Posted inଖେଳ

ରେଲଓ୍ବେ, ଓଡ଼ିଶା ପୋଲିସ ଚାମ୍ପିୟନ

କଟକ, (କାର୍ତ୍ତିକ ସାହୁ), ଭୁବନେଶ୍ୱର, ୬।୨ (ତପନ ସ୍ବାଇଁ): ଓଡ଼ିଶା କବାଡ଼ି ଆସୋସିଏଶନ ଆନୁକୂଲ୍ୟରେ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ୭୧ତମ ରାଜ୍ୟ ସିନିୟର କବାଡି ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ) ରବିବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଇଷ୍ଟକୋଷ୍ଟ ରେଲଓ୍ବେ ଓ ପୁରୁଷରେ ଓଡ଼ିଶା ପୋଲିସ ଚାମ୍ପିୟନ ହୋଇଛି। ମହିଳା ବିଭାଗ ଫାଇନାଲରେ ରେଲଓ୍ବେ ଦଳ ୨୮-୧୩ ପଏଣ୍ଟରେ ଓଡ଼ିଶା ପୋଲିସକୁ ପରାସ୍ତ କରିଥିଲା। ଢେଙ୍କାନାଳ ତୃତୀୟ ଓ ଖୋର୍ଦ୍ଧା ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ସେହିପରି ପୁରୁଷ ବିଭାଗ ଫାଇନାଲରେ ଓଡ଼ିଶା ପୋଲିସ ୩୨-୨୭ ପଏଣ୍ଟ ବ୍ୟବଧାନରେ ଢେଙ୍କାନାଳକୁ ହରାଇ ଦେଇଥିଲା। ନୂଆପଡ଼ା ତୃତୀୟ ଓ କଟକ ଚତୁର୍ଥ ହୋଇଥିଲା। ମହିଳା ବିଭାଗରେ ଇଷ୍ଟକୋଷ୍ଟ ରେଲଓ୍ବେର ନିତୁ ଦେବୀ ଶ୍ରେଷ୍ଠ କ୍ୟାଚର ଓ ଓଡ଼ିଶା ପୋଲିସର ରଶ୍ମିତା ସାହୁ ଶ୍ରେଷ୍ଠ ରେଡର ବିବେଚିତ ହୋଇଥିଲେ। ନିତୁ ଦେବୀ ପ୍ଲେୟର ଅଫ୍‌ ଦି ଚାମ୍ପିୟନଶିପ୍‌ ବିବେଚିତ ହୋଇଥିଲେ। ପୁରୁଷ ବିଭାଗରେ ଓଡ଼ିଶା ପୋଲିସର ପ୍ରକାଶ ସାହୁ ଶ୍ରେଷ୍ଠ କ୍ୟାଚର, ଢେଙ୍କାନାଳର ଭୂପେନ୍ଦ୍ର ରାଉତ ଶ୍ରେଷ୍ଠ ରେଡର ଓ ଓଡ଼ିଶା ପୋଲିସର ମନୀନ୍ଦ୍ର ନାୟକ ପ୍ଲେୟର ଅଫ୍‌ ଦି ଚାମ୍ପିୟନଶିପ୍‌ ପୁରସ୍କାର ପାଇଥିଲେ।
ଓଡ଼ିଶା କବାଡ଼ିି ଆସୋସିଏଶନ୍‌ର ସଭାପତି ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନିରାମୟର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ଭୁବନେଶ୍ୱର ଆଥ୍‌ଲେଟିକ୍‌ ଆସୋସିଏଶନ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ଭାରତୀୟ ମହାବୁଦ୍ଧି ସୋସାଇଟିର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ର ଶାଖା ପ୍ରବନ୍ଧକ ରମେଶ ନନ୍ଦ, ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଜୟଶ୍ରୀ ସ୍ବାଇଁ, ଓଡ଼ିଶା କବାଡ଼ି ଆସୋସିଏଶନ ସମ୍ପାଦକ ଅଜୟ ବେହେରା, ରାମଚନ୍ଦ୍ର ବେହେରା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ରୁଚିର ଲୋକସମ୍ପର୍କ ବିଭାଗ ମୁଖ୍ୟ ଶୁଭେନ୍ଦୁ ଭୂୟଁା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ କ୍ରୀଡ଼ାବିତ୍‌ ମହମ୍ମଦ ସହିଦ ଜବାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, କଟକ ଜିଲା ଆଥଲେଟିକ ଆସୋସିଏଶନ୍‌ ଓ ବାରବାଟୀ କବାଡ଼ି କ୍ଲବ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ଅଫିସିଆଲ କ୍ରୀଡ଼ା ସଂଘ ପକ୍ଷରୁ ଉଭୟ ପୁରୁଷ ଓ ମହିଳାବର୍ଗରେ ୧୦୦୦ରୁ ଊର୍ଦ୍ଧ୍ୱ ଖେଳାଳି ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri