ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି। ଏହି ବିଦାୟୀ ସମ୍ବର୍ଦ୍ଧନାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୨ ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି।

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଗୋଟିଏ ପଟେ ରାଷ୍ଟ୍ରପତି ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଅନ୍ୟପଟେ ବିହାର, ମିଜୋରାମ, କେରଳ ଏବଂ ମଣିପୁରର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ପରେ ମିଜୋରାମ ରାଜ୍ୟପାଳ ହରିବାବୁଙ୍କୁ ତାଙ୍କ ସ୍ଥାନରେ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଭାରତୀୟ ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ କାର୍ଯ୍ୟକାଳ ୫ବର୍ଷ। ରାଜ୍ୟପାଳ ଭାବେ ନିଯୁକ୍ତି ହୋଇବାକୁ ବ୍ୟକ୍ତି ଭାରତର ନାଗରିକ ହେବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟପାଳ ଭାବରେ ନିଯୁକ୍ତ ବ୍ୟକ୍ତିଙ୍କ ବୟସ ପଚିଶ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଉଚିତ। ତେବେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଇସ୍ତଫା ଦେଇଛନ୍ତି। ତାଙ୍କୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ କିଛି ବଡ଼ ପ୍ଲାନ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ପ୍ରଶ୍ନ ହେଉଛି, ରାଜ୍ୟପାଳଙ୍କୁ ହଟାଇବା ଅଧିକାର କାହାର ରହିଛି? କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହଟାଇବା ଚୂଡାନ୍ତ ନିଷ୍ପତ୍ତି ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ନିଆଯାଏ। ତେବେ ସମ୍ବିଧାନର ଧାରା ୭୪ ଅନୁଯାୟୀ, ରାଷ୍ଟ୍ରପତିଙ୍କୁ ସହାୟତା ଏବଂ ପରାମର୍ଶ ଦେବା ପାଇଁ ମନ୍ତ୍ରୀ ପରିଷଦ ଗଠନ କରାଯାଏ, ଯାହାର ମୁଖ୍ୟ ପ୍ରଧାନମନ୍ତ୍ରୀ ହୋଇଥାନ୍ତି। ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି କେବଳ ମନ୍ତ୍ରୀ ପରିଷଦର ପରାମର୍ଶ କ୍ରମେ ନିଷ୍ପତ୍ତି ନିଅନ୍ତି।

ସମ୍ବିଧାନରେ ଏପରି ମଧ୍ୟ ନିୟମ ରହିଛି ଯେଉଁଥିରେ ରାଜ୍ୟପାଳ ମଧ୍ୟ ନିଜେ ଇସ୍ତଫା ଦେଇପାରିବେ। ସମ୍ବିଧାନର ଧାରା ୧୫୬ ଅନୁଯାୟୀ ରାଜ୍ୟପାଳ ନିଜ ଇଚ୍ଛାରେ ନିଜ ପଦ ଛାଡି ପାରିବେ, ଏଥିପାଇଁ ତାଙ୍କୁ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖିବାକୁ ପଡିବ। ଏହାପରେ ରାଷ୍ଟ୍ରପତି ଏନେଇ ନିଷ୍ପତ୍ତି ନେବେ।

ଯଦି ରଘୁବରଙ୍କ ବିଷୟରେ ଆଲୋଚନା କରିବା ତେବେ ୨୦୨୩ ଅକ୍ଟୋବରରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିଲେ। ଦାୟିତ୍ୱ ନେଲା ପରେ ସେ ବେଶ୍‌ ସକ୍ରିୟ ଥିଲେ। ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସେ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ। ଫଳରେ ତତ୍କାଳୀନ ବିଜେଡି ସରକାର ଅଡୁଆରେ ପଡିଯାଉଥିଲେ। କିନ୍ତୁ ରାଜ୍ୟରେ ଭାଜପା ସରକାର ଆସିଲା ପରେ ଏକାଧିକ କାରଣ ପାଇଁ ରଘୁବର ବିବଦୀୟ ହୋଇ ପଡିଥିଲେ। ତାଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ପୁରୀ ରାଜଭବନରେ ମାଡ ମାରିବା ଘଟଣାରେ ସେ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବିଧାନସଭା ଅଧିବେଶନରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ କରିବାକୁ ରଘୁବର ଅଡୁଆ ସାଜିଥିଲେ। ଏହି ବିିଲ୍‌କୁ କ୍ୟାବିନେଟ୍‌ ମଞ୍ଜୁର ମିଳିସାରିଥିଲେ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏନେଇ ଆପତ୍ତି ଉଠାଇଥିଲେ। ତେବେ ରାଜନୈତିକ ବିଶେଷଜ୍ଞଙ୍କନୁସାରେ ଏହି ଦୁଇଟି କାରଣ ପାଇଁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ଏପରି କଠୋର ପଦକ୍ଷେପ ନେଲେ ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଜଣାପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri