Posted inଜାତୀୟ

ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ତୃତୀୟ ଥର ପାଇଁ ଭୁଲ ନ କରୁ କଂଗ୍ରେସ: ଏଏପି…

ନୂଆଦିଲ୍ଲୀ,୨୬।୬ : ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳଙ୍କଠାରୁ ନିରନ୍ତର ସମର୍ଥନ ଲୋଡୁଥିବା ଆମ ଆଦମୀ ପାର୍ଟି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଏଏପି କହିଛି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ପ୍ରୋଜେକ୍ଟ କରିବା ଉଚିତ ନୁହେଁ। କଂଗ୍ରେସ ଏଭଳି ଭୁଲରୁ ଦୂରେଇ ରହିବା ଆବଶ୍ୟକ। ଏଏପି ମୁଖପାତ୍ର ପ୍ରିୟଙ୍କା କକ୍କର ଏକ ଟୁଇଟରେ ଏହା କହିଛନ୍ତି।

ସେ ଟୁଇଟରେ ଲେଖିଛନ୍ତି, ଯଦି ଦେଶକୁ ବଞ୍ଚାଇବାକୁ ପଡ଼ିବ, ତେବେ ସର୍ବପ୍ରଥମେ କଂଗ୍ରେସ କହିବା ଉଚିତ୍‌ ଦଳ ରାହୁଲ ଗାନ୍ଧୀଙ୍କ ପାଇଁ ତୃତୀୟ ଥର ପାଇଁ ବାଜି ଲଗାଇବ ନାହିଁ ଏବଂ ସମଗ୍ର ବିରୋଧୀଙ୍କ ଉପରେ ଏହି ଚାପ ପକାଇବ ନାହିଁ। ବିରୋଧୀ ଦେଶର ସ୍ବାର୍ଥ ପାଇଁ ଏବଂ ସମ୍ବିଧାନକୁ ସୁରକ୍ଷା ଦେବାକୁ ଏକଜୁଟ ହୋଇଛନ୍ତି। ଏଏପି ମୁଖପାତ୍ରଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖିବାକୁ ଏଏପି ଚାହୁଁନାହିଁ। ପ୍ରିୟଙ୍କା କହିଛନ୍ତି ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବାକୁ କଂଗ୍ରେସ ବିରୋଧୀ ଦଳଙ୍କ ଉପରେ ଚାପ ପକାଉଛି।
କଂଗ୍ରେସ ୨୦୧୪ ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ରାହୁଲ ଗାନ୍ଧୀଙ୍କ ଲୋକସଭା ନିର୍ବାଚନ ଲଢ଼ିଥିଲା, ଯେଉଁଥିରେ କଂଗ୍ରେସ ପରାଜୟ ବରଣ କରିଥିଲା। ଏଭଳି ପରିସ୍ଥିତିରେ କେତେକ ରାଜନୈତିକ ଦଳ ଅନୁମାନ କରୁଛନ୍ତି ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ପ୍ରୋଜେକ୍ଟ କରିବା ଦ୍ୱାରା କେବଳ କଂଗ୍ରେସର କ୍ଷତି ହେବ ନାହିଁ, ବରଂ ତାକୁ ସମର୍ଥନ କରୁଥିବା ବିରୋଧୀ ଦଳ ମଧ୍ୟ କ୍ଷତି ସହିବେ।

ବିହାରର ରାଜଧାନୀ ପାଟନାରେ ଆୟୋଜିତ ବିରୋଧୀ ଦଳର ଏକତା ବୈଠକ ପରେ ପ୍ରିୟଙ୍କା କକ୍କରଙ୍କ ଏହି ଟୁଇଟ ସାମ୍ନାକୁ ଆସିଛି। ଯେଉଁଥିରେ ଏଏପି ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଯଦି ସଂସଦରେ ଦିଲ୍ଲୀ ଅର୍ଡିନାନ୍ସକୁ କଂଗ୍ରେସ ବିରୋଧ ନ କରେ, ତେବେ ଏଏପି କଂଗ୍ରେସ ନେତୃତ୍ୱାଧୀନ ମିଳିତ ମେଣ୍ଟର ଅଂଶ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ଚାଲିଥିଲା ବାର୍ଷିକୋତ୍ସବ: ଅଣଛାତ୍ର ପଶି କଲେଜ ଛାତ୍ରଙ୍କୁ କଲେ ଲହୁଲୁହାଣ

ବଲାଙ୍ଗୀର,୭ା୨(ସୁନିଲ କୁମାର ମହାନ୍ତି): ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅଣଛାତ୍ରଙ୍କ ମାଡ଼ରେ ଦୁଇ କଲେଜ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। ବଲାଙ୍ଗୀର ସହର ଉପକଣ୍ଠରେ ଥିବା…

Post Office FD vs RD: କେଉଁ ସ୍କିମ୍‌ ଦେଉଛି ସବୁଠାରୁ ଅଧିକ ରିଟର୍ନ? ନିବେଶ ପୂର୍ବରୁ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୭।୨:  ଛୋଟ ନିବେଶକଙ୍କ ମଧ୍ୟରେ ପୋଷ୍ଟ ଅଫିସ ଫିକ୍ସଡ୍ ଡିପୋଜିଟ୍ (FD) ଏବଂ ରିକରିଂ ଡିପୋଜିଟ୍ (RD) ବହୁତ ଲୋକପ୍ରିୟ। ଏହି ଦୁଇଟି ସ୍କିମ୍ ଭାରତ ସରକାରଙ୍କ…

ନବୀନଙ୍କ ନାଁରେ ସାଂଘାତିକ ଅଭିଯୋଗ: ନିଦରୁ ଉଠି ପ୍ରଳାପ କରୁଛନ୍ତି…

ଭୁବନେଶ୍ୱର,୭।୨: ବିରୋଧୀଦଳ ନେତା ନବୀନଙ୍କୁ AG ପୀତାମ୍ବର ଆଚାର୍ଯ୍ୟ କଡ଼ା କାଉଣ୍ଟର କରିଛନ୍ତି। ‘ଏକ୍ସ’ରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ନେଇ କଡ଼ା ଜବାବ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri