Posted inଜାତୀୟ

ରାହୁଲ ଆଣିବେ ଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନ: ସଞ୍ଜୟ ରାଉତ…

ମୁମ୍ବାଇ,୧।୧ : ଶିବସେନା ନେତା ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଯେ ଗତ ୨୦୨୨ ବର୍ଷ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଏକ ନୂଆ ମୋଡ଼ ଦେଇଛି। ଯଦି ୨୦୨୩ରେ ମଧ୍ୟ ଏହି ଧାରା ଅବ୍ୟାହତ ରହେ, ତେବେ ଆଗାମୀ ଲୋକସଭା ନିର୍ବାଚନରେ ରାହୁଲଙ୍କ ଯୋଗୁ ଦେଶରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଶିବସେନା ମୁଖପତ୍ର ସାମନାରେ ତାଙ୍କର ସାପ୍ତାହିକ ସ୍ତମ୍ଭ ରୋକଠୋକରେ ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲୋକଙ୍କ ମଧ୍ୟରେ ଘୃଣା ଏବଂ ବିଭାଜନ ବୁଣିବା ଉଚିତ ନୁହେଁ। ସେ କହିଛନ୍ତି, ରାମ ମନ୍ଦିର ପ୍ରସଙ୍ଗ ବର୍ତ୍ତମାନ ସମାଧାନ ହୋଇଛି, ତେଣୁ ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଭୋଟ ମଗା ଯାଇପାରିବ ନାହିଁ। ସେଥିପାଇଁ ଲଭ ଜିହାଦକୁ ଅସ୍ତ୍ର କରାଯାଉଛି ଏବଂ ହିନ୍ଦୁମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ହିନ୍ଦୁମାନଙ୍କୁ ଜାଗ୍ରତ କରିବା ହେଉଛି ଭାଜପାର ଏଜେଣ୍ଡା। କିନ୍ତୁ ଏହାର ଅର୍ଥ ସମାଜରେ ଘୃଣା ଏବଂ ବିଭାଜନ ସୃଷ୍ଟି କରିବା ନୁହେଁ।

ସଞ୍ଜୟ ରାଉତ କହିଛନ୍ତି ଯେ ଶ୍ରଦ୍ଧା ୱାକର ଏବଂ ତୁନିଶା ଶର୍ମାଙ୍କ ମୃତ୍ୟୁ ଲଭ୍‌ ଜିହାଦ ନୁହେଁ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ସମ୍ପ୍ରଦାୟର ମହିଳାମାନେ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବା ଉଚିତ ନୁହେଁ। ରାଉତ କହିଛନ୍ତି, ଯାହା ଘଟୁଛି ତାହା ହେଉଛି କ୍ଷମତା ରାଜନୀତି। ଆଶା କରୁଛି ରାହୁଲ ଗାନ୍ଧୀଙ୍କ ଯାତ୍ରା ସଫଳ ହେବ ଏବଂ ଏହାର ଲକ୍ଷ୍ୟ ହାସଲ କରିବ ଏବଂ ଦେଶ ୨୦୨୩ ରେ ଭୟମୁକ୍ତ ହେବ।

ରାଉତ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମକୁ ସଂକୀର୍ଣ୍ଣ ମାନସିକତାଠାରୁ ଦୂରେଇ ରହିବା ଆବଶ୍ୟକ, କିନ୍ତୁ ପ୍ରକୃତ କଥା ହେଉଛି ଭାଜପା ଶାସନରେ ଏଭଳି ମନୋଭାବ ବୃଦ୍ଧି ପାଇଛି। ସେ କହିଛନ୍ତି, ବିରୋଧୀ ଦଳର ଅସ୍ତିତ୍ୱ ଏବଂ ଅଧିକାରକୁ ବର୍ତ୍ତମାନର ସରକାର ଗ୍ରହଣ କରିବାକୁ ଚାହୁଁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri