Posted inଜାତୀୟ

ରାହୁଲଙ୍କ ପଳାଇବ ନାଗରିକତ୍ୱ! କୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୧୧: ଅଡୁଆରେ କଂଗ୍ରେସ ଏମପି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଚାଲି ଯାଇପାରେ ତାଙ୍କର ଭାରତୀୟ ନାଗରିକତା। ଏନେଇ କୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ରାହୁଲଙ୍କ ନାଗରିକତ୍ୱ ସମ୍ବନ୍ଧିତ ଯାଚିକା ଉପରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି, ରାହୁଲଙ୍କ ନାଗରିକତା ରଦ୍ଦ ହେବ କି ନାହିଁ ଏନେଇ ବିଚାର କରିବେ। ତେବେ ଏହାର ଶୁଣାଣିକୁ କୋର୍ଟ ଡିସେମ୍ବର ୧୯କୁ ଘୁଞ୍ଚାଇଛନ୍ତି।

ଭାରତର ଡେପୁଟି ସିଲିସିଟର ଜେନରାଲ ଏସବି ପାଣ୍ଡେ କୋର୍ଟକୁ କହିଛନ୍ତି, ରାହୁଲଙ୍କ ବ୍ରିଟିଶ ନାଗରିକତା ଆଧାରରେ ଭାରତୀୟ ନାଗରିକତା ରଦ୍ଦ କରିବା ଦାବିକୁ ମନ୍ତ୍ରାଳୟକୁ ସୂଚନା ମିଳିଛି। ଯାହାକି ପ୍ରକ୍ରିୟାରେ ଅଛି।

କହିରଖୁଛୁ କି, କର୍ନାଟକ ଅଧିବାସୀ ଏସ ବିଘ୍ନେଶ ସେପ୍ଟେମ୍ବର ୧୨ରେ ଏକ ଜନହିତ ଯାଚିକା ଦାଖଲ କରିଥିଲେ। ଯେଉଁଥିରେ ସେ ରାହୁଲଙ୍କ ପାଖରେ ଇଂଲଣ୍ଡର ନାଗରିକତ୍ୱ ଥିବା ଦାବି କରିଥିଲେ। ଆବେଦନକାରୀ କହିଥିଲେ, ସେ ଗଭୀର ଯାଞ୍ଚ ପରେ ଏହି ଗୋପନୀୟ ତଥ୍ୟ ହାସଲ କରିଛନ୍ତି। ଏହି ମାମଲାକୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହିତ ତାଙ୍କର ଭାରତୀୟ ନାଗରିକତ୍ୱ ରଦ୍ଦ କରାଯାଉ ବୋଲି ସେ ଦାବି କରିଥିଲେ।

ଦେଶରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି ଯେତେବେଳେ ଭାରତରେ ରହୁଥିବା ଜଣେ ବ୍ୟକ୍ତିଙ୍କର ବିଦେଶୀ ନାଗରିକତା ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଭାରତରେ ରହୁଥିବା ଜଣେ ବ୍ୟକ୍ତି ଦୁଇ ଦେଶର ନାଗରିକତ୍ୱ ରଖିପାରିବେ କି? ଦୁଇଟି ନାଗରିକତ୍ୱ ରଖିବା ପରେ ତାଙ୍କୁ ଜଣେ ଭାରତୀୟ ନାଗରିକ ଭାବେ ବିବେଚନା କରାଯିବ କି ନାହିଁ? ତେବେ ଏହି ପ୍ରଶ୍ନର ଉତ୍ତର ଭାରତୀୟ ସମ୍ବିଧାନରେ ରହିଛି।

ଭାରତୀୟ ସମ୍ବିଧାନର ଧାରା ୮ ଅନୁଯାୟୀ ଜଣେ ବିଦେଶୀଙ୍କୁ ମଧ୍ୟ ଭାରତୀୟ ନାଗରିକତ୍ୱ ଦିଆଯାଇପାରେ, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। କିନ୍ତୁ ପ୍ରଶ୍ନ ହେଉଛି ଯଦି ଜଣେ ଭାରତୀୟଙ୍କର ବିଦେଶୀ ନାଗରିକତା ଅଛି, ତେବେ ସେ ଏଠାରେ ରହିବାକୁ ଅନୁମତି ପାଇବେ କି ନାହିଁ।

ଭାରତୀୟ ନାଗରିକତା ଅଧିନିୟମ ୧୯୯୫ ଅନୁସାରେ ଭାରତ କୌଣସି ଭାରତୀୟଙ୍କୁ ଦ୍ୱିତୀୟ ନାଗରିକତା ରଖିବାକୁ ଅନୁମତି ଦିଏ ନାହିଁ। ଯଦି ଆପଣଙ୍କର ଭାରତୀୟ ପାସପୋର୍ଟ ଅଛି ଏବଂ ଅନ୍ୟ ଦେଶର ପାସପୋର୍ଟ ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତୀୟ ପାସପୋର୍ଟ ଦାଖଲ କରିବାକୁ ପଡିବ। ଯଦି ଭାରତୀୟ ନାଗରିକତ୍ୱ ପରେ ଆପଣ ଅନ୍ୟ କୌଣସି ଦେଶର ନାଗରିକତ୍ୱ ହାସଲ କରୁଛନ୍ତି ତେବେ ଆପଣଙ୍କୁ ଭାରତୀୟ ନାଗରିକତ୍ୱ ହରାଇବାକୁ ପଡିବ।

ବିଦେଶୀ ନାଗରିକତା ହାସଲ କରିବା ପରେ ଭାରତୀୟ ପାସପୋର୍ଟ ରଖିବା ‘ଭାରତୀୟ ପାସପୋର୍ଟ ଆକ୍ଟ ୧୯୬୭’ ଅନୁଯାୟୀ ଏକ ଅପରାଧ ଭାବରେ ବିବେଚନା କରାଯାଏ। ଆତ୍ମସମର୍ପଣ ପ୍ରମାଣପତ୍ର ପାଇବାକୁ ହେଲେ ନିକଟସ୍ଥ ବିଏଲଏସ କେନ୍ଦ୍ରକୁ ଯାଇ ପ୍ରକ୍ରିୟା ଆରମ୍ଭ କରିବାକୁ ପଡିବ। ଏହାପରେ ଆପଣ ଭାରତୀୟ ପାସପୋର୍ଟ ସହିତ ଆତ୍ମସମର୍ପଣ ପ୍ରମାଣପତ୍ର ପାଇ ପାରିବେ। ଏହା ପ୍ରମାଣ ଭାବରେ ଆପଣଙ୍କ ସହିତ ରହିବ। ଅର୍ଥାତ ଭାରତୀୟ ନାଗରିକତ୍ୱ ତ୍ୟାଗ କରିବା ପରେ ଆପଣଙ୍କୁ ଏଠାରେ ବିଦେଶୀ ପରି ରହିବାକୁ ପଡ଼ିବ।

ଏକ ଭାରତୀୟ ଭିସା, OCI କାର୍ଡ କିମ୍ବା ଅନ୍ୟାନ୍ୟ କନସୁଲାର ସେବା ପାଇଁ ଆବେଦନ କରିବାକୁ ଆପଣଙ୍କୁ ଏକ ଆତ୍ମସମର୍ପଣ ପ୍ରମାଣପତ୍ର ଦରକାର। ଗୃହ ମନ୍ତ୍ରଣାଳୟ ପୋର୍ଟାଲ ମାଧ୍ୟମରେ ଆପଣ ଅନଲାଇନ ଘୋଷଣା କରି ଭାରତୀୟ ନାଗରିକତ୍ୱ ତ୍ୟାଗ କରିପାରିବେ। ଭାରତ ସରକାର ଭାରତୀୟ ମୂଳ ବ୍ୟକ୍ତିମାନଙ୍କୁ ଓଭରସିଜ ସିଟିଜେନ୍ସିପ ଅଫ ଇଣ୍ଡିଆ (OCI) କାର୍ଡଧାରୀ ଭାବରେ ପଞ୍ଜିକରଣ କରିଛନ୍ତି। OCI କାର୍ଡ ଅନ୍ୟାନ୍ୟ ସୁବିଧା ସହିତ ଏକ ଆଜୀବନ ଭିସା ପ୍ରଦାନ କରିବ। ତଥାପି, ଏକ OCI କାର୍ଡ ଧରି ଧାରକକୁ ଦ୍ୱିତୀୟ ନାଗରିକତା ଦାବି କରିବା ଅଧିକାର ନାହିଁ।

ସୁପ୍ରିମକୋର୍ଟର ଓକିଲ ଆଶିଷ ପାଣ୍ଡେ କହିଛନ୍ତି ଯେ, ଭାରତରେ ନାଗରିକତ୍ୱ ପାଇବା ପାଇଁ ଅନେକ ନିୟମ ରହିଛି। ଯଦି ଜଣେ ବିଦେଶୀ ନାଗରିକତା ହାସଲ କରିବାକୁ ଚାହାଁନ୍ତି, ତେବେ ଏହି ନିୟମ ମଧ୍ୟରୁ ଗୋଟିଏକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ପଡ଼ିବ।

-ଜଣେ ଭାରତୀୟଙ୍କୁ ବିବାହ କରି: ଯଦି ଜଣେ ଭାରତୀୟ ବିଦେଶୀ ପୁଅ କିମ୍ବା ଝିଇକୁ ବିବାହ କରନ୍ତି ତେବେ ସେ ଭାରତରେ ନାଗରିକତ୍ୱ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

-ଭାରତରେ ୧୧ରୁ ୧୫ବର୍ଷ ବିତାଇଛନ୍ତି: ଯଦି ଜଣେ ବିଦେଶୀ ଭାରତରେ ୧୧ରୁ ୧୫ବର୍ଷ ରହିଛନ୍ତି, ତେବେ ସେହି ବ୍ୟକ୍ତି ଭାରତରେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।

-ବିଦେଶୀ ଧାର୍ମିକ ଅଳ୍ପସଂଖ୍ୟକମାନଙ୍କୁ ମଧ୍ୟ ନାଗରିକତା ଦେବା ପାଇଁ ଭାରତରେ ଏକ ନିୟମ ଅଛି। ନାଗରିକ ସଂଶୋଧନ ଅଧିନିୟମ (CAA) ଅନୁଯାୟୀ, ଯଦି କେହି ପାକିସ୍ଥାନ, ବାଂଲାଦେଶ, ଆଫଗାନିସ୍ତାନ ଏବଂ ପଡୋଶୀ ଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧୀନରେ ଆସନ୍ତି ଏବଂ ତାଙ୍କୁ ଧର୍ମ ନାମରେ ନିର୍ଯାତନା ଦିଆଯାଉଛି। ଏବଂ ସେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତ ଆସିଛନ୍ତି ତେବେ ସେଚ ଆବେଦନ କରିପାରିବେ।

-ଭାରତରେ ଜନ୍ମ ହୋଇଥିବା ଶିଶୁ ଜନ୍ମ ହେବା ମାତ୍ରେ ଭାରତୀୟ ନାଗରିକତା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?