ଭାଜପା କିରୋସିନ୍‌ ଛିଞ୍ଚିବା କାମ କରୁଛି

ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍‌ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ସେ ଭାଜପା ଉପରେ ବର୍ଷି କଡ଼ା ଟିପ୍ପଣୀ ରଖିଛନ୍ତି। ସେ କହିଛନ୍ତି, ଭାଜପା ଦେଶରେ କିରୋସିନ୍‌ ଛିଞ୍ଚିବା ଭଳି କାର୍ଯ୍ୟ କରୁଛି। କେବଳ ନିଆଁ ଲଗାଇବା ପାଇଁ ଗୋଟିଏ ଦିଆସିଲି ଆବଶ୍ୟକ। ଏଥିସହ ସେ କହିଛନ୍ତି, ଭାଜପା ସରକାରରେ ନିଯୁକ୍ତି ହ୍ରାସ ପାଇଛି। ଏହା ସତ୍ତ୍ୱେ ଭାଜପା ସକାରାତ୍ମକ ଶାସନ କ୍ଷମତାରେ ରହିଛି। ବର୍ତ୍ତମାନ ଭାରତର ଅବସ୍ଥା ଭଲ ନାହିଁ। ଅନ୍ୟପଟେ ରାହୁଲ କହିଛନ୍ତି, ଆମ ପାଖରେ ଏଭଳି ଏକ ଭାରତ ଅଛି, ଯେଉଁଠାରେ ଭିନ୍ନ ଭିନ୍ନ ମତ ପ୍ରକାଶ କରାଯାଇପାରେ ଏବଂ ଆମେ ଆଲୋଚନା କରିପାରିବା। କଂଗ୍ରେସ ପୂର୍ବ ଭଳି ଭାରତ ହାସଲ କରିବାକୁ ସଂଗ୍ରାମ କରୁଛି। ଯେଉଁଠାରେ ଭାଜପା ଆମ ସ୍ବରକୁ ଦମନ କରିବାକୁ ଚେଷ୍ଟା କରୁଛି ବୋଲି ରାହୁଲ କହିଛନ୍ତି। ସେହିପରି ଚାଇନା ସମ୍ବନ୍ଧରେ ମଧ୍ୟ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପଟେ ଭାଜପା ନେତା ସତୀଶ ପୁନିଆ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ନିଆଁ ଲଗାଇବା କାର୍ଯ୍ୟ ଅନେକ ଥର ରାହୁଲ କରିଥିବା ସମସ୍ତେ ଦେଖିଛନ୍ତି। ଅର୍ଥାତ୍‌ ନିଆଁ ଲଗାଇବା କାମ କଂଗ୍ରେସର ଭାଜପାର ନୁହେଁ ବେଲି ପୁନିଆ କହିଛନ୍ତି। ରାହୁଲ ଗାନ୍ଧୀ ଏକ ସୁବର୍ଣ୍ଣ ଚାମଚ ସହିତ ଜନ୍ମ ହୋଇଛନ୍ତି, ତେଣୁ ତାଙ୍କଠାରେ ପରିପକ୍ୱତା ନାହିଁ ବୋଲି ଭାଜପା ନେତା ପୁନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ବାଧ୍ୟତାମୂଳକ ନିୟମ ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୯ା୪: ଆପଲ୍‌, ସାମ୍‌ସଙ୍ଗ ଓ ଅନ୍ୟାନ୍ୟ ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀର ବିରୋଧ ପରେ ଭାରତ ସରକାର ସମସ୍ତ ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ସଂଯୋଗ କରିବା ଯୋଜନାରୁ ଓହରିଯାଇଛନ୍ତି।…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

ସଦିଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳେ

ଓସିରିସ୍‌ ଏଗ୍ରିଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧୀନ ‘ଓଡ଼ିଶା କଫି’ର ପ୍ରତିଷ୍ଠାତା ହେଉଛନ୍ତି ପ୍ରୀତି ପଲ୍ଲବୀ ପଟ୍ଟନାୟକ। କୋରାପୁଟ କଫିର ପ୍ରଚାରପ୍ରସାର କ୍ଷେତ୍ରରେ ‘ଓଡ଼ିଶା କଫି’ର ଯଥେଷ୍ଟ ଅବଦାନ…

‘ଫେମିନା ମିସ୍‌ ଇଣ୍ଡିଆ’ ମୁକୁଟ ପିନ୍ଧିଲେ ସାଧ୍‌ଭୀ ସୈଲ୍‌

ଭୁବନେଶ୍ୱର,୧୯ା୪ (ଅନୁରାଧା ମହାରଣା): ଭୁବନେଶ୍ୱରସ୍ଥିତ କିଟ୍‌ ବିଶ୍ୱବିଦ୍ୟାଳୟରେ ଶନିବାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୬’ର ୬୧ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ଏହି…

ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ାଇ ଦେଲେ: ତହସିଲଦାର ଗୁରୁତର

ଯାଜପୁର/ବ୍ୟାସନଗର (ହର୍ଷବର୍ଦ୍ଧନ ବେହେରା/ ପବିତ୍ର ରଞ୍ଜନ ମହାନ୍ତି), ୧୯ା୪ : ମାଟି ଚୋରାଚାଲାଣ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଯାଜପୁର ଜିଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ…

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଅନିୟମିତତା ଅଭିଯୋଗ ପ୍ରମାଣିତ ହେଲେ ବନ୍ଦ ହେବ ଅଧିକାରୀଙ୍କ ଦରମା

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ…

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri