ଚଢାଉ ପରେ ଧାନ ବେପାରୀ ଛାନିଆ

ଲୋଇସିଂହା,୧।୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଭାଲିଆମୁଣ୍ଡାର ଏକ ଗୋଦାମରେ ଜିଲା ଯୋଗାଣ ବିଭାଗ ଚଢାଉ କରି ବେଆଇନ ଗଚ୍ଛିତ ୪୩୯ ବସ୍ତା ଧାନକୁ ଜବତ କରିଛି । ଏହାପରେ ବ୍ଲକ ଅଞ୍ଚଳରେ ବେଆଇନ ଧାନ ବେପାର କରି ମୁନାଫା ଉଠାଇଥିବା ବେପାରୀଙ୍କ ମଧ୍ୟରେ ଛନକା ପଶିଛି। ଯୋଗୀସର୍ଡା ପାକ୍ସ ଅଧୀନ ବାଦିବାହାଲ ପଞ୍ଚାୟତ ଭାଲିଆମୁଣ୍ଡାଠାରେ ଆଗଲାପାଲି ଗ୍ରାମର ସଞ୍ଜୟ ସାହୁଙ୍କ ଏକ ଗୋଦାମ ରହିଛି। ସେଠାରେ ଶତାଧିକ ବସ୍ତା ଧାନ ବେଆଇନ ଚାଲାଣ ଉଦ୍ଦେଶ୍ୟରେ ଗଚ୍ଛିତ ଥିବା ଚଢାଉ ବେଳେ ଅତିରକ୍ତ ଜିଲା ଯୋଗାଣ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଜାଣିବାକୁ ପାଇଥିଲେ। ସେଥିରୁ ୪୩୯ ବସ୍ତା ଧାନକୁ ଜବତ ଦେଖାଇଥିଲେ।

ବ୍ଲକର ଲୋଇସିଂହା, ବୁର୍ଡା, ଯୋଗୀସର୍ଡା, କନ୍ଦାଜୁରୀ, କୁଶଙ୍ଗ, କୁଶମେଲ ଗଡଶଙ୍କର ଡୁଙ୍ଗରିପାଲି, ରେଙ୍ଗାଲି, ବାଦିମୁଣ୍ଡା ଓ ସରଗାଡ ପାକ୍ସ ରହିଛି। ସମସ୍ତ ପାକ୍ସରେ ଧାନବିକ୍ରି ପାଇଁ ୪୭୯୨ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ହେଲେ ବିବିଧ ସମସ୍ୟା ଯୋଗୁ କେତେକ ଚାଷୀ ନାମ ପଞ୍ଜୀକରଣ କରିପାରି ନାହାନ୍ତି। ସେମାନଙ୍କ ଧାନକୁ ବେପାରୀ ଅଣ୍ଡରରେଟରେ କିଣି କୌଶଳ କରି ପାକ୍ସରେ ବିକ୍ରି କରି ମୁନାଫା ଉଠାଇଥାନ୍ତି। ଯୋଗାଣ ବିଭାଗର ସ୍ଥାଣୁତାରୁ ଧାନବେପାରୀ ଏବେ ସକ୍ରିୟ ହୋଇ ପଡିଛନ୍ତି। ସେମାନଙ୍କୁ ପାକ୍ସ ଓ ମିଲର୍ସ ସହଯୋଗ କରି ଆସୁଛନ୍ତି। ଭାଲିଆମୁଣ୍ଡାରେ ଯୋଗାଣ ଓ ରାଜସ୍ବ ବିଭାଗ ଚଢାଉ କରି ବେଆଇନ ଗଚ୍ଛିତ ଧାନ ଜବତ କରିଛି। ଏହାପରେ ବେପାରୀ ଛାନିଆ ହେବା ସହ ବିଭିନ୍ନ ସର୍ତକତା ଅବଲମ୍ବନ କରିଥିବା ଜଣାପଡିଛି। ଘରେ ଧାନ ନ ରଖି ସମ୍ପକୀୟ କିମ୍ବା ପଡୋଶୀ ଘରେ ଧାନ ଓ ମାପ ମେଶିନ ରଖି କାରବାର ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri