେଙ୍କାନାଳ ତୃତୀୟ ଓ ଖୋର୍ଦ୍ଧା ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସେହିପରି ପୁରୁଷ ବିଭାଗ ଫାଇନାଲରେ ଓଡ଼ିଶା ପୋଲିସ ୩୨-୨୭ ପଏଣ୍ଟ ବ୍ୟବଧାନରେ ଢେଙ୍କାନାଳକୁ ହରାଇ ଦେଇଥିଲା। ନୂଆପଡ଼ା ତୃତୀୟ ଓ କଟକ ଚତୁର୍ଥ ହୋଇଥିଲା। ମହିଳା ବିଭାଗରେ ଇଷ୍ଟକୋଷ୍ଟ ରେଲଓ୍ବେର ନିତୁ ଦେବୀ ଶ୍ରେଷ୍ଠ କ୍ୟାଚର ଓ ଓଡ଼ିଶା ପୋଲିସର ରଶ୍ମିତା ସାହୁ ଶ୍ରେଷ୍ଠ ରେଡର ବିବେଚିତ ହୋଇଥିଲେ। ନିତୁ ଦେବୀ ପ୍ଲେୟର ଅଫ୍‌ ଦି ଚାମ୍ପିୟନଶିପ୍‌ ବିବେଚିତ ହୋଇଥିଲେ। ପୁରୁଷ ବିଭାଗରେ ଓଡ଼ିଶା ପୋଲିସର ପ୍ରକାଶ ସାହୁ ଶ୍ରେଷ୍ଠ କ୍ୟାଚର, ଢେଙ୍କାନାଳର ଭୂପେନ୍ଦ୍ର ରାଉତ ଶ୍ରେଷ୍ଠ ରେଡର ଓ ଓଡ଼ିଶା ପୋଲିସର ମନୀନ୍ଦ୍ର ନାୟକ ପ୍ଲେୟର ଅଫ୍‌ ଦି ଚାମ୍ପିୟନଶିପ୍‌ ପୁରସ୍କାର ପାଇଥିଲେ।
ଓଡ଼ିଶା କବାଡ଼ିି ଆସୋସିଏଶନ୍‌ର ସଭାପତି ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିରାମୟର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଭାରତୀୟ ମହାବୁଦ୍ଧି ସୋସାଇଟିର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଶାଖା ପ୍ରବନ୍ଧକ ରମେଶ ନନ୍ଦ, ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଜୟଶ୍ରୀ ସ୍ବାଇଁ, ଓଡ଼ିଶା କବାଡ଼ି ଆସୋସିଏଶନ ସମ୍ପାଦକ ଅଜୟ ବେହେରା, ରାମଚନ୍ଦ୍ର ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ରୁଚିର ଲୋକସମ୍ପର୍କ ବିଭାଗ ମୁଖ୍ୟ ଶୁଭେନ୍ଦୁ ଭୂୟଁା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ କ୍ରୀଡ଼ାବିତ୍‌ ମହମ୍ମଦ ସହିଦ ଜବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, କଟକ ଜିଲା ଆଥଲେଟିକ ଆସୋସିଏଶନ୍‌ ଓ ବାରବାଟୀ କବାଡ଼ି କ୍ଲବ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ଅଫିସିଆଲ କ୍ରୀଡ଼ା ସଂଘ ପକ୍ଷରୁ ଉଭୟ ପୁରୁଷ ଓ ମହିଳାବର୍ଗରେ ୧୦୦୦ରୁ ଊର୍ଦ୍ଧ୍ୱ ଖେଳାଳି ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri