Posted inଖେଳ

ରାହୁଲ-ରୋହିତ ମୁକାବିଲା

ଆବୁଧାବି, ୧।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଭାରତୀୟ ଦଳର ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଦଳ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ରାହୁଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେଉଥିବାବେଳେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ। ଏହି ଦୁଇ ଦଳ ନିଜ ନିଜର ପୂର୍ବ ମ୍ୟାଚରେ ବିଜୟ ଦ୍ୱାରରେ ଥିଲେ ହେଁ ପରାଜୟ ସ୍ବାଦ ଚାଖିଛନ୍ତି। ପଞ୍ଜାବ ୨୨୩ ରନ କରିଥିଲେ ହେଁ ରାଜସ୍ଥାନ ରୟାଲ୍ସ ଟୁର୍ନାମେଣ୍ଟ ଇତିହାସରେ ରେକର୍ଡ ରନଚେଜ୍‌ କରି ମ୍ୟାଚ ଛଡ଼ାଇ ଆଣିଥିଲା। ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରେ ବିପକ୍ଷ ମ୍ୟାଚରେ କିରନ ପୋଲାର୍ଡ ଓ ଇଶାନ କିଷନ ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ ହେଁ ଶେଷରେ ମ୍ୟାଚ ଟାଇ ରହିଥିଲା ଏବଂ ସୁପର ଓଭରରେ ମୁମ୍ବାଇ ପରାଜିତ ହୋଇଥିଲା। ତେଣୁ ଆଗାମୀ ମ୍ୟାଚରେ ମୋମେଣ୍ଟମ ରକ୍ଷା କରିବା ଉପରେ ଉଭୟ ଦଳର ନଜର ରହିବ। ମୁମ୍ବାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟୀ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ନିକଟରୁ ହାରିଥିଲେ ହେଁ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା। ତେବେ ତୃତୀୟ ମ୍ୟାଚରେ ପୁଣି ଦଳକୁ ପରାଜୟ ମୁହଁ ଦେଖିବାକୁ ମିଳିଥିଲା। ପଞ୍ଜାବ ଦଳର ମଧ୍ୟ ସମାନ ଅବସ୍ଥା। ଦଳ ନିଜର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ସୁପର ଓଭରରେ ହାରିଥିଲେ ହେଁ ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋରକୁ ହରାଇଥିଲା। ମାତ୍ର ଦଳକୁ ଅବିଶ୍ୱସନୀୟ ଭାବେ ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବାକୁ ପଡ଼ିଥିଲା।
କିଙ୍ଗ୍ସ ଇଲେଭେନ ଘଡ଼ିସନ୍ଧି ମୁହୂର୍ତ୍ତରେ ମ୍ୟାଚକୁ ହାତରେ ରଖିବାରେ ସଫଳ ହୋଇନାହିଁ। ହାରିଥିବା ୨ଟି ଯାକ ମ୍ୟାଚରେ ଦଳ ଭଲ ପୋଜିଶନରେ ରହିଥିଲେ ହେଁ ମୋମେଣ୍ଟମ ରକ୍ଷାକରି ପାରି ନ ଥିଲା। ବଡ଼ ସ୍କୋର ହୋଇଥିଲେ ହେଁ ଦଳର ବୋଲରମାନେ ତାହାକୁ ଡିଫେଣ୍ଡ କରିବାରେ ସକ୍ଷମ ହୋଇ ନାହାନ୍ତି। ଗତ ମ୍ୟାଚରେ ଶେଲଡନ କଟ୍ରେଲ ଗୋଟିଏ ଓଭରରେ ୫ଟି ଛକା ଦେବାରୁ ମ୍ୟାଚ ହାତରୁ ଖସିଯାଇଥିଲା। ଏପରିକି ମହମ୍ମଦ ସାମି ମଧ୍ୟ ଦକ୍ଷତା ଅନୁସାରେ ବୋଲିଂ କରିବାରେ ବିଫଳ ହୋଇଛନ୍ତି। କେବଳ ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ଛାଡ଼ିଦେଲେ ଅନ୍ୟ କେହି ପ୍ରଭାବୀ ହୋଇପାରି ନାହାନ୍ତି। ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ ଚମତ୍କାର ଫର୍ମରେ ଅଛନ୍ତି। ରାଜସ୍ଥାନ ବିପକ୍ଷରେ ଦୁହେଁ ୧୮୩ ରନର ଓପନିଂ ଭାଗୀଦାରି ଗଢ଼ିଥିଲେ। ଅଗ୍ରଓ୍ବାଲ ଆଇପିଏଲରେ ପ୍ରଥମ ଶତକ ହାସଲ କରିଥିଲେ। ତେଣୁ ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରତିପକ୍ଷ ଦଳର ନଜର ରହିବ। ଅନ୍ୟପକ୍ଷରେ ମୁମ୍ବାଇ ଦଳରେ ଟପ୍‌ ଅର୍ଡରରେ ରୋହିତ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ ଏବଂ ମିଡଲ ଅର୍ଡରରେ କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ହାର୍ଡ ହିଟର ଅଛନ୍ତି। ପେସ୍‌ ତାରକା ଯଶପ୍ରୀତ ବୁମ୍‌ରାଙ୍କ ଅସ୍ଥିର ପ୍ରଦର୍ଶନ ଦଳପାଇଁ ଚିନ୍ତା ସୃଷ୍ଟି କରିଛି। ସେ ଦକ୍ଷତା ଅନୁସାରେ ବୋଲିଂ କରି ନ ପାରି ୩ ମ୍ୟାଚରୁ ମାତ୍ର ୩ଟି ଉଇକେଟ ନେଇଛନ୍ତି। ତେବେ ମୁମ୍ବାଇ ଏଠାରେ ପୂର୍ବରୁ ଗୋଟିଏ ମ୍ୟାଚ ଖେଳିସାରିଥିବାରୁ ମନସ୍ତତ୍ତ୍ୱ ଦୃଷ୍ଟିରେ ଆଗରେ ରହିଛି।
କିଙ୍ଗ୍ସ ଇଲେଭେନ ପଞ୍ଜାବ: ଲୋକେଶ ରାହୁଲ(ଅଧିନାୟକ), କ୍ରିସ୍‌ ଗେଲ୍‌, ମୟଙ୍କ ଅଗ୍ରଓ୍ବାଲ, କରୁଣ ନାୟାର, ଶର୍ଫରାଜ ଖାଁ, ମନଦୀପ ସିଂ, ଶେଲଡନ କଟ୍ରେଲ, ଇଶାନ ପୋରେଲ, ରବି ବିଷ୍ଣୋଇ, ମହମ୍ମଦ ସାମି, ମୁଜିବୁର ରହମନ, ଅର୍ଶଦୀପ ସିଂ, ହର୍ଡୁସ ଭିଲଜନ, ମୁରୁଗାନ ଅଶ୍ୱିନ, ଜଗଦୀଶ ସୁଚିଥ, ହରପ୍ରୀତ ବ୍ରାର, ଦର୍ଶନ ନଲକନ୍ଦେ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜେମ୍ସ ନିଶାମ, କ୍ରିସ୍‌ ଜୋର୍ଡାନ, କ୍ରିଷ୍ଣାପ୍ପା ଗୋଥାମ, ଦୀପକ ହୁଦା, ତାଜିନ୍ଦର ସିଂ ଧିଲୋନ, ନିକୋଲାସ ପୁରନ, ସିମରନ ସିଂ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଶେର୍ଫାନେ ରୁଥରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କ୍ରିସ୍‌ ଲିନ୍‌, ସୌରଭ ତିଓ୍ବାରୀ, ଧାଓ୍ବଲ କୁଲକର୍ନୀ, ଯଶପ୍ରୀତ ବୁମ୍‌ରା, ମିଚେଲ ମ୍ୟାକକ୍ଲିନଘାନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ମହସିନ ଖାଁ, ଜେମ୍ସ ପ୍ୟାଟିନସନ, ପ୍ରିନ୍ସ ବଲଓ୍ବନ୍ତ ରାୟ ସିଂ, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଅନୁକୂଳ ରୟ, ନାଥାନ କୁଲ୍ଟର ନୀଲ, ଇଶାନ କିଷନ, କ୍ୱିଣ୍ଟନ ଡି କକ୍‌, ଆଦିତ୍ୟ ତାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri