Posted inଖେଳ

କୋଲକାତା ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌

କୋଲକାତା,୨୩।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୩୩ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ନିର୍ଦ୍ଧରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୩୫ ରନ୍‌ କରିଛି। ଫଳରେ କୋଲକାତା ନାଇଟ୍‌ ରାଇଡର୍ସ ଆଗରେ ୨୩୬ ରନ୍‌ର ବିଶାଳ ଟାର୍ଗେଟ୍‌ ରହିଛି ଚେନ୍ନାଇ।

ପ୍ରଥମ ଓଭରରୁ ପ୍ରଭାବ ପ୍ରଦର୍ଶନ କରିଥିଲା ଚେନ୍ନାଇ। ଦୁଇ ଓପନର ଡେଭନ୍‌ କନ୍‌ଓ୍ବେ(୫୬ ରନ୍‌) ଏବଂ ଋତୁରାଜ ଗାଏକ୍ୱାଡ(୩୫ ରନ୍‌) ପ୍ରଥମ ଉଇକେଟରେ ୭୩ ରନ୍‌ ଯୋଡି ଦମ୍‌ଦାର ଇନିଂସ୍‌ ଆରମ୍ଭ କରିଥିଲେ। ଗାଏକ୍ୱାଡଙ୍କ ଆଉଟ୍‌ ପରେ ଅଜିଙ୍କ୍ୟ ରାହାନେ କ୍ରିଜ୍‌କୁ ଆସି ଡେଭନ୍‌ କନ୍‌ଓ୍ବେଙ୍କ ସହିତ ୩ାର୍ଗେଟ୬ାର୍ଗେଟ ରନ୍‌ର ପାଟରନ୍‌ସିପ୍‌ କରିିଥିଲେ। ୪୦ ବଲ୍‌ ଖେଳି ୪ ଚୌକା ଓ ୩ ଛକା ସହ ୫୫ ରନ୍‌ କରି କନ୍‌ଓ୍ବେ ଆଉଟ୍‌ ହୋଇଥିଲେ। ପରେ ଶିବମ୍‌ ଦୁବେ ଏବଂ ରାହାଣେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁବେ ୨୧ ବଲ୍‌ ଖେଳି ୫୦ ରନ୍‌ କରିଥିବା ବେଳେ ରାହାନେ ୨୯ ବଲରୁ ୭୧ ରନ୍‌ର ବିସ୍ଫୋରକ ପାରି ଖେଳି ଅପରାଜିତ ରହିଥିଲେ। ଦୁବେଙ୍କ ଇନିଂସରେ ୨ ଚୌକା ଓ ୫ ଛକା ସାମିଲ ଥିଲା। ରାହାନେଙ୍କ ଇନିଂସରେ ୬ ଚୌକା ଓ ୫ ଛକା ରହିଥିଲା। ଶେଷ ବେଳକୁ ରବୀନ୍ଦ୍ର ଜାଡେଜା ୮ ବଲ୍‌ରେ ୧୮ ରନ୍‌ କରିଥିଲେ। ଫଳରେ ଚେନ୍ନାଇ ୨୩୫ ରନ୍‌ର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri