ଅବକାରୀ ଚଢାଉ : ୨୮୦୦କିଗ୍ରା ମହୁଲ ପୋଚ ଜବତ

କୋକସରା,୨୫।୧୧(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଖୁରସେଲଗୁଡା, ବେହେରା ନାଳ ପାଖରେ ଚୋରାମଦ ରନ୍ଧା ହେଉଥିବା ଖବରପାଇ ଜିଲା ଭ୍ରାମ୍ୟମାଣ ଗୋଷ୍ଠୀ ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ସେଠାରେ ଖାନ୍‌ତଳାସି ପରେ ୨୮୦୦କିଗ୍ରା ମହୁଲ ପୋଚ ସହ ୩୦ଲିଟର ଦେଶୀ ହାତରନ୍ଧା ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ପରେ ଉକ୍ତ ସାମଗ୍ରୀଗୁଡିକୁ ଘଟଣାସ୍ଥଳରେ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା। ସେହିପରି ଏହି ଚଢାଉବେଳେ ଉଗ୍ରେରାମ ମର୍କାମ ନାମକ ଜଣେ ଅଭିଯୁକ୍ତଙ୍କ ଠାରୁ ୧୫ ଲିଟର ମଦ ଜବତ କରାଯାଇଥିଲା। ଜିଲା ଅବକାରୀ ଉପଅଧିକ୍ଷକ ଉମାଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ଚଢାଉରେ ଜିଲା ଭ୍ରାମ୍ୟମାଣ ଗୋଷ୍ଠୀ ନିରୀକ୍ଷକ ଲଲିତ ମୋହନ ମିଶ୍ର, ଉପନିରୀକ୍ଷକ ଦିଲ୍ଲୀପ କୁମାର ରଥ, ଜୟପାଟଣା ଅବକାରୀ ଥାନାଅଧିକାରୀ ସୁବାଷ ଚନ୍ଦ୍ର ବାରିକ, ସହକାରୀ ଉପନିରୀକ୍ଷକ ଯୋଗେଶ୍ୱର ନାଏକ, ଅଶୋକ କୁମାର ସାହୁ, ବାନି ସୁନା, ଛବିଲାଲ ତାଣ୍ଡି, ଆଇଆରବି ଯବାନ ପ୍ରମୁଖ ସାମିଲ ହୋଇଥିଲେ।