Posted inଖେଳ

ବାଲି ବୋହୁଛନ୍ତି ଦୃଷ୍ଟିବାଧିତ ଖେଳାଳି ରଘୁରାମ

ନନ୍ଦପୁର, ୧୫ା୬ (ଶଙ୍କର ପୂଜାରୀ): ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ ସେ ଜାତୀୟ ସ୍ତରରେ ହୋଇଛନ୍ତି ସମ୍ମାନିତ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ (ସିଏବିଓ୍ବାଇ) ପକ୍ଷରୁ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ନାଗେଶ କ୍ରିକେଟ ଟୁର୍ନାମେଣ୍ଟରେ ଭାଗନେଇ ରଘୁରାମ ରାଜ୍ୟକୁ ୨୦୨୦ରେ ଚାମ୍ପିୟନ, ୨୦୨୧ ଓ ୨୦୨୨ରେ ଉପବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବର୍ତ୍ତମାନ ମଧ୍ୟ ସେ ରାଜ୍ୟ ତଥା ଜିଲା ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ସଦସ୍ୟ ଅଛନ୍ତି। ନିଜ ଗୁଜୁରାଣ ମେଣ୍ଟାଇବାକୁ ରଘୁରାମ ନନ୍ଦପୁର ବ୍ଲକ ଅନ୍ତର୍ଗତ ଡୁରୁବା-ଗାଲଗାଣ୍ଡା ବାଲି ସଇରାତର ବାଲିବୁହା ଟ୍ରାକ୍ଟରରେ ଏବେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପରି କ୍ରୀଡ଼ାଭିତ୍ତିକ ରାଜ୍ୟରେ ଦିବ୍ୟାଙ୍ଗ ଆଦିବାସୀ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ରଘୁରାମ।
କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ଦଶମ ଓ କୋରାପୁଟ ଡିଏଭି କଲେଜରେ ସ୍ନାତକ ହାସଲ କରିଥିବା ରଘୁରାମ ୨୦୧୬ରେ ଦଶମ ଶ୍ରେଣୀ ପଢୁଥିବା ସମୟରେ ତାଙ୍କର କ୍ରିକେଟ ଖେଳ ପ୍ରତି ଥିବା ଆଗ୍ରହକୁ ଚିହ୍ନଟ କରିଥିଲେ ଗୁରୁ ଚନ୍ଦ୍ରଶେଖର ପଟ୍ଟନାୟକ। ପ୍ରଥମେ ଜିଲା ଦୃଷ୍ଟିହୀନ କ୍ରିକେଟ ଟିମ୍‌ ପରେ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଟିମ୍‌କୁ ସେ ମନୋନୀତ ହୋଇ ଗତ ୬ବର୍ଷ ହେଲା ନିୟମିତ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମଙ୍କୁ ନିଜ ଆଦର୍ଶ ବୋଲି ମାନିଥିବା କହନ୍ତି ରଘୁରାମ। ରାଜ୍ୟ ପକ୍ଷରୁ ୩ଟି ଜାତୀୟ ନାଗେଶ ଟ୍ରଫି ପ୍ରତିଯୋଗିତାରେ ଖେଳି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହନ୍ତି ସେ। କ୍ରିକେଟ୍‌ ଟୁର୍ନାମେଣ୍ଟ ସମୟରେ ଡାକ ଓ ମେଲ୍‌ ଯୋଗେ ଗୋଟେ ଚିଠି ଆସେ। ସେ ଭୁବନେଶ୍ୱର ଯାଆନ୍ତି। ଯାତାୟାତ ଖର୍ଚ୍ଚ ଓ ଖେଳିବା ସମୟର ଖାଦ୍ୟପେୟ ବ୍ୟବସ୍ଥା ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ସଂଘ ବହନକରେ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ମ୍ୟାଚ ପିଛା ମାତ୍ର ୬ଶହ ଟଙ୍କା ମିଳୁଥିବା କହିଛନ୍ତି ରଘୁରାମ। ଏବେ ସେ ନିଜ ଗାଁ ପୋଡ଼େଇସିଂରେ ବୃଦ୍ଧ ବାପା ସାଧୁ ନାୟକ, ମା’ ପାର୍ବତୀ, ୪ଭାଇ ନରସିଂହ, ରଘୁରାମ, ସୁନ୍ଦରାୟ, ଶୁକଦେବଙ୍କ ସହ ରହୁଛନ୍ତି। ପାରିବାରିକ ସ୍ଥିତି ଦୁର୍ବଳ ଯୋଗୁ ସ୍ନାତକ ପରେ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି ଏହି ଖେଳାଳି। ସରକାରଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନିଜ ସଫଳତାର ଶ୍ରେୟ ସେ ଦୃଷ୍ଟିହୀନ କ୍ରିକେଟ ସଂଘ ସମ୍ପାଦକ ମହମ୍ମଦ ଜାଫର ଇକ୍‌ବାଲ ଓ ଜାତୀୟ ସିଏବିଓ୍ବାଇ ସମ୍ପାଦକ ଜହନ ଡେଭିଡ୍‌ଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri