ଆଗକୁ ପ୍ରଥମାଷ୍ଟମୀ: ବଢୁଛି ରାଇକିଆ ହଳଦୀପତ୍ରର ଚାହିଦା, ୧୦ଟି ପତ୍ରକୁ…

ରାଇକିଆ,୨୦ା୧୧(ପ୍ରଦୀପ ବେହେରା): ଆଉ କିଛି ଦିନ ପରେ ପ୍ରଥମାଷ୍ଟମୀ। ଉପକୂଳ ଅଞ୍ଚଳଗୁଡ଼ିକରେ ସୁସ୍ବାଦୁ ପିଠା ପ୍ରସ୍ତୁତି ପାଇଁ ହଳଦୀପତ୍ରର ଆବଶ୍ୟକତା ରହୁଛି। ଏଥିପାଇଁ ହଳଦୀ ପତ୍ରର ଚାହିଦା ବଢ଼ିଛି। ଚାଷୀଙ୍କଠାରେ ମଧ୍ୟ ଏ ନେଇ ଉତ୍ସାହ ଦେଖାଦେଇଛି। ରାଇକିଆ- ଦାରିଙ୍ଗିବାଡ଼ି ରାସ୍ତାରେ ବହୁ ସଂଖ୍ୟାରେ ଚାଷୀ ଏହି ପତ୍ରକୁ ବିକ୍ରି କରୁଛନ୍ତି। ଜିଲା ବାହାରୁ ବ୍ୟବସାୟୀମାନେ ଆସି ଏହାକୁ କିଣି ନେଇଛନ୍ତି। ଏହା ଚାଷୀଙ୍କ ପାଇଁ ସମୟ ସାମୟିକ ଆୟ ହୋଇଥିଲେ ମଧ୍ୟ ବହୁତ କମ୍‌ ଦରରେ ବିକ୍ରି କରୁଥିବାରୁ ନିରାଶ ଭାବ ମଧ୍ୟ ଦେଖିବାକୁ ମିଳୁଛି। ୧୦ଟି ପତ୍ରକୁ ମାତ୍ର ଦୁଇରୁ ୩ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ଜଣେ ଚାଷୀ ଦିନ ତମାମ ପରିଶ୍ରମ କରି ୩୦୦ରୁ ୪୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ସମୁଦାୟ ଜଣ ପିଛା ଦୁଇରୁ ତିନି ହଜାର ପର୍ଯ୍ୟନ୍ତ ରୋଜଗାର କରିଥାନ୍ତ। ଅନ୍ୟପକ୍ଷରେ ଏହି ପତ୍ର ସହରରେ ଚଢ଼ା ଦରରେ ବିକ୍ରି ହୋଇଥାଏ ବୋଲି ସିକକେତା ଅଞ୍ଚଳର ଚାଷୀ ସୁକରୁ ପ୍ରଧାନ କୁହନ୍ତି। ହଳଦୀ ଦର କମ୍‌ ଯୋଗୁ ଚାଷୀଙ୍କ ରୋଜଗାର କମୁଥିବାବେଳେ ପତ୍ର ଯଦି ସଠିକ ଦର୍‌ରେ ବିକ୍ରି ହୁଏ ନିଶ୍ଚିତ ଭାବେ ସେମାନଙ୍କ ରୋଜଗାର କେତେକାଂଶରେ ବୃଦ୍ଧି ପାଇବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri