୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦:  ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଆସୁଛି। ହେଲେ ରଘୁନାଥ ବେଶ ହେଉନାହିିଁ। ତଥ୍ୟ ଅନୁସାରେ ଦୀର୍ଘ ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ରଘୁନାଥ ବେଶ ବନ୍ଦ ରହିଛି। ରନତ୍ସିଂହାସନରେ ଶ୍ରଦ୍ଧାଳୁମାନେ ଏହି ରମଣୀୟ ବେଶ ଦେଖିପାରୁ ନାହାନ୍ତି।
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ମୋଟ ୯ଥର ମହାପ୍ରଭୁ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶେଷଥର ପାଇଁ ୧୯୦୫ ଏପ୍ରିଲ ୨୬ ଗୁରୁବାର ଏହି ବେଶ କରାଯାଇଥିଲା। ଏହା ପୂର୍ବରୁ ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଓ ୧୮୯୬ରେ ଏହି ବେଶ ହୋଇଥିଲା। ରଘୁନାଥ ବେଶର ପ୍ରବର୍ତ୍ତକ ରାମାନନ୍ଦାଚାର୍ଯ୍ୟ ବୋଲି କୁହାଯାଏ। ରାମ ଜନ୍ମତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ମହାପ୍ରଭୁଙ୍କର ଏହି ବେଶ କରାଯାଇଥାଏ। ସେହିପରି ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଯେଉଁଦିନ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ପଡ଼େ ସେହି ତିଥିରେ ଶ୍ରୀମନ୍ଦିରରେ ରଘୁନାଥ ବେଶ କରାଯାଏ। କିନ୍ତୁ ୧୯୦୫ ପରେ ଅନେକ ଥର ଏହି ତିଥି ଆସିଥିଲେ ମଧ୍ୟ ମହାପ୍ରଭୁଙ୍କ ରଘୁନାଥ ବେଶ କରାଯାଇ ନାହିଁ।
ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ ହସ୍ତପଦ ଯୁକ୍ତ ହୋଇଥାନ୍ତି। ବାମ ପାଦ ସିଂହାସନ ଉପରେ ଓ ଦକ୍ଷିଣ ପାଦ ତଳକୁ ଲମ୍ବି ରହିଥାଏ। ଧନୁଶର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ବଡ଼ଠାକୁର ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତପଦଯୁକ୍ତ ହୋଇଥାନ୍ତି। ଦୁଇହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବିଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ (ରାମ)ଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଆଦି ଋଷିଗଣ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ, ଜାମ୍ବବାନ, ହନୁମାନ, ନଳ, ନୀଳ, ସୁଗ୍ରୀବ, ସୁଶେଣ ପ୍ରମୁଖ କରଯୋଡ଼ିି ରହିଥାନ୍ତି। ଏହି ବେଶ ଅବିକଳ ରାଜା ରାମଚନ୍ଦ୍ରଙ୍କ ଦରବାର ଭଳି ପ୍ରତୀୟମାନ ହୋଇଥାଏ। ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ। ଅତୀତରେ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ସ୍ମରଣରେ ଏହି ବର୍ଣ୍ଣାଢ୍ୟ ବେଶର ଆୟୋଜନ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଭିନ୍ନ ରନତ୍ଅଳଙ୍କାର ପରିଧାନପୂର୍ବକ ରାଜକୀୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ସମୟରେ ରନତ୍ସିଂହାସନଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାଠ ପଟା ଦ୍ୱାରା ଏକ ମଞ୍ଚ ସଦୃଶ ସିଂହାସନ ନିର୍ମାଣ କରାଯାଇଥାଏ।
ତେବେ ପରିତାପର ବିଷୟ, ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ଏହି ବେଶ ବନ୍ଦ ରହିଛି। କାହିଁକି ଏହା କରାଯାଉ ନାହିଁ ତାହାର ଉତ୍ତର କାହା ପାଖରେ ନାହିଁ। ଅନ୍ୟପକ୍ଷରେ ତିଥି ଅନୁସାରେ ନାଗାର୍ଜୁନ ବେଶ କରାଯାଉଛି। ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ ହେବ। ଯଦି ରଘୁନାଥ ବେଶ ହୁଏ ତା’ହେଲେ ଦେଖିବା ପାଇଁ ନାଗାର୍ଜୁନ ବେଶଠାରୁ ଦ୍ୱିଗୁଣିତ ଭକ୍ତଙ୍କ ଭିଡ଼ ଜମିବ। ଯାହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। ତେଣୁ କାଦୁଅରେ ପଶିବା କାହିଁକି, ଗୋଡ଼ ଧୋଇବା କାହିଁକି ନୀତିରେ ଏହି ବେଶକୁ ଅଣଦେଖା କରାଯାଉଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି। ଭକ୍ତ ଦିଲୀପ ବରାଳ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା ସରିଛି। ଖୁବ୍‌ଶୀଘ୍ର ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଆଗ୍ରହ ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ ଏ ନେଇ ଆଗ୍ରହ ତଥା ଆନନ୍ଦ କିଛି କମ୍‌ ନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ସେହିଭଳି ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ରାମାୟଣର ସପ୍ତବୀର (ହନୁମାନ, ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ, ନଳ, ନୀଳ, ସୁଶେଣ) ଶ୍ରୀମନ୍ଦିର ଉପାସନା ସହ ଆଜି ବି ସମ୍ପୃକ୍ତ। ଏମାନେ ରଘୁନାଥ ବେଶରେ ସ୍ଥାନିତ ହୁଅନ୍ତି। ଏହା ଏକ ପ୍ରାଚୀନ ରାମାୟଣକାଳୀନ ଐତିହ୍ୟ। ଏହି ବେଶ ଆୟୋଜନ ପାଇଁ ଦୃଢନିଷ୍ଠା ଆବଶ୍ୟକ। ରାଜ୍ୟ ସରକାର ଚାହିଁଲେ ଏହା ଅସମ୍ଭବ ନୁହେଁ। ମହାମାରୀ କରୋନା ପ୍ରକୋପ ଚାଲିଗଲା ପରେ ଏ ନେଇ ଚିନ୍ତନ ହେବା ଦରକାର। ଆଗାମୀ ଦିନରେ ରଘୁନାଥ ବେଶ କରାଗଲେ ଏହା ରାଜ୍ୟର ଗୌରବ ବୃଦ୍ଧି କରିବ।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶହେରୁ ଊର୍ଦ୍ଧ୍ୱ ବର୍ଷ ହେବ ଏହି ବେଶ ହୋଇନାହିିଁ। ଏବେ ଏହି ବେଶ ସଂକ୍ରାନ୍ତରେ କୌଣସି ଆଲୋଚନା କରାଯାଇ ନାହିିଁ । ତେଣୁ ଏ ନେଇ ସେ ଅଧିକ କିଛି କହିପାରିବେ ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri