Posted inଜାତୀୟ

କେରଳରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ପଦଯାତ୍ରା…

ଥିରୁଭାନନ୍ତପୁରମ୍‌, ୧୧।୯ : କଂଗ୍ରେସର ଭାରତ ଯୋଡ ଯାତ୍ରା ତାମିଲନାଡୁ ଦେଇ କେରଳରେ ପହଞ୍ଚିଛି। ରବିବାର ଭାରତ ଯାତ୍ରୀଙ୍କୁ କେରଳର ପାରାସାଲା ଅଞ୍ଚଳରେ ସ୍ବାଗତ କରାଯାଇଛି। ଏହା ସହିତ ଯାତ୍ରାର ୧୯ ଦିନିଆ କେରଳ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି। ଏହି ଯାତ୍ରା ଆସନ୍ତା ୧୯ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନ ଦେଇ ଯାତ୍ରା କରିବ ଏବଂ ୩୦ ସେପ୍ଟେମ୍ବରରେ କର୍ନାଟକରେ ପହଞ୍ଚିବ।

ରାହୁଲ ଗାନ୍ଧୀଙ୍କୁ କେରଳ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ସଭାପତି ତଥା ଏମ୍‌ ପି. କେ ସୁଧାକରନ, ରାଜ୍ୟସଭାରେ ବିରୋଧୀ ଦଳର ନେତା ଭି ଡି ସାଥେସନ ଏବଂ ଏଆଇସିସି ସାଧାରଣ ସମ୍ପାଦକ ତାରିକ ଅନୱାର ଏବଂ ଅନ୍ୟ ନେତାମାନେ ସ୍ବାଗତ କରିଛନ୍ତି। ଏହି ସମୟରେ ରାହୁଲଙ୍କ ସହ ବହୁ ବଡ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏଥିମଧ୍ୟରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡି ଏବଂ ପୂର୍ବତନ ଏଲଓପି ରମେଶ ଚେନିଥାଲାଙ୍କ ବ୍ୟତୀତ କେସି ଭେନୁଗୋପାଲ ଏବଂ ଶଶି ଥରୁର ସାମିଲ ହୋଇଛନ୍ତି।

ସୂଚନା ଅନୁଯାୟୀ, କେରଳରେ ପ୍ରବେଶ କରିବା ପରେ ରାହୁଲ ଗାନ୍ଧୀ ଆଗାମୀ ୧୯ ଦିନ ମଧ୍ୟରେ ୪୫୦ କିଲୋମିଟର ଯାତ୍ରା କରି ମାଲାପୁରାମର ନୀଲାମ୍ବୁରକୁ ଯିବେ। ଏହି ଯାତ୍ରା ସେପ୍ଟେମ୍ବର ୧୪ ରେ କୋଲାମ ଜିଲାରେ ପ୍ରବେଶ କରିବ। ଏହା ପରେ ସେପ୍ଟେମ୍ବର ୧୭ ରେ ଆଲାପୁଝା ଏବଂ ସେପ୍ଟେମ୍ବର ୨୩ ରେ ଏର୍ନାକୁଲମ ଜିଲା ଦେଇ ଥ୍ରିସୁରରେ ପହଞ୍ଚିବ। ଏହା ପରେ ଯାତ୍ରାର ଅନ୍ୟ ପର୍ଯ୍ୟାୟ ଆରମ୍ଭ ହେବ ।

ସେପ୍ଟେମ୍ବର ୧୯ ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଭାରତ ଯୋଡ ଯାତ୍ରାରେ ଯୋଗଦେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ଲୋମ ଟାଙ୍କୁରି ଉଠିବ…. ଅବୈଧ ସମ୍ପର୍କ ପାଇଁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ପ୍ରେମିକ, ଫ୍ରିଜରେ ପୁରାଇ….

ନୂଆଦିଲ୍ଲୀ,୩୦।୩: ବିଶାଖାପାଟଣାରେ ଏକ ଲୋମହର୍ଷଣକାରୀ ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ଜଣେ ବ୍ୟକ୍ତି ସାମାନ୍ୟ ଯୁକ୍ତିତର୍କ ପରେ ଜଣେ ମହିଳାଙ୍କୁ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

‘ଧରିତ୍ରୀ’ ବିରୋଧରେ ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ କଲେ କୋର୍ଟ

ପୁରୀ/ଗୋପ,୩୦ା୩( ଅଜିତ ମହାନ୍ତି/ ଭାରତୀ ଭୂଷଣ ଉପାଧ୍ୟାୟ): ଜାଲ ସାର୍ଟିଫିକେଟ ରାକେଟ ସମ୍ପର୍କିତ ଖବର ପ୍ରକାଶନ ବିରୋଧରେ ଧରିତ୍ରୀ ଏବଂ ଏହାର ଖବରଦାତାଙ୍କ ବିରୋଧରେ ହୋଇଥିବା ଏକ…

ଫୁଲ ତୋଳିବା ହେଲା କାଳ, କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ…

ଅପମାନିତ ହେଲା ପାକିସ୍ତାନ: PSLରେ ବଲ ଟ୍ୟାମ୍ପରିଂ? ଫଖର ଜମାନଙ୍କ କାର୍ଯ୍ୟ କ୍ୟାମେରାରେ କଏଦ

ଇସଲାମାବାଦ,୩୦।୩: ପାକିସ୍ତାନ ସୁପର ଲିଗ (PSL 2026) ଆରମ୍ଭ ହେବାର ମାତ୍ର କିଛି ଦିନ ହେଲାଣି, ତଥାପି ଏହା ମଧ୍ୟରେ ଏକ ବଡ଼ ବିବାଦ ଦେଖାଦେଇଛି। ମ୍ୟାଚରେ…

ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଆପଣଙ୍କ ବିଲରେ LPG ଦେୟ ଯୋଡୁଥିଲେ ତୁରନ୍ତ କରିପାରିବେ ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩୦।୩: ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି, ସେମାନଙ୍କୁ ଗ୍ରାହକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri