Categories: ଖେଳ

ଭାରତୀୟ ଦଳର ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଡ୍ରାଭିଡ୍‌ଙ୍କୁ ଦିଆଯାଇପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୪।୧୦: ଆସନ୍ତା ଟି୨୦ ବିଶ୍ୱକପ୍‌ ପରେ ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନିଶ୍ଚିତ। ତାଙ୍କ ପଦବି ପୂରଣ କରିବା ଲାଗି ବିସିସିଆଇ ପକ୍ଷରୁ ବିଜ୍ଞାପନ ଜାରି କରାଯିବ। କିନ୍ତୁ ବିଶ୍ୱକପ୍‌ ପରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ଗସ୍ତ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କୁ ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ କରିପାରେ।

ନୂଆ କୋଚ୍‌ଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଅନ୍ତରୀଣ କୋଚ୍‌ ଭାବେ ଡ୍ରାଭିଡ୍‌ ଭାରତୀୟ ଦଳର ଦାୟିତ୍ୱ ନେଇପାରନ୍ତି। ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

କୋଚ୍‌ ପଦ ପାଇଁ ଆମେ ଶ୍ରେଷ୍ଠ ପ୍ରାର୍ଥୀ ଚାହୁଁଛୁ। ଆମେ ସେଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ଚାହୁଁନୁ, ଯେଉଁଥିରେ ଆବେଦନକାରୀଙ୍କ ମଧ୍ୟରେ କୌଣସି ଉପଯୁକ୍ତ ପ୍ରାର୍ଥୀ ହିଁ ନ ଥିବେ। ଏହା ବୋର୍ଡ ଓ ପ୍ରାର୍ଥୀମାନଙ୍କ ପାଇଁ ଲଜ୍ଜାଜନକ ହେବ। ଏଣୁ ଯେଉଁ ପର୍ଯ୍ୟନ୍ତ ଉପଯୁକ୍ତ ପ୍ରାର୍ଥୀ ନ ମିଳିଛନ୍ତି, ସେ ପର୍ଯ୍ୟନ୍ତ ଡ୍ରାଭିଡ୍‌ଙ୍କୁ ଅନ୍ତରୀଣ କୋଚ୍‌ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share