Posted inଖେଳ

ଟେନିସ୍‌ ବଲ୍‌ରେ ରାହୁଲଙ୍କ ଅଭ୍ୟାସ

ସିଡ୍‌ନୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ୟୁନାଇଟେଡ ଆରବ ଏମିରେଟ୍ସର ସ୍ଲୋ ଟ୍ରାକ୍‌ରେ ପାଖାପାଖି ୨ ମାସ ଖେଳିବାପରେ ତାରକା ଖଚିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଅଷ୍ଟ୍ରେଲିଆର ଜୀବନ୍ତ ପିଚ୍‌ରେ ସୋମବାରଠାରୁ ପାରମ୍ପରିକ ଟେନିସବଲ୍‌ ଟ୍ରେନିଂ ଆରମ୍ଭ କରିଛି। ଫର୍ମରେଥିବା ଲୋକେଶ ରାହୁଲ ନେଟ୍ସ ସେସନରେ ପରଫେକ୍ଟ ଟାଇମିଂ ସହ କିପରି ପୁଲ୍‌-ଶଟ୍‌ ଖେଳିବାକୁ ହେବ ତା’ ଉପରେ ଗୁରୁତ୍ୱ ଦେଇଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏ ସମ୍ପିର୍କିତ ଏକ ଭିଡିଓ ଟୁଇଟରରେ ପୋଷ୍ଟ କରାଯାଇଛି। ଦଳର ସିନିୟର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଏକ ଟେନିସ ର଼୍ୟାକେଟରେ ରାହୁଲଙ୍କ ନିକଟକୁ ବଲ୍‌ ମାରୁଛନ୍ତି। ଛାତି ସିଧାରେ ଆସୁଥିବା ବଲ୍‌କୁ ରାହୁଲ ପୁଲ୍‌ କରୁଛନ୍ତି ନଚେତ ଅନ୍ୟ ଶଟ୍‌ ଖେଳୁଛନ୍ତି। ବିଶେଷ କରି ପୁଲ୍‌ ଶଟ୍‌କୁ କିପରି ଗ୍ରାଉଣ୍ଡରେ ଖେଳାଯାଇ ପାରିବ ତା’ ଉପରେ ରାହୁଲ ଫୋକସ କରୁଛନ୍ତି। ଯାହାକି ରିଷ୍ଟ ଚାଳନା ମାଧ୍ୟମରେ କିଛି ବର୍ଷ ଧରି ଅଧିନାୟକ ବିରାଟ କୋହଲି କରିବାରେ ସକ୍ଷମ ହୋଇଛନ୍ତି। ଅଳ୍ପ ଦୂରରୁ ଟେନିସ ବଲ୍‌ରେ ଅଭ୍ୟାସ କରିବା ଅର୍ଥ ହେଲା ବଲ୍‌ ଦ୍ରୁତ ବେଗରେ ଆସିବ ଏବଂ ଏହାକୁ ଖେଳିବାରେ ବ୍ୟାଟ୍ସମ୍ୟାନ ଅଭ୍ୟସ୍ତ ହେବ। ଏଥିରେ ଅଭ୍ୟସ୍ତ ହୋଇଗଲେ ୨୨ ଗଜ ଦୂରରୁ ବୋଲିଂ ହେଉଥିବା ଲେଦର ବଲ୍‌ରେ ଖେଳିବାରେ ଅସୁବିଧା ହେବନାହିଁ। ଆଗାମୀ ଦିନରେ କଠିନ ବାଉନ୍ସି ପିଚ୍‌ରେ ଭାରତୀୟ ଦଳକୁ ଖେଳିବାକୁ ହେବ।
୮୦ ଓ ୯୦ ଦଶକରେ ଭାରତୀୟ ଦଳ ଅଷ୍ଟ୍ରେଲିଆ କିମ୍ବା ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନମାନେ ଓଜନିଆ ଟେନିସ ବଲ୍‌ରେ ୧୬ କିମ୍ବା ୧୮ ଗଜ ଦୂରରୁ ସିମେଣ୍ଟ ଟ୍ରାକ୍‌ ଉପରେ ବ୍ୟାଟିଂ କରୁଥିଲେ। ବାଉନ୍ସି ପିଚ୍‌ ସହିତ ଅଭ୍ୟସ୍ତ ହେବା ଏହାର ଉଦ୍ଦେଶ୍ୟ ଥିଲା। ଟ୍ରେନିଂର ଢାଞ୍ଚା ବଦଳିବା ପରେ ଏବେ ଟେନିସ ର଼୍ୟାକେଟ ଏବଂ ହାଲ୍‌କା ଟେନିସ ବଲ୍‌ ବ୍ୟବହାର ହେଉଛି। ଫଳରେ ବଲ୍‌ ଅଧିକ ଦ୍ରୁତ ବେଗରେ ବ୍ୟାଟ୍ସମ୍ୟାନ ନିକଟକୁ ଯାଇପାରୁଛି। ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପିଙ୍କ୍‌ କୁକାବୁରା ବଲ୍‌ ବୋଲିଂ କରୁଥିବା ପରିଲକ୍ଷିତ ହେଉଛି। ସାମି ତିନୋଟି ଯାକ ଫର୍ମାଟରେ ଭାରତୀୟ ଦଳର ସଦସ୍ୟ ଅଛନ୍ତି। ଡିସେମ୍ବର ୧୭ରୁ ଆଡିଲେଡଠାରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହା ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବାରୁ ସାମି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ”ନିଜ ଜାତୀୟ ଦଳ ପକ୍ଷରୁ ଖେଳିବାଠାରୁ ସୁଖଦ ଅନୁଭବ ଆଉ କିଛି ନାହିଁ। ଟିମ୍‌ ଇଣ୍ଡିଆ ନେଟ୍ସରେ ଦୀର୍ଘଦିନପରେ ବୋଲିଂ କରିବାର ଅଭିଳାଷ ପୂର୍ଣ୍ଣ ହୋଇଛି। ଏବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଉପରେ ଫୋକସ ରହିଛି“ ବୋଲି ସାମି ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri