Categories: ଗଞ୍ଜାମ

ବେଆଇନ ବାଣ କାରଖାନାରେ ଚଢ଼ାଉ : ୭୦ ଲକ୍ଷ ଟଙ୍କାର ବାଣ ଜବତ

ଆସିକା,୭ା୧୧(ଡି.ଏନ୍‌.ଏ.)-ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱ ନଳବଣ୍ଟା ଗ୍ରାମରେ ଚାଲିଥିବା ବେଆଇନ ବାଣ କାରଖାନା ଉପରେ ଶନିବାର ଆସିକା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାଣ ଓ ବାଣ ତିଆରି ସରଞ୍ଜାମ ଜବତ କରିଛି। ଏହି ଘଟଣାରେ ଲବ ବେହେରା, ଜିତୁ ପ୍ରଧାନ ଓ ରଞ୍ଜନ ପ୍ରଧାନଙ୍କୁ ଗିରଫ କରାଯାଇଛି। ଜବତ ବାଣ ଓ ବାଣତିଆରି ସାମଗ୍ରୀର ମୂଲ୍ୟ ପ୍ରାୟ ୭୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘଟଣାସ୍ଥଳରୁ ୧୨ଜଣ ଫେରାର ହୋଇଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।