Posted inଖେଳ

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ ମାସରେ ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ସେ ଗମ୍ଭୀରଙ୍କୁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗମ୍ଭୀର ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ନେଇ ସେ ପରାମର୍ଶ ଦେଇଛନ୍ତି। ଏହି ବାର୍ତ୍ତା ପାଇବା ପରେ ଗମ୍ଭୀର ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଛି।

ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଦ୍ରାବିଡ ଏକ ଭଏସ୍‌ ନୋଟ୍‌ ପଠାଇଥିବା ଦେଖଶଯାଇଛି। ଉକ୍ତ ଭଏସ୍‌ ନୋଟ୍‌ରେ ଦ୍ରାବିଡ କହିଛନ୍ତି, ହାଲୋ ଗୌତମ, ତୁମକୁ ବହୁତ ଶୁଭକାମନା ଜଣାଉଛି। ଭାରତୀୟ ଦଳ ସହ କାର୍ଯ୍ୟକାଳ ଶେଷ ହେବାର ୩ ସପ୍ତାହ ହୋଇଗଲାଣି। ଯେଉଁଭଳି ଭାବେ ମୁଁ ପ୍ରଥମେ ବାରବାଡୋସ୍‌ ଏବଂ ପରେ ମୁମ୍ବାଇରେ କୋଚିଂ କାର୍ଯ୍ୟକାଳ ଶେଷ କରିଥିଲି, ସେନେଇ ସ୍ବପ୍ନରେ ଭାବି ନ ଥିଲି। ମୁଁ ଚାହେଁ ତୁମେ ମୋ ଅପେକ୍ଷା ଭଲ ଫଳାଫଳ ପାଅ ଏବଂ ତୁମକୁ ସବୁବେଳେ ଫିଟ୍‌ ଖେଳାଳି ମିଳନ୍ତୁ ଏବଂ ଭାଗ୍ୟ ତୁମର ସାଥିରେ ରହୁ। କାରଣ ଏହାର ବହୁତ ଆବଶ୍ୟତକା ରହିଛି। ଯେତେବେଳେ ଆମେ ସାଙ୍ଗହୋଇ ଖେଳୁଥିଲେ , ମୁଁ ତୁମାର ବ୍ୟାଟିଂର ଝଲକ ଦେଖିଛି। ବିରୋଧୀ ସମ୍ମୁଖରେ ତୁମେ ଆତ୍ମସମର୍ପଣ କରୁନଥୁଲ। ସେତେବେଳେ ମୁଁ ତୁମକୁ ଲକ୍ଷ୍ୟ କରିଥିଲି। ଏବେ ତୁମଠାରୁ ବହୁତ କିଛି ଆଶା କରାଯାଉଛି। ଖରାପ ସମୟରେ ତୁମକୁ ଏକୁଟିଆ ଲାଗିବ ନାହିଁ। ତୁମକୁ ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାନେଜମେଣ୍ଟ ଏବଂ ପୂର୍ବର ନେତୃବୃନ୍ଦଙ୍କଠାରୁ ସମର୍ଥନ ମିଳିବ। ଗୋଟିଏ କୋଚଙ୍କଠାରୁ ଅନ୍ୟଜଣଙ୍କୁ ଏହି ପରାମର୍ଶ ଯେ କଠିନ ସମୟରେ ବି ହସିବ। ମୋତେ ବିଶ୍ୱାସ ଯେ ତୁମେ ଭାରତୀୟ କ୍ରିକେଟକୁ ବହୁ ଉପରକୁ ନେଇ ଯିବ ବୋଲି ରାହୁଲ କହିଛନ୍ତି।

ଦ୍ରାବିଡଙ୍କ ଏହି ଭଏସ୍‌ ନୋଟ୍‌ ପାଇବା ପରେ ଗମ୍ଭୀର ବେଶ ଭାବବିହ୍ବଳ ନଜର ଆସିଥିଲେ। ସେ କହିଥିଲେ ଯେ, ଏହି ବାର୍ତ୍ତା ମୋ ପାଇଁ ଗୁରୁତ୍ୱ ବହନ କରେ। ଏହା ଏଭଳି ଜଣେ ବ୍ୟକ୍ତିଙ୍କଠାରୁ ଆସିଛି, ଯିଏ ଖେଳୁଥିବା ସମୟରେ ମୁଁ ତାଙ୍କୁ କେବଳ ଦେଖୁଥିଲି। ତାଙ୍କଠାରୁ ବହୁତ କିଛି ଶିଖିବାର ଅଛି। କେବଳ ମୋ ପାଇଁ ନୁହେଁ, ଆଗାମୀ ପୀଢ଼ି ଏବଂ ବର୍ତ୍ତମାନର ପୀଢ଼ି ପାଇଁ ଶିଖିବାକୁ ବହୁତ ଅଛି। ମୁଁ ଭାବବିହ୍ବଳ ହୁଏ ନାହିଁ। ହେଲେ ଏହି ବାର୍ତ୍ତା ବାସ୍ତବରେ ମୋତେ ଭାବବିହ୍ବଳ କରିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri