ମେଡିକାଲ କଲେଜରେ ର଼୍ୟାଗିଂ, ହଷ୍ଟେଲକୁ ଫେରୁଥିବା ବେଳେ ଛାତ୍ରଙ୍କୁ ପିଟିଲେ

ବ୍ରହ୍ମପୁର,୧୨ା୨(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜରେ ଗତ ୯ ତାରିଖ ରାତିରେ ଜଣେ ପ୍ରଥମ ବର୍ଷର ଏମ୍‌ବିବିଏସ୍‌ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କ ହଷ୍ଟେଲକୁ ଫେରୁଥିବା ବେଳେ ମେଡିକାଲ ପରିସରରେ ତାଙ୍କୁ ୨ ଜଣ ସିନିୟର ଛାତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ଛାତ୍ରଜଣଙ୍କ ଏ ନେଇ ବୈଦ୍ୟନାଥପୁର ଥାନା ଓ ଦିଲ୍ଲୀସ୍ଥିତ ଆଣ୍ଟି ର଼୍ୟାଗିଂ ସେଲର ମୁଖ୍ୟାଳୟରେ ପୃଥକ୍‌ ଭାବେ ଅଭିଯୋଗ କରିବା ପରେ ଆଣ୍ଟି ର଼୍ୟାଗିଂ ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବୈଦ୍ୟନାଥପୁର ଥାନା ପକ୍ଷରୁ ମଧ୍ୟ ୨ ଛାତ୍ରଙ୍କ ବିରୋଧରେ ନଂ.୯୬/୨୪ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସେମାନଙ୍କୁ ଧାରା ୪୧ ସିଆରପିସିରେ ନୋଟିସ କରିଛି। ଉଭୟଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି। ସେହିପରି ଏମ୍‌କେସିଜି ଆଣ୍ଟି ର଼୍ୟାଗିଂ ସେଲ୍‌ ଘଟଣାର ତଦନ୍ତ କରିବାକୁ ପୋଲିସ ପକ୍ଷରୁ କଲେଜର ପ୍ରିନ୍ସିପାଲଙ୍କୁ ଚିଠି ହୋଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ପ୍ରଥମ ବର୍ଷ ଛାତ୍ରଙ୍କୁ ହୋଇଥିବା ର଼୍ୟାଗିଂ ଅଭିଯୋଗର ତଦନ୍ତ ହେବ। ଏଥିପାଇଁ ଉଭୟ ପକ୍ଷ ଲିଖିତ ଭାବେ ସେମାନଙ୍କ ପକ୍ଷ ରଖିବେ ବୋଲି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି। ପରେ ମେଡିକାଲ କଲେଜର ଆଣ୍ଟି ର଼୍ୟାଗିଂ ସେଲର କମିଟି ଅଭିଯୋଗର ଯାଞ୍ଚ କରିବ। ପ୍ରମାଣକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଦିଲ୍ଲୀସ୍ଥିତ ଆଣ୍ଟି ର଼୍ୟାଗିଂ ସେଲର ମୁଖ୍ୟାଳୟରୁ ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଆସିଛି। ଏହି ନିର୍ଦ୍ଦେଶ ପ୍ରକାରେ ଘଟଣାର ତଦନ୍ତ କରାଯିବ ବୋଲି ମେଡିକାଲ କଲେଜ ଅଧ୍ୟକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri