ଭୁବନେଶ୍ୱର,୧୧।୭: ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ଦେଖିବାକୁ ମିଳିଛି ପିଲାମାନଙ୍କ ପ୍ରତି ରାହୁଲଙ୍କ ଦୁର୍ବଳତା । ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଯାଇ ସେଠାରେ ଏକ ସଭାକୁ ସମ୍ବୋଧନ କରିଛନ୍ତି ରାହୁଲ । କିନ୍ତୁ ଏହି ସଭା ଭିତରେ ରାହୁଲଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ସଭାରେ ବସିଥିବା ଜଣେ କୁନି ଝିଅକୁ ରାହୁଲ ମଞ୍ଚ ଉପରକୁ ଡକାଇ ତାଙ୍କୁ ବେଶ ଗେହ୍ଲା କରିଛନ୍ତି ।
ମଞ୍ଚ ଉପରେ ଥାଇ ରାହୁଲ କୁନି ଝିଅଟିକୁ ହାତ ଠାରି ଡାକିଥିଲେ । ଏହାପରେ ଝିଅଟି ପାଖରେ ପହଞ୍ଚିବା ପରେ ରାହୁଲ ତାଙ୍କୁ ଅନେକ କଥା ପଚାରି ତାକୁ ଚକଲେଟ ମଧ୍ୟ ଗିଫ୍ଟ କରିଛନ୍ତି । ଏହାସହିତ ଝିଅଟିର ପାଠ ପଢା ବିଷୟରେ ମଧ୍ୟ ସେ ପଚାରି ବୁଝିଥିଲେ । ଝିଅଟି ରାହୁଲଙ୍କ ସହ ଭେଟ କରି ବେଶ୍ ଖୁସି ହୋଇଛନ୍ତି । କିନ୍ତୁ ଏ ସବୁ ଭିତରେ ସବୁଠାରୁ ସୁନ୍ଦର ମୁହୂର୍ତ୍ତ ଥିଲା, ଯେତେବେଳେ କୁନି ଝିଅଟି ରାହୁଲଙ୍କୁ କିସ କରିଥିଲା। ଏହା ସହିତ ରାହୁଲ ପ୍ରଧାନମନ୍ତ୍ରୀ ହେଲେ ସେ ଖୁସି ହେବେ ବୋଲି କହିଥିଲା କୁନି ଝିଅଟି।


