ଅଙ୍ଗନୱାଡି କେନ୍ଦ୍ର, ଛତୁଆ ୟୁନିଟ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୩୦ା୫: ବାଲେଶ୍ୱର ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଶନିବାର ସଦର ବ୍ଲକ ଅଧୀନ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିବା ସହ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା, ଛତୁଆ ୟୁନିଟ୍‌ରେ ଖାଦ୍ୟର ଗୁଣବତ୍ତା ନିମ୍ନମାନର ଓ ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକର ଓଜନ କମ୍‌ ଥିବା ଦେଖିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପରିଷଦ ଅଧ୍ୟକ୍ଷ ପ୍ରଧାନ ସଦର ବ୍ଲକ ବଇଞ୍ଚା ପଞ୍ଚାୟତ ବଇଞ୍ଚା ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଦର୍ଶନ କରି ପିଲା ସଂଖ୍ୟା ଏବଂ ରନ୍ଧା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ପରେ ଓଲନ୍ଦା ସାରଗାଁ ପଞ୍ଚାୟତ ଗୁଡୁଦା ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିଥିଲେ। କେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକି ଅଙ୍ଗନୱାଡ଼ିରେ ପାଠପଢ଼ା ଏବଂ ପିଲାଙ୍କ ଖାଇବା ବାବଦରେ ପଚାରି ବୁଝିଥିଲେ। ସେହିପରି ଛାନୁଆ ପଞ୍ଚାୟତ ସାନବଗରା ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ବେଳେ ୩ଜଣ ପିଲା ରାସ୍ତାରେ ବୁଲୁଥିବା ଦେଖିଥିଲେ। ଗାଡ଼ିରୁ ଓହ୍ଲାଇ ପିଲାଙ୍କୁ ପଚାରିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢ଼ା ହେଉଛି ବୋଲି ସେମାନେ କହିଥିଲେ। ପ୍ରଧାନ କର୍ମୀଙ୍କ ଘରକୁ ଯାଇ ଯାଇ ଅଙ୍ଗନୱାଡ଼ି କର୍ମୀଙ୍କ ଅନୁପସ୍ଥିତ ଦେଖି ତାଙ୍କ ସହାୟିକାଙ୍କୁ ଏ ବାବଦରେ ପଚାରିଥିଲେ। ୧୬ ଜଣ ପିଲା ଉପସ୍ଥିତ ଥିଲେ, ଅଙ୍ଗନଓ୍ବାଡି ଛୁଟି ହୋଇଯାଇଥିବା ସେ କହିଥିଲେ। ଭଦ୍ରସିୟା ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ସମାନ ଅବସ୍ଥା। କେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ୱାର୍ଡମେମ୍ବରଙ୍କୁ ପଚାରି ବୁଝିଥିଲେ। କାଁ ଭାଁ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଏ ବୋଲି ୱାର୍ଡମେମ୍ବର କହିଥିଲେ। ଅନ୍ୟପକ୍ଷରେ ପରିଖି ପଞ୍ଚାୟତରେ ଥିବା ମା’ ବନବିବି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ୟୁନିଟ୍‌ ଉପରେ ଅଚାନକ ଚଢ଼ାଉ କରିଥିଲେ। ଏହି ଛତୁଆ ୟୁନିଟ୍‌ରେ ରେଜିଷ୍ଟର ଯାଞ୍ଚ ପରେ ତାହା ଅପଡ଼େଟ୍‌ ନ ଥିବା ଜଣାପଡ଼ିଥିଲା। ଉକ୍ତ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ବାଦାମ ଲଡୁ, ବେସନ ପ୍ୟାକେଟ୍‌ର ପରିମାଣ ନିର୍ଦ୍ଧାରିତ ଓଜନଠୁ କମ୍‌ ଥିଲା। ଅଙ୍ଗନୱାଡ଼ି ପିଲା ଓ ଗର୍ଭବତୀଙ୍କୁ ମାଗଣାରେ ବଣ୍ଟାଯାଉଥିବା ଛତୁଆରେ ମିଶ୍ରଣ ହେଉଥିବା ଭଜାବାଦାମ, ଗହମ ଏବଂ ବୁଟ ମିଶ୍ରଣର ପରିମାଣ ମଧ୍ୟ ନିମ୍ନମାନର ରହିଥିଲା। ଗୋଦାମ ଘରେ ଥିବା ଗହମ ବସ୍ତା, ସୁଜି ବସ୍ତାର ଯାଞ୍ଚ କରି ଖାଦ୍ୟର ଗୁଣବତ୍ତା ନିମ୍ନମାନର ଥିବା ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri