Posted inଜାତୀୟ

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହା ଅପପ୍ରଚାର। ସେ କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶି ଥରୁର ଜଣେ ଶକ୍ତିଶାଳୀ ଏବଂ ବୁଦ୍ଧିମାନ ବ୍ୟକ୍ତି। ଏହି ଲୋକମାନଙ୍କ ବିଷୟରେ ଏହିପରି କହିବା ଅପମାନ ଭଳି। ରାହୁଲ ଏହା ମଧ୍ୟ କହିଛନ୍ତି ଯେ ସେ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତି। ଭାରତ ଯୋଡ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି।

ଏହି ବିଷୟରେ ପଚରାଯିବାରୁ ରାହୁଲ ଉତ୍ତର ଦେଇଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଉଭୟଙ୍କର ସ୍ଥିତି, ଦୂରଦୃଷ୍ଟି ରହିଛି ଏବଂ ସେମାନେ ମାସନିକସ୍ତରରେ ସଶକ୍ତ ତଥା ସୁଚିନ୍ତିତ ଲୋକେ। ମୁଁ ଭାବୁନାହିଁ ଯେ ସେମାନଙ୍କ ମଧ୍ୟରୁ କେହି ଗାନ୍ଧୀ ପରିବାର ଦ୍ୱାରା ରିମୋଟରେ ନିୟନ୍ତ୍ରିତ ହେବାକୁ ଯାଉଛନ୍ତି। ସତ କହିବାକୁ ଗଲେ, ଏହିସବୁ କଥା ତାଙ୍କୁ ଅପମାନିତ କରିବାକୁ କୁହାଯାଉଛି।

ଏଥି ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ କଂଗ୍ରେସ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଭାଜପାର ଅଭିଯୋଗ ଉପରେ ରାହୁଲ କହିଛନ୍ତି ଯେ ଘୃଣା ଓ ହିଂସା ବିସ୍ତାର କରିବା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ଆମେ ଏଥିରେ ଜଡିତ ଥିବା ପ୍ରତି ବ୍ୟକ୍ତିଙ୍କୁ କେବେ ବି ସମର୍ଥନ କରାଯିବ ନାହିଁ। ଘୃଣା ବିସ୍ତାର କରୁଥିବା ବ୍ୟକ୍ତି କିଏ ଏବଂ ସେ କେଉଁ ସମ୍ପ୍ରଦାୟରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଘୃଣା ଏବଂ ହିଂସା ବିସ୍ତାର କରିବା ଏକ ଜାତୀୟ ବିରୋଧୀ କାର୍ଯ୍ୟ ଏବଂ ଆମେ ଏହିପରି ଲୋକଙ୍କ ବିରୋଧରେ ଆମର ଲଢ଼େଇ କରୁଛୁ ଏବଂ ଆଗାମୀ ଦିନରେ ଏହା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଦୁଇ ଆମର ଦୁଇ ଡଜନ, ମୋ ମା’ଙ୍କର ୭୨ ନାତୁଣୀ-ନାତି’, ମୋହନ ଭାଗବତଙ୍କୁ କଡ଼ା ଟାର୍ଗେଟ କଲେ AIMIM ନେତା

ନୂଆଦିଲ୍ଲୀ,୯।୨: ଉତ୍ତର ପ୍ରଦେଶର ମୁରାଦାବାଦରେ, ଅସଦୁଦ୍ଦିନ ଓୱେସିଙ୍କ ଦଳ AIMIMର ୟୁପି ରାଜ୍ୟ ସଭାପତି ଶୌକତ ଅଲି ଜନସଂଖ୍ୟା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଏକ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ କ୍ଷୀର

ନିୟମିତ କ୍ଷୀର ପିଇଲେ ତାହା ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏହାର ଏକ ଖାସ୍‌ ଗୁଣ ରହିଛି। ତାହା କ’ଣ ଜାଣନ୍ତି?…

ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ, ଜୀବନରୁ ମାରିଦେବାକୁ…

ଭୁବନେଶ୍ବର,୯।୧: ଓଲିଉଡ୍‌ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଦୁଇ ବଡ଼ବାପାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଲେ ସାତ୍ୟକି…

ଯୌତୁକ ଜୁଇରେ ଜଳିଗଲେ ଜ୍ୟୋତ୍ସ୍ନା: ସ୍ବାମୀ-ଦିଅର ଫେରାର

ବାଣପୁର,୯।୨(ଦିଲ୍ଲୀପ କୁମାର ସ୍ବାଇଁ): ଯୌତୁକ ଜୁଇରେ ପୁଣି ଜଣେ ବଧୂ। ଶାଶୁ ଘର ନିର୍ଯାତନା ଦେବା ସହ ବଧୂକୁ ଜୀବନରେ ମାରି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ…

ପେଟ୍ରୋଲ ପକାଉ ଥିବାବେଳେ ହଠାତ୍‌ ଜଳିଗଲା ବାଇକ୍‌

ବାସୁଦେବପୁର,୯।୧: ରାସ୍ତାରେ ଜଳିଗଲା ବାଇକ। ଭଦ୍ରକ ଜିଲା ବାସୁଦେବପୁରର ବ୍ଲକ ରୋଡରୁ ସୁଦର୍ଶନ ପୁରକୁ ସଂଯୋଗ କରୁଥିବା ରାସ୍ତାର ଗୋପାଳପୁର ଛକଠାରେ ସୋମବାର  ପୂର୍ବାହ୍ନ ସାଢ଼େ ୧୨ଟାବେଳେ…

ଅଦୃଶ୍ୟ ଆକ୍ରମଣକାରୀ : ମାଇକ୍ରୋପ୍ଲାଷ୍ଟିକ

ବିଶ୍ୱ ସ୍ତରରେ, ମାଇକ୍ରୋପ୍ଲାଷ୍ଟିକ୍‌ ଏକ ସର୍ବବ୍ୟାପୀ ପ୍ରଦୂଷକ ପାଲଟିଛି। ଏଗୁଡ଼ିକୁ ଗଭୀର ସମୁଦ୍ର ଅବଶେଷ, ଧ୍ରୁବୀୟ ବରଫ ପାହାଡ଼, ଉଷ୍ଣକଟିବନ୍ଧୀୟ ବର୍ଷାଜଳ ଏବଂ ମାନବ ରକ୍ତପ୍ରବାହରେ ଆବିଷ୍କାର…

ମନମୁତାବକ ପୋଷ୍ଟିଂ ପାଇଁ ବଢୁଛି ପୋଲିସ ଅଧିକାରୀଙ୍କ ଲବି

ଭୁବନେଶ୍ୱର,୯ା୨(ତ୍ରିନାଥ ମହାନ୍ତି): କମିଶନରେଟ୍‌ ପୋଲିସରେ କାମ କରିବାକୁ ଅଧିକାଂଶ ପୋଲିସ ବାବୁଙ୍କ ଇଚ୍ଛା। ସବୁକିଛି ସୁବିଧା ମିଳୁଥିବାରୁ ସେମାନେ ଜିଲାକୁ ଯିବାକୁ ଚାହୁଁନାହାନ୍ତି। ନିଜ ମନମୁତାବକପୋଷ୍ଟିଂ ପାଇଁ…

ଟ୍ରାକ୍‌ରୁ ମୃତଦେହ ମିଳିବା ଘଟଣା: ୫ ଦିନ ହେଲା ରେଳବାଇ ପୋଲିସ ପାଉନାହିଁ ମୁଣ୍ଡ, ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ବଲାଙ୍ଗୀର ଦେଓଗାଁ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri