Categories: ଖେଳ

ରେଲଓ୍ବେ, ମେଘାଳୟ, ସର୍ଭିସେସ୍‌ ବିଜୟୀ

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ବିଜୟୀ ହୋଇଛନ୍ତି ରେଲଓ୍ବେ, ମେଘାଳୟ ଓ ସର୍ଭିସେସ। କ୍ୟାପିଟାଲ ଫୁଟବଲ ଆରେନାରେ ସକାଳ ୯ଟାରେ ଅନୁଷ୍ଠିତ ମ୍ୟାଚରେ ସର୍ଭିସେସ ୨-୧ ଗୋଲରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥଲା। ସର୍ଭିସେସ ପକ୍ଷରୁ ପି. କ୍ରିଷ୍ଟୋଫର କାମେଇ(୪୧) ଓ ବିକାଶ ଥାପା(୮୨) ଗୋଲ ଦେଇଥିବା ବେଳେ ପଶ୍ଚିମ ବଙ୍ଗ ପକ୍ଷରୁ ନରୋହରି ଶ୍ରେଷ୍ଠା(୧୪) ଗୋଟିଏ ଗୋଲ ଦେଇଥିଲେ। ସମାନ ଭେନ୍ୟୁରେ ମଣିପୁର ବିପକ୍ଷ ମ୍ୟାଚକୁ ୧-୦ରେ ଜିତି ନେଇଥିଲା ମେଘାଳୟ। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ମ୍ୟାଚର ୬୨ ତମ ମିନିଟରେ ବୋରିଙ୍ଗଟନ୍‌ ଓ୍ବାରଲାର୍ଫଙ୍କ ଗୋଲରେ ମେଘାଳୟ ମ୍ୟାଚ ଜିତି ନେଇଥିଲା। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୩ଟାରେ ଖେଳା ଯାଇଥିବା ମ୍ୟାଚକୁ ୧-୦ରେ ଜିତି ନେଇଥିଲା ରେଲଓ୍ବେ। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟ ୪୧+୩ ମିନିଟରେ ଫରଓ୍ବାର୍ଡ ଖେଳାଳି ନୁରୁଦ୍ଦିନ ଏକମାତ୍ର ଗୋଲଟି ସ୍କୋର କରିଥିଲେ।

Share