ଏଚ୍‌-ବି ଭିଜା ଦେୟ ବୃଦ୍ଧିକୁ ସ୍ଥଗିତ ରଖିଲେ ୟୁଏସ୍‌ କୋର୍ଟ

ନୂଆଦିଲ୍ଲୀ: ଏଚ୍‌-୧ ବି ଭିଜା ସମେତ ଅନ୍ୟ ବର୍ଗରେ ଭିଜା ଦେୟ ବୃଦ୍ଧି କରିବା ଲାଗି ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଥିଲା। ଏହି ନିଷ୍ପତ୍ତି ଚଳିତ ବର୍ଷ ଅକ୍ଟୋବର ୨ର ଲାଗୁ କରିବା ଯୋଜନା ରହିଥିଲା। ଏହି ପ୍ରସ୍ତାବକୁ ଆମେରିକାର ଡିଷ୍ଟ୍ରିକ୍ଟ କୋର୍ଟ ଜଜ୍‌ ଜେଫ୍ରେ ହ୍ବାଇଟ୍‌ ବୁଧବାର ସ୍ଥଗିତ କରିଛନ୍ତି। ସୂଚନା ମୁତାବକ ଏଚ୍‌-୧ ବି ଭିଜା ଦେୟ ୨୧% ବୃଦ୍ଧି କରିବାକୁ ଆମେରିକା ସରକାର ଯୋଜନା ରଖିଛନ୍ତି। ସେହିଭଳି ଏଲ୍‌୧ ଭିଜା ଦେୟରେ ୭୫%, ଏଚ୍‌-୪ ଭିଜାରେ ଦେୟ ୩୪% ବୃଦ୍ଧି ହେବ ବୋଲି ପୂର୍ବରୁ ଘୋଷଣା ହୋଇସାରିଛି। ଆମେରିକା ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ୮ ସାମାଜିକ ଅନୁଷ୍ଠାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବେଆଇନ ଭାବେ ଭିଜା ଦେୟ ବଢାଯାଇଥିବା ଆବେଦନକାରୀ ଅଭିଯୋଗରେ କହିଛନ୍ତି। ସେହିଭଳି ନାଗରିକତା ଆବେଦନ ଫି ଏବଂ ଶରଣାର୍ଥୀଙ୍କ ଲାଗି ହୋଇଥିବା ଫି ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ଆବେଦନରେ ନିନ୍ଦା କରାଯାଇଛି। ସମଗ୍ର ଆମେରିକା ଲାଗି କୋର୍ଟଙ୍କ ଏହି ସ୍ଥଗିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ସେହିଭଳି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ଯାଏ ପୂର୍ବରୁ ଯେଉଁ ଫି ଲାଗୁ ହେଉଥିଲା ସେଭଳି ବ୍ୟବସ୍ଥା ରହିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନାସୋନିକର ଡ୍ରିମ୍‌ ମୋର ସେଲିବ୍ରେଟ ମୋର୍‌

ଭୁବନେଶ୍ୱର,୬-୧୦: ପାର୍ବଣ ଉପଲକ୍ଷେ ପାନାସୋନିକ ପକ୍ଷରୁ ଡ୍ରିମ ମୋର ସେଲିବ୍ରେଟ ମୋର ଅଫର ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକ ପାନାସୋନିକ ପ୍ରଡକ୍ଟ କ୍ରୟରେ ଆବର୍ଷଣୀୟ...

ମୋବାଇଲ ଓ୍ବାଲେଟ କଓ୍ବୋଇସି; ୬ ମାସ ସମୟ ବଢ଼ାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ...

‘ବ୍ଲାକ୍‌ ଫଙ୍ଗସ୍‌କୁ ପ୍ରତିରୋଧ କରିବ ଆୟୁର୍ବେଦ’

ନୂଆଦିଲ୍ଲୀ,୨୪।୨:ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ସହଯୋଗୀ ପ୍ରତିଷ୍ଠାନ ପତଞ୍ଜଳି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ଡ୍ରଗ୍‌ସ ଡସ୍‌କଭରି ଆଣ୍ଡ ଡେଭପଲମେଣ୍ଟ ଡିଭିଜନ ପକ୍ଷରୁ ଏକ...

ବ୍ଲୁ ଟୋକାଇ ପକ୍ଷରୁ କୋରାପୁଟ କଫିର ଶୁଭାରମ୍ଭ

ଭୁବନେଶ୍ୱର,୧୧ା୯: କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେଶନ (କେଡିଏଫ୍‌)ର ସହଯୋଗୀ ସଂସ୍ଥା ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟରୁ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ...

‘ଆର୍‌ବିଆଇ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରୀ କରାଯାଉ’

ମୁମ୍ବାଇ: ନିକଟରେ ଘୋଷଣା କରାଯାଇଥିବା ପଦକ୍ଷେପ ସବୁକୁ ବ୍ୟାଙ୍କଗୁଡିକ ଶୀଘ୍ର କାର୍ଯ୍ୟକାରୀ କରାଇବାକୁ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ବୁଧବାର କହିଛନ୍ତି। ସେହିଭଳି ବ୍ୟାଙ୍କଗୁଡ଼ିକର ବାଲାନ୍ସ...

୧୪ ନଭେମ୍ବରରୁ ଷ୍ଟାର୍‌ କିରଣରେ ମହାସପ୍ତାହ

ଭୁବନେଶ୍ୱର,୧୩।୧୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୧୪ ରୁ ୧୯...

ଏହି ଯୋଜନାରେ ନିବେଶକରି ପାଆନ୍ତୁ ଜବରଦସ୍ତ ଲାଭ, ଦୁଇଗୁଣା ହେବ ଟଙ୍କା

ନୂଆଦିଲ୍ଲୀ,୨୭।୭: ଦେଶରେ ଅନେକ ସରକାରୀ ସ୍କିମ୍‌ ରହିଛି ଯେଉଁଥିରେ ସ୍ବଳ୍ପ ପରିମାଣର ନିବେଶକରି ଏହାର ଭରପୂର ଲାଭ ଉଠାଇପାରିବେ। ଏହା ମଧ୍ୟରେ ପୋଷ୍ଟ ଅଫିସର ବିଭିନ୍ନ...

ସିମା ଇଲେକ୍ଟ୍ରିକ ପକ୍ଷରୁ ୩ଟି ନୂଆ ଇଭି ମଡେଲ

ନୂଆଦିଲ୍ଲୀ,୧୩।୯:ଓଡ଼ିଶାଭିତ୍ତିକ ମେଡ୍‌-ଇନ୍‌-ଇଣ୍ଡିଆ ଇଭି ନିର୍ମାତା ସିମା ଇଲେକ୍ଟ୍ରିକ (ସିମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ ଲିମିଟେଡ ବା ଏସ୍‌ଇଏସ୍‌) ପକ୍ଷରୁ ଇଭି ଇଣ୍ଡିଆ ଏକ୍ସପୋ-୨୦୨୨ରେ ୩ଟି...

Advertisement
Archives

Model This Week