Posted inଖେଳ

ଟେନିସ୍‌ ବଲ୍‌ରେ ରାହୁଲଙ୍କ ଅଭ୍ୟାସ

ସିଡ୍‌ନୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ୟୁନାଇଟେଡ ଆରବ ଏମିରେଟ୍ସର ସ୍ଲୋ ଟ୍ରାକ୍‌ରେ ପାଖାପାଖି ୨ ମାସ ଖେଳିବାପରେ ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍‌ରେ ସୋମବାରଠାରୁ ପାରମ୍ପରିକ ଟେନିସବଲ୍‌ ଟ୍ରେନିଂ ଆରମ୍ଭ କରିଛି। ଫର୍ମରେଥିବା ଲୋକେଶ ରାହୁଲ ନେଟ୍ସ ସେସନରେ ପରଫେକ୍ଟ ଟାଇମିଂ ସହ କିପରି ପୁଲ୍‌-ଶଟ୍‌ ଖେଳିବାକୁ ହେବ ତା’ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏ ସମ୍ପିର୍କିତ ଏକ ଭିଡିଓ ଟୁଇଟରରେ ପୋଷ୍ଟ କରାଯାଇଛି। ଦଳର ସିନିୟର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଏକ ଟେନିସ ର଼୍ୟାକେଟରେ ରାହୁଲଙ୍କ ନିକଟକୁ ବଲ୍‌ ମାରୁଛନ୍ତି। ଛାତି ସିଧାରେ ଆସୁଥିବା ବଲ୍‌କୁ ରାହୁଲ ପୁଲ୍‌ କରୁଛନ୍ତି ନଚେତ ଅନ୍ୟ ଶଟ୍‌ ଖେଳୁଛନ୍ତି। ବିଶେଷ କରି ପୁଲ୍‌ ଶଟ୍‌କୁ କିପରି ଗ୍ରାଉଣ୍ଡରେ ଖେଳାଯାଇ ପାରିବ ତା’ ଉପରେ ରାହୁଲ ଫୋକସ କରୁଛନ୍ତି। ଯାହାକି ରିଷ୍ଟ ଚାଳନା ମାଧ୍ୟମରେ କିଛି ବର୍ଷ ଧରି ଅଧିନାୟକ ବିରାଟ କୋହଲି କରିବାରେ ସକ୍ଷମ ହୋଇଛନ୍ତି। ଅଳ୍ପ ଦୂରରୁ ଟେନିସ ବଲ୍‌ରେ ଅଭ୍ୟାସ କରିବା ଅର୍ଥ ହେଲା ବଲ୍‌ ଦ୍ରୁତ ବେଗରେ ଆସିବ ଏବଂ ଏହାକୁ ଖେଳିବାରେ ବ୍ୟାଟ୍ସମ୍ୟାନ ଅଭ୍ୟସ୍ତ ହେବ। ଏଥିରେ ଅଭ୍ୟସ୍ତ ହୋଇଗଲେ ୨୨ ଗଜ ଦୂରରୁ ବୋଲିଂ ହେଉଥିବା ଲେଦର ବଲ୍‌ରେ ଖେଳିବାରେ ଅସୁବିଧା ହେବନାହିଁ। ଆଗାମୀ ଦିନରେ କଠିନ ବାଉନ୍ସି ପିଚ୍‌ରେ ଭାରତୀୟ ଦଳକୁ ଖେଳିବାକୁ ହେବ।
୮୦ ଓ ୯୦ ଦଶକରେ ଭାରତୀୟ ଦଳ ଅଷ୍ଟ୍ରେଲିଆ କିମ୍ବା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନମାନେ ଓଜନିଆ ଟେନିସ ବଲ୍‌ରେ ୧୬ କିମ୍ବା ୧୮ ଗଜ ଦୂରରୁ ସିମେଣ୍ଟ ଟ୍ରାକ୍‌ ଉପରେ ବ୍ୟାଟିଂ କରୁଥିଲେ। ବାଉନ୍ସି ପିଚ୍‌ ସହିତ ଅଭ୍ୟସ୍ତ ହେବା ଏହାର ଉଦ୍ଦେଶ୍ୟ ଥିଲା। ଟ୍ରେନିଂର ଢାଞ୍ଚା ବଦଳିବା ପରେ ଏବେ ଟେନିସ ର଼୍ୟାକେଟ ଏବଂ ହାଲ୍‌କା ଟେନିସ ବଲ୍‌ ବ୍ୟବହାର ହେଉଛି। ଫଳରେ ବଲ୍‌ ଅଧିକ ଦ୍ରୁତ ବେଗରେ ବ୍ୟାଟ୍ସମ୍ୟାନ ନିକଟକୁ ଯାଇପାରୁଛି। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପିଙ୍କ୍‌ କୁକାବୁରା ବଲ୍‌ ବୋଲିଂ କରୁଥିବା ପରିଲକ୍ଷିତ ହେଉଛି। ସାମି ତିନୋଟି ଯାକ ଫର୍ମାଟରେ ଭାରତୀୟ ଦଳର ସଦସ୍ୟ ଅଛନ୍ତି। ଡିସେମ୍ବର ୧୭ରୁ ଆଡିଲେଡଠାରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହା ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବାରୁ ସାମି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ”ନିଜ ଜାତୀୟ ଦଳ ପକ୍ଷରୁ ଖେଳିବାଠାରୁ ସୁଖଦ ଅନୁଭବ ଆଉ କିଛି ନାହିଁ। ଟିମ୍‌ ଇଣ୍ଡିଆ ନେଟ୍ସରେ ଦୀର୍ଘଦିନପରେ ବୋଲିଂ କରିବାର ଅଭିଳାଷ ପୂର୍ଣ୍ଣ ହୋଇଛି। ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଉପରେ ଫୋକସ ରହିଛି“ ବୋଲି ସାମି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ସୃଷ୍ଟି ହେବ ଗଜକେଶରୀ ଯୋଗ, ଏହି ୨ ରାଶିର ବ୍ୟକ୍ତିଙ୍କର କ୍ୟାରିଅରରେ ହେବ ଉନ୍ନତି

ଗ୍ରହ ଏବଂ ନକ୍ଷତ୍ର ମଣ୍ଡଳର ଗତିକୁ ଆଧାର କରି ୨୦୨୬ ମସିହାର ପ୍ରଥମ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri