ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରେଳ ଫାଟକଟି ଟ୍ରେନ ଆସିବା ପାଇଁ ବନ୍ଦ ରହିଥିବା ବେଳେ ପଶ୍ଚିମ ପାର୍ଶ୍ୱ ଅର୍ଥାତ ରାମେଶ୍ୱର ପଟୁ ଏକ ପିକଅପ୍ ଭ୍ୟାନ ଦ୍ରୁତ ଗତିରେ ଆସି ଗେଟ୍କୁ ଧକ୍କା ଦେଇଥିଲା। ଫଳରେ ବନ୍ଦ ଗେଟଟି ଭାଙ୍ଗି ଚୁରମାର ହୋଇଯାଇଛି। ଗେଟ କିପର ଏହାଦେଖି ଅପରପାର୍ଶ୍ୱ ଗେଟ ଉଠାଇଦେଇଥିଲେ। ଏହି ସମୟରେ ଦୁର୍ଘଟଣା ଘଟାଇଥିବା ଗାଡିଟି ଚମ୍ପଟ ମାରିଥିଲା। ଏହି ଦୁର୍ଘଟଣା ସମୟରେ ଅନେକ ସାଇକେଲ ଓ ବାଇକ ଆରୋହୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର ପାଇ ରେଳ କର୍ମ ଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିି ଫାଟକରେ ଲାଗିଥିବା ସିସିିଟିଭି ଯାଞ୍ଚ କରିଛନ୍ତି। ତେବେ ବିଭିନ୍ନ ଗାଡି ଧକ୍କାରେ ଏହି ଗେଟଟି ଭାଙ୍ଗୁଥିବାରୁ ଜଣାସାଧାରଣ ହଇରାଣ ହେଉଥିବା ବେଳେ ଦୁର୍ଘଟଣା ଘଟାଉଥିବା ଗାଡ଼ି ଆରାମରେ ଫେରାର ହୋଇଯାଉଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


