୧୧୫ ବର୍ଷ ହେବ ବନ୍ଦ ରହିଛି ରଘୁନାଥ ବେଶ

ପୁରୀ ଅଫିସ, ୩।୧୦:  ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ନାଗାର୍ଜୁନ ଓ ରଘୁନାଥ ବେଶ୍‌ ଅତ୍ୟନ୍ତ ଦୁଲର୍‌ଲଭ ଏବଂ ମନୋମୁଗ୍ଧକର। ପରମ୍ପରା ମୁତାବକ ତିଥି ଅନୁସାରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଆସୁଛି। ହେଲେ ରଘୁନାଥ ବେଶ ହେଉନାହିିଁ। ତଥ୍ୟ ଅନୁସାରେ ଦୀର୍ଘ ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ରଘୁନାଥ ବେଶ ବନ୍ଦ ରହିଛି। ରନତ୍ସିଂହାସନରେ ଶ୍ରଦ୍ଧାଳୁମାନେ ଏହି ରମଣୀୟ ବେଶ ଦେଖିପାରୁ ନାହାନ୍ତି।
ଗବେଷକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସୂଚନା ଅନୁଯାୟୀ, ମୋଟ ୯ଥର ମହାପ୍ରଭୁ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶେଷଥର ପାଇଁ ୧୯୦୫ ଏପ୍ରିଲ ୨୬ ଗୁରୁବାର ଏହି ବେଶ କରାଯାଇଥିଲା। ଏହା ପୂର୍ବରୁ ୧୫୭୭, ୧୭୩୯, ୧୮୦୯, ୧୮୩୩, ୧୮୪୨, ୧୮୫୦, ୧୮୯୩ ଓ ୧୮୯୬ରେ ଏହି ବେଶ ହୋଇଥିଲା। ରଘୁନାଥ ବେଶର ପ୍ରବର୍ତ୍ତକ ରାମାନନ୍ଦାଚାର୍ଯ୍ୟ ବୋଲି କୁହାଯାଏ। ରାମ ଜନ୍ମତିଥି ପୁଷ୍ୟା ନକ୍ଷତ୍ରଯୁକ୍ତ ହୋଇଥିଲେ ମହାପ୍ରଭୁଙ୍କର ଏହି ବେଶ କରାଯାଇଥାଏ। ସେହିପରି ପରମ୍ପରା ଅନୁଯାୟୀ ବୈଶାଖ ମାସରେ ଯେଉଁଦିନ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ପଡ଼େ ସେହି ତିଥିରେ ଶ୍ରୀମନ୍ଦିରରେ ରଘୁନାଥ ବେଶ କରାଯାଏ। କିନ୍ତୁ ୧୯୦୫ ପରେ ଅନେକ ଥର ଏହି ତିଥି ଆସିଥିଲେ ମଧ୍ୟ ମହାପ୍ରଭୁଙ୍କ ରଘୁନାଥ ବେଶ କରାଯାଇ ନାହିଁ।
ଏହି ବେଶରେ ଶ୍ରୀଜଗନ୍ନାଥ ରାମ ରୂପରେ ହସ୍ତପଦ ଯୁକ୍ତ ହୋଇଥାନ୍ତି। ବାମ ପାଦ ସିଂହାସନ ଉପରେ ଓ ଦକ୍ଷିଣ ପାଦ ତଳକୁ ଲମ୍ବି ରହିଥାଏ। ଧନୁଶର ଧାରଣ ସହ ସିଂହାସନରେ ବୀରାସନରେ ବସିଥାନ୍ତି। ବଡ଼ଠାକୁର ବଳଭଦ୍ର ଲକ୍ଷ୍ମଣ ରୂପେ ଧନୁପାଦ ଛନ୍ଦରେ ଦଣ୍ଡାୟମାନ ହୋଇ ହସ୍ତପଦଯୁକ୍ତ ହୋଇଥାନ୍ତି। ଦୁଇହସ୍ତରେ ଜଗନ୍ନାଥଙ୍କ ମସ୍ତକକୁ ଲମ୍ବିଯାଇଥିବା ଛତ୍ରକୁ ଧରିଥାନ୍ତି। ଜଗନ୍ନାଥ (ରାମ)ଙ୍କ ବାମ ପାର୍ଶ୍ୱରେ ଶତ୍ରୁଘ୍ନ, ଭରତ, ବଳଭଦ୍ର (ଲକ୍ଷ୍ମଣ)ଙ୍କ ଦକ୍ଷିଣରେ ବ୍ରହ୍ମା, ବଶିଷ୍ଠ ଆଦି ଋଷିଗଣ ଦଣ୍ଡାୟମାନ ହୋଇଥାନ୍ତି। ଅଙ୍ଗଦ, ଜାମ୍ବବାନ, ହନୁମାନ, ନଳ, ନୀଳ, ସୁଗ୍ରୀବ, ସୁଶେଣ ପ୍ରମୁଖ କରଯୋଡ଼ିି ରହିଥାନ୍ତି। ଏହି ବେଶ ଅବିକଳ ରାଜା ରାମଚନ୍ଦ୍ରଙ୍କ ଦରବାର ଭଳି ପ୍ରତୀୟମାନ ହୋଇଥାଏ। ସାଧାରଣତଃ ଏହି ବେଶକୁ ଭୂଷଣ ଶୃଙ୍ଗାର ରୂପେ ଅଭିହିତ କରାଯାଇଥାଏ। ଅତୀତରେ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଉତ୍ସବ ସ୍ମରଣରେ ଏହି ବର୍ଣ୍ଣାଢ୍ୟ ବେଶର ଆୟୋଜନ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଭିନ୍ନ ରନତ୍ଅଳଙ୍କାର ପରିଧାନପୂର୍ବକ ରାଜକୀୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶ ସମୟରେ ରନତ୍ସିଂହାସନଠାରୁ କଳାହାଟ ଦ୍ୱାର ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ କାଠ ପଟା ଦ୍ୱାରା ଏକ ମଞ୍ଚ ସଦୃଶ ସିଂହାସନ ନିର୍ମାଣ କରାଯାଇଥାଏ।
ତେବେ ପରିତାପର ବିଷୟ, ୧୧୫ ବର୍ଷ ହେବ ଶ୍ରୀମନ୍ଦିରରେ ଏହି ବେଶ ବନ୍ଦ ରହିଛି। କାହିଁକି ଏହା କରାଯାଉ ନାହିଁ ତାହାର ଉତ୍ତର କାହା ପାଖରେ ନାହିଁ। ଅନ୍ୟପକ୍ଷରେ ତିଥି ଅନୁସାରେ ନାଗାର୍ଜୁନ ବେଶ କରାଯାଉଛି। ଆସନ୍ତା ନଭେମ୍ବର ୨୭ରେ ନାଗାର୍ଜୁନ ବେଶ ହେବ। ଯଦି ରଘୁନାଥ ବେଶ ହୁଏ ତା’ହେଲେ ଦେଖିବା ପାଇଁ ନାଗାର୍ଜୁନ ବେଶଠାରୁ ଦ୍ୱିଗୁଣିତ ଭକ୍ତଙ୍କ ଭିଡ଼ ଜମିବ। ଯାହାକୁ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ। ତେଣୁ କାଦୁଅରେ ପଶିବା କାହିଁକି, ଗୋଡ଼ ଧୋଇବା କାହିଁକି ନୀତିରେ ଏହି ବେଶକୁ ଅଣଦେଖା କରାଯାଉଛି ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି। ଭକ୍ତ ଦିଲୀପ ବରାଳ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା ସରିଛି। ଖୁବ୍‌ଶୀଘ୍ର ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଅଭୂତପୂର୍ବ ଆଗ୍ରହ ଦେଖିବାକୁ ମିଳିଛି। ଓଡ଼ିଶାରେ ମଧ୍ୟ ଏ ନେଇ ଆଗ୍ରହ ତଥା ଆନନ୍ଦ କିଛି କମ୍‌ ନାହିଁ। ମାତ୍ର ଦୁର୍ଭାଗ୍ୟର ବିଷୟ ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ସେହିଭଳି ଆଗ୍ରହ ଓ ଇଚ୍ଛାଶକ୍ତି ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ରାମାୟଣର ସପ୍ତବୀର (ହନୁମାନ, ସୁଗ୍ରୀବ, ଜାମ୍ବବାନ, ଅଙ୍ଗଦ, ନଳ, ନୀଳ, ସୁଶେଣ) ଶ୍ରୀମନ୍ଦିର ଉପାସନା ସହ ଆଜି ବି ସମ୍ପୃକ୍ତ। ଏମାନେ ରଘୁନାଥ ବେଶରେ ସ୍ଥାନିତ ହୁଅନ୍ତି। ଏହା ଏକ ପ୍ରାଚୀନ ରାମାୟଣକାଳୀନ ଐତିହ୍ୟ। ଏହି ବେଶ ଆୟୋଜନ ପାଇଁ ଦୃଢନିଷ୍ଠା ଆବଶ୍ୟକ। ରାଜ୍ୟ ସରକାର ଚାହିଁଲେ ଏହା ଅସମ୍ଭବ ନୁହେଁ। ମହାମାରୀ କରୋନା ପ୍ରକୋପ ଚାଲିଗଲା ପରେ ଏ ନେଇ ଚିନ୍ତନ ହେବା ଦରକାର। ଆଗାମୀ ଦିନରେ ରଘୁନାଥ ବେଶ କରାଗଲେ ଏହା ରାଜ୍ୟର ଗୌରବ ବୃଦ୍ଧି କରିବ।
ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଶହେରୁ ଊର୍ଦ୍ଧ୍ୱ ବର୍ଷ ହେବ ଏହି ବେଶ ହୋଇନାହିିଁ। ଏବେ ଏହି ବେଶ ସଂକ୍ରାନ୍ତରେ କୌଣସି ଆଲୋଚନା କରାଯାଇ ନାହିିଁ । ତେଣୁ ଏ ନେଇ ସେ ଅଧିକ କିଛି କହିପାରିବେ ନାହିିଁ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri